Wednesday , October 4 2023
Breaking News
Home / ବିଶେଷ / ଯାଜପୁରରେ ଠାବ ହୋଇଛି ନକଲି ଟଙ୍କା କାରଖାନା, ୧୩ ଲକ୍ଷ ରୁ ଅଧିକ ନକଲି ଟଙ୍କା, ପ୍ରିଣ୍ଟ ମେସିନ ଜବତ, ଜଣେ ଗିରଫ

ଯାଜପୁରରେ ଠାବ ହୋଇଛି ନକଲି ଟଙ୍କା କାରଖାନା, ୧୩ ଲକ୍ଷ ରୁ ଅଧିକ ନକଲି ଟଙ୍କା, ପ୍ରିଣ୍ଟ ମେସିନ ଜବତ, ଜଣେ ଗିରଫ

ଯାଜପୁର ,୨/୧/୨୦୨୨ (ଓଡ଼ିଶା ସମାଚାର)- ଯାଜପୁରରେ ଠାବ ହୋଇଛି ନକଲି ଟଙ୍କା କାରଖାନା । ଯାଜପୁର ସହରର ସନ୍ଥମାଧବ ଗାଁର ଏକ ଭଡା ଘରେ ଏହି ନକଲି ଟଙ୍କା ଛପା ହୋଇ ହାଇଦ୍ରାବାଦ ଓ ବିଶାଖାପାଟଣା ଯାଉଥିଲା । ଏହି ନକଲି ନୋଟ ପ୍ରସ୍ତୁତ କରୁଥିବା ଜଣେ ବ୍ୟକ୍ତିଙ୍କୁ ମଧ୍ୟ ଯାଜପୁର ପୁଲିସ ଗିରଫ କରିଛି । ଗିରଫ ହୋଇଥିବା ଯୁବକ ଜଣକ ହେଉଛନ୍ତି ଚନ୍ଦ୍ରମଣି ବଳ। ତାଙ୍କ ଘର ମଙ୍ଗଳପୁର ଥାନା ଛନ୍ଚିଂଣା ଅଂଚଳରେ । ପୁଲିସ ଚଢ଼ାଉ କରି ୧୩ ଲକ୍ଷ ୧୭ ହଜାର ୫୦୦ ଟଙ୍କା ନକଲି ନୋଟ ଜବତ କରିଛି । ପୁଲିସ ପ୍ରିଣ୍ଟ ମେସିନ ସହ ୨୨ ପ୍ରକାର ଟଙ୍କା ତିଆରି ସାମଗ୍ରୀ ଜବତ କରିଛି । ତେବେ ଏହି ନକଲି ନୋଟ ପ୍ରସ୍ତୁତିରେ ଆଉ କେଉଁମାନେ ସମ୍ପୃକ୍ତ ଅଛନ୍ତି ପୁଲିସ ତାହାର ଅନୁସନ୍ଧାନ କରୁଛି । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *