ଭୁବନ,୨/୧/୨୦୨୨ (ଓଡ଼ିଶା ସମାଚାର)- ଭୁବନ ବ୍ଲକ ଭୁଷଳ ଗ୍ରାମର ବ୍ରାହ୍ମଣ ସମାଜ ପକ୍ଷରୁ ବୟୋଜ୍ୟେଷ୍ଠ ନାଗରିକ ସମାଜର ବାର୍ଷିକ ବୈଠକ ଗ୍ରାମ ସନ୍ନିକଟ ବ୍ରାହ୍ମଣୀ ନଦୀ କୂଳସ୍ଥ ଝରଣେଶ୍ୱର ଶିବ ମନ୍ଦିର ନିକଟରେ କୋଭିଡ ନିୟମକୁ ପାଳନ କରି ଅନୁଷ୍ଠିତ ହୋଇଯାଇଛି । ସମାଜର ସଭାପତି ଅବସରପ୍ରାପ୍ତ ରାଜସ୍ୱ ନିରୀକ୍ଷକ ରମାକାନ୍ତ ପାଣିଗ୍ରାହୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ବୈଠକ ପ୍ରାରମ୍ଭରେ ସମାଜର ଦିବଙ୍ଗତ ସଦସ୍ୟଙ୍କ ସ୍ମୃତିଚାରଣ କରାଯାଇଥିଲା । ଏହି ସମାବେଶରେ ବ୍ରାହ୍ମଣ ସମାଜର ଉପଦେଷ୍ଟା ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ବଟକୃଷ୍ଣ ପଣ୍ଡା , ଗୋପୀନାଥ ମିଶ୍୍ର, ପ୍ରଫୁଲ୍ଲ ଦାଶ,ଗଗନ ବିହାରୀ ଦାଶ, ଅଶୋକ ଦାଶ,ବିଜୟ ପାଣିଗ୍ରାହୀ. ଅର୍ଜୁନ ପାଣିଗ୍ରାହୀ, ପ୍ରାଣବନ୍ଧୁ ମିଶ୍୍ର, ପୁରୁଷୋତମ ମିଶ୍୍ର,ଅନନ୍ତ ପାଣିଗ୍ରାହୀ, ଲକ୍ଷ୍ମୀଧର ପଣ୍ଡା,ବିଷ୍ଣୁ ଚରଣ ଦାଶ, ହେମନ୍ତ ଦାଶ,ହିମାଂଶୁ ଶେଖର ପଣ୍ଡା,ଅଶ୍ୱିନୀ କୁମାର ଦାଶ,ପତିତ ପାବନ ଦାଶ ,ଅନନ୍ତ ଶତପଥୀ,ଗୋଲେଖ ପାଣିଗ୍୍ରାହୀ ପ୍ରମୁଖ ନିଜ ଅନୁଭୂତିକୁ ଉପସ୍ଥାପନ କରିବା ସହ ପରସ୍ପର ମଧ୍ୟରେ ଭାବ ବିନିମୟ କରିଥିଲେ । ପ୍ରେମାନନ୍ଦ ଦାଶ, ରଞ୍ଜନ କୁମାର ଦାଶ,ଜନ୍ମେଜୟ ପଣ୍ଡା,ରାଜିବ ଲୋଚନ ମିଶ୍୍ର, ପ୍ରଦିପ୍ତ ପଣ୍ଡା,ଶ୍ରୀବତ୍ସ ପାଣିଗ୍ରାହୀ,କୃଷ୍ଣଚନ୍ଦ୍ର ପାଣିଗ୍ରାହୀ,ରଞ୍ଜନ କୁମାର ଦାଶ, ପ୍ରଶାନ୍ତ ପଣ୍ଡା,ପ୍ରେମାନନ୍ଦ ପାଣିଗ୍ରାହୀ ପ୍ରମୁଖ ବୈଠକର ସଫଳତାରେ ସହଯୋଗ କରିଥିଲେ । ବିଜୟ କୁମାର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । ଓଡ଼ିଶା ସମାଚାର
