Thursday , March 30 2023
Breaking News
Home / ବିଶେଷ / ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଲା କନ୍ଦରପୁର-କିଶନନଗର ସାମ୍ବାଦିକ ଓ ଵିତରକ ସଂଘ,ନୂତନ କର୍ମକର୍ତ୍ତା ଚୟନ

ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଲା କନ୍ଦରପୁର-କିଶନନଗର ସାମ୍ବାଦିକ ଓ ଵିତରକ ସଂଘ,ନୂତନ କର୍ମକର୍ତ୍ତା ଚୟନ

କଟକ ସଦର, , ୨/୧/୨୦୨୨ (ଓଡ଼ିଶା ସମାଚାର/ଵିଷ୍ଣୁ ବେହେରା): ସାମ୍ବାଦିକ, ହକର ଓ ଵିତରକମାନଙ୍କ ପାଇଁ ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ୱାସ୍ଥ୍ୟ ବୀମା ସହ ସହାୟତା ରାଶି ପ୍ରଦାନ କରିଥିଵାରୁ କନ୍ଦରପୁର-କିଶନନଗର ସାମ୍ବାଦିକ ଓ ଵିତରକ ସଂଘ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏଥିପାଇଁ ଆଜି ରବିବାର ଦିନ ଅର୍ଛିଲ ଠାରେ ଆୟୋଜିତ ନବବର୍ଷର ଵନ୍ଧୁ ମିଳନ ଉତ୍ସଵରେ ମୂଖ୍ୟମନ୍ତ୍ରୀ ଙ୍କୁ ଧନ୍ୟବାଦ ଦିଆ ଯିଵା ସହ ସଂଘର ପଞ୍ଜିକରଣ ସମ୍ପର୍କରେ ଆଲୋଚନା କରାଯାଇଥିଲା। ଏଥିସହିତ ସଂଘର ନୂତନ କର୍ମକର୍ତ୍ତା ଚୟନ କରାଯାଇ ବରିଷ୍ଠ ସାମ୍ବାଦିକ ଵିଷ୍ଣୁ ଚରଣ ଵେହେରାଙ୍କୁ ମୂଖ୍ୟ ଉପଦେଷ୍ଟା ଭାଵେ ସର୍ବସମ୍ମତିକ୍ରମେ ଚୟନ କରାଯାଇଥିଲା।ସେଥିରେ ସଭାପତି ଭାବେ ସର୍ବେଶ୍ଵର ମିଶ୍ର, କାର୍ୟ୍ୟକାରୀ ସଭାପତି ସୂର୍ୟ୍ୟ ନାରାୟଣ ଦାଶ, ଉପସଭାପତି ସୁକାନ୍ତ କୁମାର ଵେଉରା, ବିଭୂପ୍ରସାଦ ସ୍ୱ।ଇଁ, ସଂପାଦକ ତାପସ ରାଉତରାୟ,ସହ ସଂପାଦକ ଚିତ୍ତରଞ୍ଜନ ବେହେରା, ଚକ୍ରବର୍ତ୍ତୀ ଓତା, କୋଷାଧ୍ୟକ୍ଷ ଉଦୟନାଥ କୁଣ୍ଡୁ,ଓ ସଂଯୋଜକ ଭାଵେ ଭୈରଵ ଚନ୍ଦ୍ର ସେଠୀ ମନୋନୀତ ହୋଇଛନ୍ତି।ଏଥିରେ ଅନ୍ୟମାନଙ୍କ ମଧ୍ୟରେ ନୃସିଂହ ନାଥ, ବିଶ୍ୱରଂଜନ ଲେଙ୍କା, ସୁକାନ୍ତ ବେହେରା,ନଵୀନ ଭୂୟାଁ,ଅମୀର ସାହୁ, ରଜନୀ ସାହୁ,ଭାଲୁ ପାତ୍ର, କାଳନ୍ଦୀ ଜେନା, ସୁକାନ୍ତ ସାହୁ, ସନ୍ତୋଷ କୁଣ୍ଡୁ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।ଶେଷରେ ସାମ୍ଵାଦିକା ସୁପ୍ରଭା ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।ଓଡ଼ିଶା ସମାଚାର

Leave a Reply

Your email address will not be published.