Tuesday , August 9 2022
Breaking News
Home / ବିଶେଷ / କେନ୍ଦ୍ରାପଡା – ବସପୁର ରାସ୍ତା ପାର୍ଶ୍ୱପୋଖରୀରୁ ୨ଯୁବକଙ୍କ ଶବ ଉଦ୍ଧାର

କେନ୍ଦ୍ରାପଡା – ବସପୁର ରାସ୍ତା ପାର୍ଶ୍ୱପୋଖରୀରୁ ୨ଯୁବକଙ୍କ ଶବ ଉଦ୍ଧାର

କେନ୍ଦ୍ରାପଡ଼ା,୨/୧/୨୦୨୨ (ଓଡ଼ିଶା ସମାଚାର)- କେନ୍ଦ୍ରାପଡା – ବସପୁର ପୂର୍ତ ବିଭାଗ ରାସ୍ତାର ଶ୍ୟାମସୁନ୍ଦରପୁର ଗ୍ରାମ ନିକଟସ୍ଥ ରାସ୍ତାପାର୍ଶ୍ୱ ଏକ ପୋଖରୀରୁ ରବିବାର ସକାଳେ ୨ଜଣ ଯୁବକଙ୍କ ଶବ ଉଦ୍ଧାର କରାଯାଇଥିବା ଜଣାପଡିଛି । ସେହି ରାସ୍ତା ପାଖ ପୋଖରୀରେ ଶବ ଭାସୁଥିବା ନେଇ ସ୍ଥାନୀୟ ଲୋକଙ୍କ ପାଖରୁ ଖବର ପାଇ କେନ୍ଦ୍ରାପଡା ସଦର ଥାନା ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଂଚିଥିଲେ । କେନ୍ଦ୍ରାପଡା ଅଗ୍ନିଶମ ବାହିନୀ ସ୍ଥାନୀୟ ଲୋକଙ୍କ ସହଯୋଗରେ ପୋଖରୀ ମଧ୍ୟରୁ ୨ଯୁବକଙ୍କ ଶବ ଉଦ୍ଧାର କରି ଉପରକୁ ଆଣିଥିଲେ । ଏଥିସହିତ ପୋଖରୀ ମଧ୍ୟରୁ ଏକ ବାଇକ ମଧ୍ୟ ଉଦ୍ଧାର କରାଯାଇଛି । ସଦର ଥାନା ପୋଲିସ ଶବ ଦୁଇଟିକୁ ଜବତ କରି ଏକ ଅପମୃତୁ୍ୟ ମାନଲା ରୁଜୁ କରିବା ସହ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବ୍ୟବଛେଦ କରାଇଛି । ମୃତ ଯୁବକ ଦୁଇଜଣ ହେଉଛନ୍ତି କେନ୍ଦ୍ରାପଡା ଜିଲ୍ଲାର ପାଟକୁରା ଥାନା ଅନ୍ତର୍ଗତ ତଳଗାଁ ଗ୍ରାମର ନିଧିରାମ ଜେନାଙ୍କ ପୁଅ କୁନା ଓରଫ ସୁବ୍ରତ ଜେନା(୨୮) ଓ ହରିଆ ଓରଫ ସନାତନ ପଟ୍ଟନାୟକ(୨୨) । କିନ୍ତୁ ମୃତୁ୍ୟର କାରଣ ଅସ୍ପଷ୍ଟ ରହିଛି । ବ୍ୟବଛେଦ ରିପୋର୍ଟ ମିଳିବା ପରେ ମୃତୁ୍ୟର କାରଣ ଜଣାପଡିବ ବୋଲି ପୋଲିସ କହିଛି । ମୃତ ଯୁବକ ଦୁଇଜଣ ଭୋଜି କରିବାକୁ ଶନିବାର ଘରୁ ବାହାରି ଆସିଥିଲେ । ରାତିରେ ଘରକୁ ଫେରିନଥିଲେ । ରାତି ୮ଟାରେ ପରିବାର ସହ କଥା ହୋଇଥିଲେ । ରାତି ୧୦ଟାରେ ପରିବାର ପକ୍ଷରୁ ଫୋନ କରିବାରୁ ସେମାନଙ୍କ ଫୋନ ସୁଇଚ ଅଫ୍ ଥିବା ଜଣାପଡିିଥିଲା । ସକାଳୁ ସଦର ଥାନା ପୋଲିସ ଠାରୁ ଖବର ପାଇ ପରିବାର ଲୋକେ ଡାକ୍ତରଖାନାରେ ପହଂଚିବା ପରେ ଉଭୟ ଯୁବକ ଶବ ଦେଖିବାକୁ ପାଇଥିଲେ । ଓଡ଼ିଶା ସମାଚାର

About admin

Check Also

ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅବ୍ୟବସ୍ଥା ମଧ୍ୟରେ କିଶନନଗର ତହସିଲରେ ଜନଶୁଣାଣୀ

କଟକ ସଦର, ୦୮/୦୮/୨୦୨୨(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): କିଶନନଗର ତହସିଲରେ ଆଜି (ସୋମବାର ) ଜିଲ୍ଲାପାଳଙ୍କ ଜନଶୁଣାଣୀ କାର୍ଯ୍ୟକ୍ରମ ଥିବା …

Leave a Reply

Your email address will not be published.