Tuesday , August 9 2022
Breaking News
Home / ବିଶେଷ / ବାଲିଗୁଡା ବ୍ଲକ ଚିତ୍ରଶିଳ୍ପୀ ସଂଘର ସାଧାରଣ ବୈଠକ ଅନୁଷ୍ଠିତ

ବାଲିଗୁଡା ବ୍ଲକ ଚିତ୍ରଶିଳ୍ପୀ ସଂଘର ସାଧାରଣ ବୈଠକ ଅନୁଷ୍ଠିତ

ବାଲିଗୁଡା,୦୨/୦୧:(ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ସ୍ଥିତ ବିଜୁପଟ୍ଟନାୟକ ମିନି ଷ୍ଟାଡିୟମ ପରିସରରେ ବାଲିଗୁଡା ବ୍ଲକ ଚିତ୍ରଶିଳ୍ପୀ ସଂଘର ସାଧାରଣ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି । ବ୍ଲକ ସାଧାରଣ ସମ୍ପାଦକ ଦୁର୍ଗା ଚରଣ ସାହାଣୀ ଙ୍କ ଆହ୍ୱାନ କ୍ରମେ ଅନୁଷ୍ଠିତ ବୈଠକରେ ଜ଼ିଲ୍ଲା ଚିତ୍ରଶିଳ୍ପୀ ସଂଘର ସଭାପତି ପ୍ରମୋଦ କୁମାର ଦଣ୍ଡିଆ ଅଧ୍ୟକ୍ଷତା କରିଥିଲେ ।  ଅନ୍ୟ ମାନଙ୍କ ମଧ୍ୟରେ ବାଲିଗୁଡା ବ୍ଲକ ସଭାପତି ସୁବ୍ରତ କୁମାର ପ୍ରଧାନୀ, ଉପ ସଭାପତି ପ୍ରକାଶ ସାହାଣୀ,ସହ ସମ୍ପାଦକ ସାଗର କହଁର, କୋଷାଧକ୍ଷ ଅଶ୍ୱିନୀ ବିଶୋଇ, ବରିଷ୍ଠ ଚିତ୍ରଶିଳ୍ପୀ ଶ୍ୟାମ ଘନ ସାହୁ,  ସୁବଳ ନାୟକ, ସୁମନ ଦଣ୍ଡିଆ,  ବରିଷ୍ଠ କଳାକାର ପ୍ରମୋଦ କୁମାର ଦଣ୍ଡସେନା ପ୍ରମୁଖ ଉପସ୍ଥିତ ଥିଲେ । ବୈଠକରେ ସମସ୍ତ ଚିତ୍ରଶିଳ୍ପୀ ସଂଗଠିତ ହେବାକୁ ଆଲୋଚନା ହୋଇଥିଲା ଆଗାମୀ ଦିନରେ ସଂଘ ପକ୍ଷରୁ ବାର୍ଷିକ ଉତ୍ସବ ପାଳନ,  ବୃକ୍ଷରୋପଣ ଆଦି ସାମାଜିକ କାର୍ୟ୍ୟକ୍ରମ କରିବାକୁ ମଧ୍ୟ ନିଷ୍ପତ୍ତି ନିଆଗଲା । ଶେଷରେ ସହ ସମ୍ପାଦକ ସାଗର କହଁର ଧନ୍ୟବାଦ ଅର୍ପଣ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅବ୍ୟବସ୍ଥା ମଧ୍ୟରେ କିଶନନଗର ତହସିଲରେ ଜନଶୁଣାଣୀ

କଟକ ସଦର, ୦୮/୦୮/୨୦୨୨(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): କିଶନନଗର ତହସିଲରେ ଆଜି (ସୋମବାର ) ଜିଲ୍ଲାପାଳଙ୍କ ଜନଶୁଣାଣୀ କାର୍ଯ୍ୟକ୍ରମ ଥିବା …

Leave a Reply

Your email address will not be published.