Tuesday , September 27 2022
Breaking News
Home / ବିଶେଷ / ତେଣ୍ଡାକୁଡ଼ା ସାଇଫନ୍ ବ୍ରିଜ୍ ର ପ୍ରବେଶ ପଥ କୁ ମୁକ୍ତ କରାଯାଉ

ତେଣ୍ଡାକୁଡ଼ା ସାଇଫନ୍ ବ୍ରିଜ୍ ର ପ୍ରବେଶ ପଥ କୁ ମୁକ୍ତ କରାଯାଉ

ତିର୍ତୋଲ,୦୧/୦୧/୨୦୨୨ (ଓଡ଼ିଶା ସମାଚାର)- କେନ୍ଦ୍ରାପଡ଼ା ଜିଲା ଅନ୍ତର୍ଗତ ପାଟକୁରା ଥାନା ଅଧିନସ୍ଥ ତେଣ୍ଡାକୁଡ଼ା ପଂଚାୟତର ବଡ଼ ନୟନପୁର ଠାରେ ଏକ ବ୍ରିଜ କମ୍ ସାଇଫନ୍ ରହିଛି , ଯାହାକି ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଜିଲାକୁ ସଂଯୋଗ କରୁଥିବା ଆନ୍ତଜିଲା ସଂଯୋଗକାରୀ ବି୍ରଜ୍ । ଏପଟେ ଜଗତସିଂହପୁର ଜିଲାର ତିର୍ତୋଲ ଥାନା ର କୃଷ୍ଣାନନ୍ଦପୁର ଓ ଅପର ପାଶ୍ୱର୍ଟି କେନ୍ଦ୍ରାପଡ଼ା ଜିଲାର ପାଟକୁରା ଥାନା ଅନ୍ତର୍ଗତ ତେଣ୍ଡାକୁଡ଼ା ପଂଚାୟତ ର ବଡ଼ ନୟନପୁର । କୃଷ୍ଣାନନ୍ଦପୁର ପଟରେ ବ୍ରିଜ୍ ର ପ୍ରବେଶ ପଥ ସମ୍ପୂର୍ଣ୍ଣ ମୁକ୍ତ ଥିବାବେଳେ ବ୍ରିଜ୍ ର ସେପଟେ ତେଣ୍ଡାକୁଡ଼ା ପଂଚାୟତର ବଡ଼ନୟନପୁର (ସାଇଫନ୍ ଛକ) ରେ ଜଳସମ୍ପଦ ବିଭାଗ ର ଜାଗାରେ ବେଆଇନ୍ ଭାବେ ଜବର ଦଖଲ କରି ବହୁ ଦୋକାନ ବଜାର ଗଢ଼ି ଉଠିଛି । ସେ ବାବଦରେ ଆମେ କିଛି କହୁନାହୁଁ । ବ୍ରିଜ ର ପ୍ରବେଶ ପଥରେ କିଛି ଉଠା ମାଛ ଦୋକାନ ଖୋଲୁଛନ୍ତି । ବିଶେଷକରି ରବିବାର, ବୁଧବାର ଓ ଶୁକ୍ରବାର ମାଛ ଦୋକାନରେ ଏପରି ଭିଡ଼ ହେଉଛି ଯେ କୃଷ୍ଣାନନ୍ଦପୁର ପଟକୁ ଯାତାୟତ କରିବା ବେଳେ ବେଳେ କଷ୍ଟକର ହୋଇ ପଡ଼ୁଛି । ବସ୍ ଛିଡ଼ା ହେଉଛି, ଗାଡ଼ି ମୋଟର ଛିଡ଼ା ହେଉଛି । ନୂତନ ଭାବେ ନିର୍ମାଣ କରାଯାଉଥିବା ପୋଲ କୁ ପରିବହନ ହେଉଥିବା ନିର୍ମାଣ ସାମଗ୍ରୀ ଗାଡ଼ି ଛିଡ଼ା ହୋଇ ରହୁଛି । ରୋଗୀ ଆଣିବା ପାଇଁ ଆମ୍ବୁଲାନ୍ସ ଓ ନିଆଁ ଲିଭାଇବା ପାଇଁ କିମ୍ବା ନଦୀରେ ବୁଡ଼ିଯାଉଥିବା ଲୋକଙ୍କୁ ଉଦ୍ଧାର କରିବା ପାଇଁ ଯାଉଥିବା ଦମକଳ ବାହିନୀ ମଧ୍ୟ ସେହି ଅସୁବିଧାରେ ପଡ଼ୁଛନ୍ତି । ଏ ସମ୍ପର୍କରେ ପୂର୍ବରୁ ବିଭିନ୍ନ ଖବର କାଗଜରେ ଖବର ପ୍ରକାଶ ପାଇବା ପରେ ପାଟକୁରା ଥାନା କୋରୁଆ ଫାଣ୍ଡିବାବୁ ଆସି ସାଇଫନ୍ ବ୍ରିଜ ମୁହଁ ଫାଙ୍କା ରଖିବାକୁ କହିଯାଇଥିଲେ । କିଛି ଦିନ ଏହା କରାଗଲା ହେଲେ ଏବେ ଆଉ କେହି ସେଥିପ୍ରତି ଦୃଷ୍ଟି ଦେଉନାହାନ୍ତି । ବ୍ରିଜ୍ ଉପରେ ବସି ମଧ୍ୟ ଉଠା ମାଛ ଦୋକାନୀ ମାଛ ବିକ୍ରି କଲେଣି । ବ୍ରିଜ୍ ଉପରେ ବସି ମାଛ ବିକୁଥିବା ମାଛ ଦେକାନୀଙ୍କୁ ବ୍ରିଜ୍ ଉପରୁ ଦୋକାନ ଉଠାଇନେବାକୁ କହିଲେ କିଛି ନ୍ୟସ୍ତ ସ୍ୱାର୍ଥ ବ୍ୟକ୍ତି ଓ ଅସାମାଜିକ ଯୁବକ ମାନଙ୍କ ଆକ୍ରେସର ଶିକାର ହେବାକୁ ପଡ଼ୁଛି । ବିଶେଷ କରି ରବିବାର, ବୁଧବାର ଓ ଶୁକ୍ରବାର ସକାଳ ୬ ଟାରୁ ୧୦ ଟା ପର୍ଯ୍ୟନ୍ତ ସାଇଫନ୍ ବ୍ରିଜ୍ ପ୍ରବେଶ ପଥ ରେ ଅସମ୍ଭବ ଭିଡ଼ ହେଉଛି । ନୂତନ ସେତୁ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି । ଏହା ସମ୍ପୂର୍ଣ୍ଣ ନହେବା ପର୍ଯ୍ୟନ୍ତ କୃଷ୍ଣାନନ୍ଦପୁର ଠାରୁ ଆରମ୍ଭ କରି ଶଂଖେଶ୍ୱର ପର୍ଯ୍ୟନ୍ତ ଲୋକ ଏହି ରାସ୍ତା ଉପରେ ନିର୍ଭରଶୀଳ । ଏହି ରାସ୍ତାକୁ ଜାଣି ଶୁଣି ସେଠାକାର କିଛି ବ୍ୟକ୍ତି ଜନଗହଳି କରାଇ ଲୋକମାନଙ୍କ ଯାତାୟତରେ ବାଧା ସୃଷ୍ଟି କରୁଛନ୍ତି । ଏବେଠାରୁ ଏଥିପ୍ରତି ଗୁରୁତ୍ୱ ଦେଇ ସାଇଫନ୍ ବ୍ରିଜ୍ ର ପ୍ରବେଶ ପଥ ବଡ଼ ନୟନପୁର ପଟରୁ ଉଠା ମାଛ ଦୋକାନୀ ମାନଙ୍କୁ ଅନ୍ୟତ୍ର ଉଠାନଗଲେ ନିକଟ ଭବିଷ୍ୟତରେ ଏହାକୁ ନେଇ ବଡ଼ ଧରଣର ଅଘଟଣ ଘଟିବା ସମ୍ଭାବନା ଦେଖା ଦେଇଛି । ଏଥିପ୍ରତି ଜଗତସିଂହପୁର ଜିଲାପାଳ, ଜଗତସିଂହପୁର ଏସପି , ତିର୍ତୋଲ ଥାନା ଆଇଆଇସି, ଦୃଷ୍ଟି ଦେଇ କେନ୍ଦ୍ରାପଡ଼ା ଜିଲାପାଳ ଓ ଏସପି ଙ୍କ ସହିତ ଯୋଗାଯୋଗ କରି ସାଇଫନ୍ ବ୍ରିଜ୍ ର ପ୍ରବେଶ ପଥରୁ ଉଠା ମାଛ ଦୋକାନୀ ମାନଙ୍କୁ ଅନ୍ୟ ଯାଗାକୁ ଉଠାଇବାକୁ କୃଷ୍ଣାନନ୍ଦପୁର ର ଜନସାଧାରଣ ଦାବି କରିଛନ୍ତିି । ଓଡ଼ିଶା ସମାଚାର

Leave a Reply

Your email address will not be published.