Tuesday , August 16 2022
Breaking News
Home / ବିଶେଷ / ୟୁଥ ସ୍ପୋର୍ଟସ ଆଥଲେଟିକ ଏବଂ ଖୋଖୋ ଏକାଡେମୀ ପକ୍ଷରୁ  ସଫେଇ

ୟୁଥ ସ୍ପୋର୍ଟସ ଆଥଲେଟିକ ଏବଂ ଖୋଖୋ ଏକାଡେମୀ ପକ୍ଷରୁ  ସଫେଇ

କେନ୍ଦ୍ରାପଡ଼ା, ୦୧/୦୧/୨୦୨୨ (ଓଡ଼ିଶା ସମାଚାର)-ଇଂରାଜୀ ନବବର୍ଷ ଉପଲକ୍ଷେ କେନ୍ଦ୍ରାପଡା ୟୁଥ ସ୍ପୋର୍ଟସ ଆଥଲେଟିକ ଏବଂ ଖୋ ଖୋ ଏକାଡେମୀ ପକ୍ଷରୁ କେନ୍ଦ୍ରାପଡା ପୈାରସଂସ୍ଥା କାର୍ଯ୍ୟାଳୟ ସମେତ ପୁରୁଣା ବସଷ୍ଟାଣ୍ଡ ପରିସରକୁ ସଫେଇ କରାଯାଇଛି । ସମାଜସେବୀ ସୟଦ ଇମତିଆଜ ଅଲ୍ଲୀ ଏହି ସଫେଇ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସଫେଇ କରିଥିଲେ । ଏହି ଅବସରରେ ସୟଦ ଅଲ୍ଲୀ ଉପସ୍ଥିତ କ୍ରୀଡାବୀତମାନଙ୍କୁ ଉଦବୋଧନ ଦେଇ କହିଥିଲେ ଯେ ଆମେ ଚଳପ୍ରଚଳ କରୁଥିବା ଅଂଚଳକୁ ସଫାସୁତରା ରଖିଲେ ଆମେ ଏକ ସୁସ୍ଥ ପରିବେଶ  ପାଇପାରିବା । ଏଥିସହିତ ପରିବେଶର ସୁରକ୍ଷା ପାଇଁ  ବୃକ୍ଷରୋପଣ କରିବାକୁ ସେ ପରାମର୍ଶ ଦେଇଥିଲେ ।ଏହି କାର୍ଯ୍ୟକ୍ରମରେ ଏକାଡେମୀର ମୁଖ୍ୟ କୋଚ ସେକ ସୌକତ ଖାନ, ସହକାରୀ କୋଚ ସେକ ଆବାସ, ଖୋ ଖୋ କୋଚ ବଦ୍ରିନାରାୟଣ ପତି, ସମାଜସେବୀ ପ୍ରଶାନ୍ତ କୁମାର ସିଂ, ସେକ ଆବୁ ଜଲାଲ, କ୍ୱାଜା ରମଜାନି, ମୋଜାହିଦ ଖାନ, ସୁହାନା ପରୱିନ, ମମତା ବେହେରା, ପୁନମ ସାହୁ, ସାହି ଅଭିଷେକ, ପରୱାନା ବେଗମ, ସେକ ନହରାଜ, ସେକ ନିୟାମତ, ସାହାଦତ ଖାନ ପ୍ରମୁଖ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

About admin

Check Also

ସ୍ବାଧୀନତା ର ଅମୃତମହୋତ୍ସବ ଓ ସ୍ୱାଧୀନତା ଦିବସ  ପାଳିତ

ନିଶ୍ଚିନ୍ତକୋଇଲି , ୧୫/୦୮/୨୦୨୨(ଓଡିଶା ସମାଚାର/ ଅଭୟ ଜେନା )- ଜନାର୍ଦ୍ଦନ ପୁର ଚିତ୍ରୋତ୍ପଳା ସରକାରୀ ଉଚ୍ଚବିଦ୍ୟାଳୟ ପ୍ରାଙ୍ଗଣ ରେ ୭୬ …

Leave a Reply

Your email address will not be published.