ରଘୁନାଥପୁର, ୨/୧/୨୦୨୨(ଓଡ଼ିଶା ସମାଚାର)- ପ୍ରଦୀପ ଜେନା ମେମୋରିଆଲ ଟ୍ରଷ୍ଟ ଓ କିଟ୍ କିସ୍ ପ୍ରତିଷ୍ଠାତା ତଥା କନ୍ଧମାଳ ସାଂସଦ ପ୍ରଫେସର ଆଚୁ୍ୟତ ସାମନ୍ତଙ୍କ ଦ୍ୱାରା ପ୍ରତିଷ୍ଠିତ ଆର୍ଟ ଅଫ ଗିଭିଙ୍ଗ ପକ୍ଷରୁ ରଘୁନାଥପୁରରେ କମ୍ବଳ ବଂଟନ କରାଯାଇଥିଲା । ଯୁବସମାଜସେବୀ ପ୍ରଦିପ କୁମାର ଜେନାଙ୍କର ପ୍ରଥମ ବାର୍ଷିକ ଶ୍ରାଦ୍ଧୋତ୍ସବ ଉପଲକ୍ଷେ ଏହି କମ୍ବଳ ବଂଟନ କରାଯାଇଥିଲା । ଏଥିରେ କିଟ୍ ର ପରିବହନ ଅଧିକାରୀ ଦିଲ୍ଲିପ କୁମାର ଜେନା ପୌରହିତ୍ୟ କରିଥିଲେ । ଏହି କାର୍ଯ୍ୟକ୍ରମରେ ଆର୍ଟ ଅଫ ଗିଭିଙ୍ଗ ପକ୍ଷରୁ ବିଜୟ କୁମାର ସ୍ୱାଇଁ, କିଟ୍ ଆଇନ ଅଧିକାରୀ ମନୋରଂଜନ ପ୍ରଧାନ, ଡଃ. ଭାସ୍ୱତକାନ୍ତି ସେନଗୁପ୍ତ, ମାଧ୍ୟମିକ ଶିକ୍ଷା ପରିଷଦର ବରିଷ୍ଠ ଅଧିକାରୀ ବୈଦ୍ୟନାଥ ରାଉତ, ଆଗାମୀ ଓଡିଶା ସଭାପତି ଶିକ୍ଷାବିତ୍ ପ୍ୟାରୀମୋହନ ପଟ୍ଟନାୟକ, ଏସଏଏନ କଲେଜର ପୂର୍ବତନ ଅଧ୍ୟକ୍ଷ ଅଜୟ କୁମାର ଦାସ, ବରିଷ୍ଠ ସାମ୍ବାଦିକ ଦିପ୍ତୀରଂଜନ କାନୁନଗୋ, ଗୀତାରାଣୀ ଜେନା, ପଣ୍ଡିତ ଶ୍ରୀବତ୍ସ ଦାସ ମହାପାତ୍ର, ଅଧ୍ୟାପକ ଆଶିଷ ଚକ୍ରବର୍ତୀ, ମାଧ୍ୟମିକ ଶିକ୍ଷା ପରିଷଦର ପୂର୍ବତନ ଉପସଚିବ ରବିନ୍ଦ୍ର କୁମାର ମହାପାତ୍ର, ସୁବୋଧ ଜେନା, ରୀତାରାଣୀ ଜେନା, ମିଟିନା ଜେନା, ପ୍ରକାଶ ରାଉତ, ସମାଜସେବୀ ବିଜନ ମହାପାତ୍ର, ଶିକ୍ଷାବିତ୍ ପ୍ରାଣକୃଷ୍ଣ ନାୟକ ପ୍ରମୁଖ ଯୋଗଦେଇ ଗରିବ ଅସହାୟ ଲୋକମାନଙ୍କୁ କମଳ ବଂଟନ କରିଥିଲେ । ଏହି ଅବସରରେ ସମାଜସେବୀ ପ୍ରଦୀପ ଜେନାଙ୍କର ଶ୍ରାଦ୍ଧୋତ୍ସବ ଅତିଥିମାନେ ତାଙ୍କର ଫଟୋ ଚିତ୍ରରେ ମାଲ୍ୟାର୍ପଣ କରି ତାଙ୍କର ଜୀବନାଦର୍ଶ ଉପରେ ଆଲୋକପାତ କରିଥିଲେ । ଓଡ଼ିଶା ସମାଚାର
