Thursday , March 30 2023
Breaking News
Home / ବିଶେଷ / ପ୍ରେସକ୍ଲବ ପକ୍ଷରୁ ବଂଧୁ ମିଳନ,ଯୁବ ସମାଜସେବୀଙ୍କୁ ସମ୍ବର୍ଦ୍ଧନା

ପ୍ରେସକ୍ଲବ ପକ୍ଷରୁ ବଂଧୁ ମିଳନ,ଯୁବ ସମାଜସେବୀଙ୍କୁ ସମ୍ବର୍ଦ୍ଧନା

ମାହାଙ୍ଗା, ୦୨/୦୧/୨୦୨୨(ଓଡିଶା ସମାଚାର/ ଅଭୟ ଜେନା)-ମାହାଙ୍ଗା ପ୍ରିଣ୍ଟ ଏବଂ ଇଲୋକ୍ଟ୍ରୋନିକ୍ସ ମିଡ଼ିଆ ଆସୋସିଏସନ ପକ୍ଷରୁ ପୁରୁଣା ବର୍ଷକୁ ବିଦାୟ ଦେଇ ନୂଆ ବର୍ଷକୁ ସ୍ୱାଗତ କରିବାପାଇଁ ଏକ ବନ୍ଧୁମିଳନ ଉତ୍ସବ ଛତ୍ରତୋଟା ସ୍ଥିତ ସଂଘ କାର୍ୟ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ସାମ୍ବାଦିକ ସଂଘର ସଭାପତି ଅଖିଳେଶ ମହାନ୍ତି ଏହି କାର୍ୟ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ । ପତ୍ରକାରୀତା ବୃତ୍ତି ସହିତ ଜଡିତ ବନ୍ଧୁମାନେ ଅସୀମ ଧର୍ୟ୍ୟ ଓ ସାହସର ସହିତ ସମାଜର ସବୁଠାରୁ ତଳ ସ୍ତରରେ ପଡିରହିଥିବା ମଣିଷମାନଙ୍କ ହକ ପାଇଁ ପ୍ରତିବଦ୍ଧତା ପୋଷଣ କରବା ଜରୁରୀ ବୋଲି ଶ୍ରୀ ମହାନ୍ତି କହିଥିଲେ । ସାମ୍ବାଦିକ ମାନଙ୍କ ମଧ୍ୟରେ ଏକତା ଓ ଭାଇଚାରା ବଜାୟ ରଖିବାକୁ ବରିଷ୍ଠ ସାମ୍ବାଦିକ ଶଶୀ ଭୂଷଣ ଷଢଙ୍ଗୀ ଆହ୍ୱାନ ଦେଇଥିଲେ । କରୋନା ମହାମାରୀକୁ ଭ୍ରୁକ୍ଷେପ ନକରି ଗ୍ରାମାଞ୍ଚଳରେ ବହୁ ସେବାମୂଳକ କାର୍ୟ୍ୟକରି ପ୍ରଶଂସିତ ହୋଇଥିବା ଯୁବ ସମାଜସେବୀ ଶରତ ମହାପାତ୍ରଙ୍କୁ, ପ୍ରେସକ୍ଲବ ପକ୍ଷରୁ ଏହି ଅବସରରେ ସମ୍ବର୍ଦ୍ଧିତ କରାଯାଇଥିଲା । ଉତ୍ସବରେ ଯୁବ ସମାଜସେବୀ ହେମନ୍ତ ପ୍ରଧାନ ସମ୍ମାନିତ ଅତିଥି ଭାବେ ଯୋଗଦେଇ ସାମ୍ବାଦିକମାନେ ନିରପେକ୍ଷ ଓ ତଥ୍ୟ ଭିତ୍ତିକ ଖବର ପ୍ରସାରଣ ଉପରେ ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଥିଲେ । ସାମ୍ବାଦିକ ବିବେକାନନ୍ଦ ଦାସ, ଯଯାତି ସିଂ,ବିଜୟ ଜେନା, ରଶ୍ମି ମହାନ୍ତି, ତୁଷାର ଜ୍ୟୋତି ନାୟକ,ଦିବାକର ରାଉତ, ମହେଶ୍ୱର ବେହେରା, ହରିହର ସାହୁ, ସୁରେଶ ବଳ, ରଞ୍ଜନ ବାରିକ, ନିହାର ସାମଲ,ବସନ୍ତ ସାମଲ, ଅଚ୍ୟୁତାନନ୍ଦ ନାୟକ,ଗିରିଶ ଜେନା, ହେମନ୍ତ ଦାସ,ଦାମୋଦର ପରିଡା, ପ୍ରଦୀପ୍ତ ମହାରଣା,ଅଭିମନ୍ୟୁ ନାୟକ,ଚକ୍ରଧର ରାଉତ, ଇତିକନ୍ତ ମହାନ୍ତି,ସ୍ବେଦେଶ ଜେନା,ଅକ୍ଷୟ କୁମାର ଗୋଛାୟତ, ଅରୁଣ ଲେଙ୍କା ପ୍ରମୁଖ ବହୁ ସାମ୍ବାଦିକ ଏହି ଉତ୍ସବରେ ଯୋଗଦେଇ ନବବର୍ଷକୁ ସ୍ୱାଗତ କରିବାସହ ଭାଇଚାରା ଓ ସଦ୍ଭାବନା ବଜାୟ ରଖିବାକୁ ଆହ୍ୱାନ ସେଇଥିଲେ । ସାମ୍ବାଦିକମାନେ ସତ୍ୟ ଓ ତଥ୍ୟ ଭିତ୍ତିକ ସମ୍ବାଦ ପରିବେଷଣ କରିବା ଦ୍ୱାରା ପାଠକ ଓ ଦର୍ଶକ ମାନଙ୍କ ଆସ୍ଥା ଭାଜନ ହୋଇପାରିବେ ବୋଲି ବରିଷ୍ଠ ସାମ୍ବାଦିକ ମାନେ ପରାମର୍ଶ ଦେଇଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.