ଭୁବନେଶ୍ୱର , ୦୧/୦୧/୨୦୨୨ (ଓଡ଼ିଶା ସମାଚାର)- ନୂଆ ବର୍ଷ ଭୋଜି ରୁ ହତ୍ୟାକାଣ୍ଡ । ଜଣେ ନିରିହ ବ୍ୟକ୍ତି ହତ୍ୟାର ଶିକାର ହୋଇଛନ୍ତି । ଭୁବନେଶ୍ୱର ଉପକଣ୍ଠ ସୁନ୍ଦରପଦା ନୂଆସାହିରେ ଘଟିଛି ଏହି ଘଟଣା । ମିଳିଥିବା ଖବର ଅନୁଯାୟୀ, ଶୁକ୍ରବାର ବିଳମ୍ବିତ ରାତିରେ ନୂଆ ସାହି ଅଞ୍ଚଳର କିଛି ଯୁବକ ନୂଆବର୍ଷ ଭୋଜି କରୁଥିଲେ। ସେହି ସମୟରେ କପିଳେଶ୍ୱର ଅଞ୍ଚଳର କିଛି ଯୁବକ ଆସି ନିଶାସକ୍ତ ଅବସ୍ଥାରେ ପାଟିତୁଣ୍ଡ କରିଥିଲେ । ତେବେ ଦୀପକ ରାଉତ(ଦୀପୁ) ନାମକ ଜଣେ ଯୁବକ ନିକଟରେ ଥିବା କ୍ଲବ୍ ଘରେ ଶୋଇଥିଲେ । ସେ ଏସବୁ ବିଷୟରେ କିଛି ଯାଣିନଥିଲେ , ପରିଶ୍ରା କରିବାକୁ ଉଠିଥିବାବେଳେ । ତାଙ୍କୁ ପିଟି ପିଟି ହତ୍ୟା କରାଯାଇଛି । ଖବରପାଇ ଏୟାରଫିଲଡ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି। ଉକ୍ତ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ସୃଷ୍ଟି ହେବା ସହ ପ୍ରତିବାଦ କରି ସ୍ଥାନୀୟଲୋକେ ରାସ୍ତା ଅବରୋଧ କରିଛନ୍ତି।ପରିବାର ପକ୍ଷରେ ଅଭିଯୁକ୍ତ ଙ୍କ ନାମ ପ୍ରକାଶ କରାଯାଇଛି । ତେବେ ସେ ଫେରାର ଥିବା ଜଣାପଡ଼ିଛି । ଓଡ଼ିଶା ସମାଚାର