Thursday , August 18 2022
Breaking News
Home / ବିଶେଷ / ପୂର୍ବତନ ଘାଘରା ସାରପଂଚଙ୍କ ବିୟୋଗରେ ସ୍ମୃତିସଭା

ପୂର୍ବତନ ଘାଘରା ସାରପଂଚଙ୍କ ବିୟୋଗରେ ସ୍ମୃତିସଭା

କେନ୍ଦ୍ରାପଡ଼ା, ୨/୧/୨୦୨୨ (ଓଡ଼ିଶା ସମାଚାର)- କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଇନ୍ଦୁପୁର ହାଇସ୍କୁଲ ପୁରାତନ ଛାତ୍ର ସଂସଦ ଆନୁକୂଲ୍ୟରେ ଘାଗରା ପଂଚାୟତର ପୂର୍ବତନ ସରପଂଚ,ଆଦର୍ଶ ଶିକ୍ଷକ ଓ ସମାଜସେବୀ ସ୍ୱର୍ଗତ ବୃନ୍ଦାବନ ବେହୁରାଙ୍କ ଏକାଦଶାହ ଅବସରରେ ତାଙ୍କ ଜୟକୃଷ୍ଣପୁର ଗ୍ରାମସ୍ଥିତ ବାସଭବନରେ ବିଶିଷ୍ଟ ସାହିତି୍ୟକ ଓ ସମାଲୋଚକ ପ୍ରଫେସର ବୈଷ୍ଣବ ଚରଣ ସାମଲଙ୍କ ସଭାପତିତ୍ୱରେ ଏକ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଯାଇଛି । ଇନ୍ଦୁପୁର ହାଇସ୍କୁଲ ପୁରାତନ ଛାତ୍ର ସଂସଦ ସମ୍ପାଦକ ଶିକ୍ଷାବିତ ପ୍ରଣବ କୁମାର ଜେନା, ପ୍ରାଧ୍ୟାପକ ମଦନ ମୋହନ ବେହେରା, ବରିଷ୍ଠ ସାମ୍ବାଦିକ ପରୀକ୍ଷିତ ପାତ୍ର ଓ ଧୂମାତ ସରପଂଚ ନରହରି ପାଣି ପ୍ରମୁଖ ଅତିଥି ଭାବେ ଯୋଗଦେଇ ସ୍ୱର୍ଗତ ବେହୁରାଙ୍କ ପ୍ରତି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ସଭାପତି ପ୍ରଫେସର ସାମଲ ‘ବ୍ୟକ୍ତିର ମୃତୁ୍ୟ ଅଛି କିନ୍ତୁ ବ୍ୟକ୍ତିତ୍ୱର ମୃତୁ୍ୟ ନାହିଁ’ ବୋଲି ତାଙ୍କ ବକ୍ତବ୍ୟରେ କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷାବିତ ସୁବାଷ ଚନ୍ଦ୍ର ମଜୁମଦାର, ପୂର୍ବତନ ବିଧାୟକ ଚିନ୍ମୟ ପ୍ରସାଦ ବେହୁରା, ପ୍ରଫେସର ଡଃ. ଗିରିଶଚନ୍ଦ୍ର ପାତ୍ର, ଦେବେନ୍ଦ୍ର ରାଉତ, ପର୍ଶୁରାମ ସ୍ୱାଇଁ, ଧ୍ରୁବ ଚରଣ ପାତ୍ର, ଶିକ୍ଷକନେତା ତପନ କୁମାର ସିଂ, ତ୍ରିଲୋଚନ ଜେନା, ମଦନମୋହନ ସ୍ୱାଇଁ, ଚିତରଞ୍ଜନ ରାଉତ, କାଙ୍ଗାଳି ଚରଣ ଦାସ, ଚାରିଗାଁ ସରପଂଚ ଭାରତୀ ମଲିକ, ମୂରଲୀଧର ବିଶ୍ୱାଳ, ସୁଧାଂଶୁ ମୋହନ ଦାସ, କିଶୋର ସାମଲ, ସରୋଜକାନ୍ତ ଜେନା, ଶମ୍ଭୁନାଥ ମହାପାତ୍ର, ବ୍ରଜ କିଶୋର ପତି, ଉପେନ୍ଦ୍ର ରାଉତ, ପ୍ରଦୀପ ଦାସ ପ୍ରମୁଖ ସ୍ୱର୍ଗତ ବେହୁରାଙ୍କ ସ୍ମୃତିଚାରଣ କରିଥିଲେ । ଶେଷରେ ଅକ୍ଷୟ କୁମାର ବେହୁରା ଧନ୍ୟବାଦ ଅର୍ପଣ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ବନ୍ୟା ପିଡିତଙ୍କ ପାଖରେ ପ୍ରଥମେ ରିଲିଫ ପହଂଚାଇଲା ଇଫକୋ ପାରାଦୀପ ୟୁନିଟ୍ 

ପାରାଦୀପ ୧୭/୦୮/୨୦୨୨(ଓଡ଼ିଶା ସମାଚାର)- ଲଗାଣ ବର୍ଷା ଓ ପରେ ପରେ ବନ୍ୟା ପରିସ୍ଥିତିର ସାମ୍ନା କରୁଛନ୍ତି ଓଡିଶାର ୧୦ ଜିଲ୍ଲାର …

Leave a Reply

Your email address will not be published.