Saturday , August 13 2022
Breaking News
Home / ବିଶେଷ / ଭୁବନେଶ୍ବରରେ ଅମର ଶହୀଦ ସ୍ମୃତିସ୍ତମ୍ଭ ଉଦଘାଟିତ

ଭୁବନେଶ୍ବରରେ ଅମର ଶହୀଦ ସ୍ମୃତିସ୍ତମ୍ଭ ଉଦଘାଟିତ

ସ୍ବାଧୀନତାସଂଗ୍ରାମୀଙ୍କ ପାଖରେ ଦେଶ ଋଣୀ
ରାଜ୍ୟପାଳ ଓ ବାଚସ୍ପତିଙ୍କ ସହ ସର୍ବଦଳୀୟ ନେତୃବୃନ୍ଦ ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ
ଭୁବନେଶ୍ୱର , ୨/୧/୨୦୨୨ (ଓଡ଼ିଶା ସମାଚାର)- ରାଜଧାନୀ ଭୁବନେଶ୍ବରରେ ଅମର ଶହୀଦ ସ୍ମୃତି ସ୍ତମ୍ଭ ଉଦଘାଟିତ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଉଦଘାଟନ କରିଛନ୍ତି । ଅପରପକ୍ଷରେ ରାଜ୍ୟପାଳ ଓ ବାଚସ୍ପତିଙ୍କ ସହ ମନ୍ତ୍ରୀ ପରିଷଦର ବହୁ ସଦସ୍ୟ ଏବଂ ଦଳମତ ନିର୍ବିଶେଷରେ ରାଜନେତାମାନେ ଅମର ଶହୀଦଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ଶହୀଦ ସ୍ମାରକୀ ସ୍ବାଧୀନତା ସଂଗ୍ରାମୀ ସଦନଠାରେ ୩୫ତମ ନିଖ୍ଖଳ ଭାରତ ସ୍ବାଧୀନତା ସଂଗ୍ରାମୀ ଦିବସ ମହୋତ୍ସବ ରବିବାର ଅନୁଷ୍ଠିତ ହୋଇଥିଲା । ରାଜ୍ୟ ସ୍ବାଧୀନତା ସଂଗ୍ରାମୀ ସମିତିର ସଭାପତି ନୀଳମଣି ସାମଲଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ୟ୍ୟକ୍ରମରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମୁଖ୍ୟଅତିଥି ଭାବେ ଯୋଗ ଦେଇ ସ୍ବାଧୀନତା ସଂଗ୍ରାମୀମାନଙ୍କ ନିକଟରେ ଦେଶ ଋଣୀ ବୋଲି କହିଥିଲେ । ଅମର ଶହୀଦ ଓ ସଂଗ୍ରାମୀମାନଙ୍କ ତ୍ୟାଗ ଏବଂ ତିତିକ୍ଷାରୁ ଆମେ ସ୍ବାଧୀନତା ପାଇଥôବା ସେ ଉଲ୍ଲେଖ କରିଥିଲେ ।
ସ୍ବାଧୀନତା ସଂଗ୍ରାମୀଙ୍କ ପରିବାରବର୍ଗଙ୍କୁ ସମ୍ମାନ ଦିଆଯିବାର ଆବଶ୍ୟକତା ରହିଛି ବୋଲି ରାଜ୍ୟପାଳ କହିଥିଲେ । ଅପରାହ୍ନ ଅଧôବେଶନରେ ମୁଖ୍ୟଅତିଥô ଭାବେ ଯୋଗ ଦେଇ ବାଚସ୍ପତି ଡକ୍ଟର ସୂର୍ୟ୍ୟନାରାୟଣ ପାତ୍ର ସ୍ବାଧୀନତା ସଂଗ୍ରାମୀଙ୍କ ତ୍ୟାଗ ଓ ବଳିଦାନ ଅତୁଳନୀୟ ବୋଲି ମତବ୍ୟକ୍ତ କରିଥିଲେ । ଦୁଇଟି ଅଧôବେଶନରେ ମନ୍ତ୍ରୀ ସମୀର ଦାଶ ଓ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ବିଧାୟକ ପ୍ରଫୁଲ୍ଲ ସାମଲ, ଅମର ପ୍ରସାଦ ଶତପଥୀ, ସୁରେଶ କୁମାର ରାଉତରାୟ, ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ଘଡାଇ, ଜୟଦେବ ଜେନା,ବିଜେପି ନେତା ଭୃଗୁବକ୍ସି ପାତ୍ର, ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀ, ଗଣେଶ୍ବର ବେହେରା, ଡକ୍ଟର ପୂର୍ଣ୍ଣ ଚନ୍ଦ୍ର ଦାଶ ପ୍ରମୁଖ ଅତିଥô ଭାବେ ଯୋଗ ଦେଇ ଉଦବୋଧନ ଦେଇଥିଲେ ।
ଅପରାହ୍ନ ଅଧôବେଶନରେ ରାଜ୍ୟ ଯୁବ ସାମ୍ମୁଖ୍ୟ ସଭାପତି ପ୍ରସନ୍ନ ଆଚାର୍ୟ୍ୟ ସଭାପତିତ୍ବ କରିଥôବା ବେଳେ ପ୍ରାରମ୍ଭରେ ଲୋକରଞ୍ଜନ ମହତାବ ସ୍ବାଗତ ଅଭିଭାଷଣ ପ୍ରଦାନ କରିଥିଲେ । ଏହି ଅବସରରେ ବିଭିନ୍ନ ଶହୀଦ ପୀଠରୁ ମାଟି ଆଣିଥôବା ପ୍ରତିନିଧôମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ମହୋତ୍ସବର ସ୍ମୃତି ସ୍ମରଣିକା ଉନ୍ମୋଚନ ହୋଇଥିଲାା
ଦିବସ ବ୍ୟାପୀ କାର୍ୟ୍ୟକ୍ରମକୁ ସ୍ବାଧୀନତା ସଂଗ୍ରାମୀ ଯୁବ ସାମ୍ମୁଖ୍ୟ ପକ୍ଷରୁ ଉପେନ୍ଦ୍ର ପାଢୀ ଓ ବିରୂପାକ୍ଷ ତ୍ରିପାଠୀ ପରିଚାଳନା କରିଥିବା ବେଳେ ଅଭୟ ବଡଜେନା, ସନ୍ତୋଷ ପତି,ଶ୍ୟାମପ୍ରସାଦ ପଟ୍ଟନାୟକ ପ୍ରମୁଖ ସହଯୋଗ କରିଥôଲେ । ଭୁବନେଶ୍ବର ବ୍ଲକର ପୂର୍ବତନ ଅଧ୍ୟକ୍ଷ ଦୁଃଶାସନ ସ୍ବାଇଁ ଧନ୍ୟବାଦ ଦେଇଥିଲେ । ମୃତ୍ୟୁଞ୍ଜୟ ରଥ ଅଧôବେଶନକୁ ସଂଯୋଜନା କରିଥିଲେ । ଓଡ଼ିଶା ସମାଚାର

About admin

Check Also

ସୁବର୍ଣ୍ଣରେଖା ଓ ଦେଓ ଜଳସେଚନ ପ୍ରକଳ୍ପ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

ମୟୁରଭଞ୍ଜ / ଭୁବନେଶ୍ୱର,୧୨/୦୮/୨୦୨୨(ଓଡ଼ିଶା ସମାଚାର)- ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଦିନିକିଆ ମୟୁରଭଞ୍ଜ ଜିଲ୍ଲା ଗସ୍ତ କରି ସେଠାରେ …

Leave a Reply

Your email address will not be published.