ଭୁବନେଶ୍ୱର , ୨/୧/୨୦୨୨ (ଓଡ଼ିଶା ସମାଚାର)- ଏବେ ଖୋଲିବନି ପ୍ରଥମରୁ ପଞ୍ଚମ ଶ୍ରେଣୀ ବର୍ତମାନ ପାଇଁ ପ୍ରଥମରୁ ପଞ୍ଚମ ଶ୍ରେଣୀ ଖୋଲିବା ନିଷ୍ପତ୍ତି ସ୍ଥଗିତ । ସାମୟିକ ଭାବେ ଏହି ନିଷ୍ପତ୍ତିକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସ୍ଥଗିତ ରଖିଲା । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି । ଆସନ୍ତା କାଲି ସୋମବାର ଠାରୁ ପ୍ରଥମରୁ ପଞ୍ଚମ ଶ୍ରେଣୀ ଖୋଲିବାକୁ ପୂର୍ବରୁ ରାଜ୍ୟ ସରକାର ଘୋଷଣା କରିଥିଲେ । କିନ୍ତୁ ଏବେକାର କରୋନା ସଂକ୍ରମଣର ସ୍ଥିତି ଓ ଓମିକ୍ରନ୍ କୁ ଦୃଷ୍ଟିରେ ରଖି ବିଭାଗ ନିଷ୍ପତ୍ତି ବଦଳାଇଛି । ଓଡ଼ିଶା ସମାଚାର
