Friday , August 19 2022
Breaking News
Home / ବିଶେଷ / ମନ୍ତ୍ରୀ ,ସାଂସଦ ଙ୍କ ଭୁବନ ଗସ୍ତ ଓ ମାରାଥନ ଶୀଳାନ୍ୟାସ ,ଉଦଘାଟନ କାର୍ଯ୍ୟକ୍ରମ

ମନ୍ତ୍ରୀ ,ସାଂସଦ ଙ୍କ ଭୁବନ ଗସ୍ତ ଓ ମାରାଥନ ଶୀଳାନ୍ୟାସ ,ଉଦଘାଟନ କାର୍ଯ୍ୟକ୍ରମ

ଭୁବନ,୨/୧/୨୦୨୨ (ଓଡ଼ିଶା ସମାଚାର)- ଆସନ୍ତା ପଂଚାୟତ ଓ ପୌର ନିର୍ବାଚନ ସକାଶେ ସ୍ଥାନୀୟ ବିଧାୟକ ତଥା ରାଜ୍ୟ ଖଣି , ଇସ୍ପାତ ଓ ପୂର୍ତ ମନ୍ତ୍ରୀ ପ୍ରଫୁଲ କୁମାର ମଲ୍ଲିକ ଓ ଢେଙ୍କାନାଳ ସାଂସଦ ମହେଶ ସାହୁ ଆଜି ଦିନିକିଆ ଭୁବନ ଗସ୍ତରେ ଆସି ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ , ଉଦଘାଟନ କରି ଫେରିଯାଇଛନ୍ତି । କାର୍ଯ୍ୟକ୍ରମ ପ୍ରାରମ୍ଭରେ ସାଂସଦ ମହେଶ ସାହୁଙ୍କୁ ବିଷ୍ଣୁପ୍ରିୟା ଗାଲାକ୍ସି ଠାରେ ଦଳୀୟ କର୍ମୀ ଓ ସାମ୍ବାଦିକ ଙ୍କ ତରଫରୁ ପୁଷ୍ପଗୁଚ୍ଛ ପ୍ରଦାନ କରାଯାଇ ନୂତନ ବର୍ଷର ଅଭିନନ୍ଦନ ଜ୍ଞାପନ କରାଯାଇଥିଲା । ପରେ ମନ୍ତ୍ରୀ ପହଁଚିବା ପରେ ସରସ୍ୱତୀ ଶିଶୁ ମନ୍ଦିରକୁ ଯାଇ ସାଂସଦ ଙ୍କ ଲ୍ୟାଡ ଫଣ୍ଡରୁ ୧୦ ଲକ୍ଷଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ଅତିରିକ୍ତ ଶ୍ରେଣୀଗୃହ ର ଶିଳାନ୍ୟାସ କରିଥିଲେ । ଶିଶୁମନ୍ଦିର ପ୍ରଧାନ ଆଚାର୍ଯ୍ୟ ଇନ୍ଦୁଲତା ପ୍ରଧାନ ଙ୍କ ସମେତ ସମସ୍ତ ଗୁରୁଜୀ , ଗୁରୁମା ଉପସ୍ଥିତ ରହି ମନ୍ତ୍ରୀ , ସାଂସଦ ଙ୍କୁ ଭବ୍ୟସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ପରେ ମହିଳା ମହାବିଦ୍ୟାଳୟରେ ସାଂସଦ ଲ୍ୟାଡ ଫଣ୍ଡରୁ ୧୫ ଲକ୍ଷଟଙ୍କା ବ୍ୟୟରେ ଅତ୍ୟାଧୁନିକ ପାଠାଗାର ପାଇଁ ଶିଳାନ୍ୟାସ କରିଥିଲେ । ମହାବିଦ୍ୟାଳୟ ଅଧ୍ୟକ୍ଷ ଦିଲ୍ଲୀପ ଦାସ ଙ୍କ ସମେତ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ । ସତ୍ୟସାଇ ସେବାସମିତି , ସାଇମନ୍ଦିର ପରିସରରେ ସାଂସଦ ଲ୍ୟାଡ ଫଣ୍ଡରୁ ୧୭ଲକ୍ଷ ଟଙ୍କା ବ୍ୟୟରେ କମ୍ୟୁନିଟି ସେଣ୍ଟର ପାଇଁ ଶିଳାନ୍ୟାସ କରାଯାଇଥିଲା । ଏନଏସି କାର୍ଯ୍ୟାଳୟ ପରିସରରେ ରାସନ କାର୍ଡ ହିତାଧିକାରୀଙ୍କୁ ୧ ହଜାର ଟଙ୍କା ଲେଖାଏଁ ବଣ୍ଟନ କରି ମୁଖ୍ୟମନ୍ତ୍ରୀ ଙ୍କ ‘ଭରସା’ଯୋଜନାର ଶୁଭାରମ୍ଭ କରିବା ସହିତ ବିଭିନ୍ନକାର୍ଯ୍ୟ ପାଇଁ ମହିଳା ସ୍ୱୟଂସହାୟକ ଗୋଷ୍ଟୀଙ୍କୁ କାର୍ଯ୍ୟାଦେଶ ବଣ୍ଟନ କରିଥିଲେ । ବାଉଁଶକଣ ଗ୍ରାମସ୍ଥିତ ବ୍ରାହ୍ମଣଶାସନ ରେ ସାଂସଦ ଲ୍ୟାଡ ଫଣ୍ଡରୁ ୩ ଲକ୍ଷଟଙ୍କା ବ୍ୟୟରେ ବରିଷ୍ଠ ନାଗରିକ ସଭାଗୃହର ଶିଳାନ୍ୟାସ କରିଥିଲେ । ସାଂସଦ ଲ୍ୟାଡ ଫଣ୍ଡରୁ ୮ ଲକ୍ଷଟଙ୍କା ବ୍ୟୟରେ ନିର୍ମିତ ବିନାୟକ ଇଂଲିଶ ମିଡିୟମ ସ୍କୁଲ ର ନୂତନ ବିଲ୍ଡିଂକୁ ଉଦଘାଟନ କରିଥିଲେ । ଉପରୋକ୍ତ ସମସ୍ତ କାର୍ଯ୍ୟକ୍ରମରେ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ,ସାଂସଦ ମହେଶ ସାହୁ ଙ୍କ ସମେତ ପୂର୍ବତନ ନଗରପାଳ ନନ୍ଦ କିଶୋର ସାହୁ, ବ୍ଲକ ଅଧ୍ୟକ୍ଷ ଧର୍ମାନନ୍ଦ ବରାଳ , ଏନଏସି ନିର୍ବାହୀ ଅଧିକାରୀ ଦୁର୍ଯ୍ୟୋଧନ ସାହୁ,କନିଷ୍ଠ ଯନ୍ତ୍ରୀ ସୁରେନ୍ଦ୍ର ନାଥ ସାହୁ ,ଏମପି ଙ୍କ ବ୍ୟକ୍ତିଗତ ସଚିବ ମାତୃ ପ୍ରସାଦ ମିଶ୍ର ଓ ଦଳୀୟ କର୍ମୀ ଉପସ୍ଥିତ ଥିଲେ । ଶେଷରେ ଭୁବନ ମିନିଷ୍ଟାଡିୟମ ଠାରେ ସପ୍ତାହେ ହେଲାଚାଲିଥିବା କ୍ରିକେଟ ଟୁର୍ଣ୍ଣାମେଣ୍ଟ ର ଆଜି ଅନ୍ତିମ ଦିବସରେ ବିଜୟୀ ଦଳକୁ କପ୍ ସିଲ୍ଡ ପ୍ରଦାନ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ଭାରତ ମାତା ସେବା ଅନୁଷ୍ଠାନ ତରଫରୁ ୩୭୫ ଫୁଟ ର ବିଶାଳ ତ୍ରିରଙ୍ଗା ଯାତ୍ରା

ଭୁବନ ୧୮/୦୮/୨୦୨୨(ଓଡ଼ିଶା ସମାଚାର)- ଆଜାଦୀ କା ଅମୃତ ମହୋତ୍ସବ ଅବସରରେ ଭାରତ ମାତା ସେବା ଅନୁଷ୍ଠାନ ଆନୁକୂଲ୍ୟରେ  ୩୭୫ ଫୁଟ …

Leave a Reply

Your email address will not be published.