ଗରଦପୁର, ୦୧/୦୧/୨୦୨୨ (ଓଡ଼ିଶା ସମାଚାର)- ଗରଦପୁର ବ୍ଲକ୍ ବଙ୍ଗାଳପୁର ପଂଚାୟତ ର ଦୁର୍ନିତୀ ଗତ ୫ ବର୍ଷ ଧରି ଚର୍ଚ୍ଚାରେ ରହି ଆସିଛି । ଏବେ ଆଉ ଏକ ୪୦ ଲକ୍ଷ ଟଙ୍କାର ଅର୍ଥ ଅନିୟମିତତା ଓ ଚଂଚକତା ହୋଇଥିବା ନେଇ ଅଭିଯୋଗ ହୋଇଛି । ଏହି ପଂଚାୟତରେ ବାସୁଦେଇପୁର ଠାରେ ୪୦ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଏକ କଲ୍ୟାଣ ମଣ୍ଡପ ନିର୍ମାଣ କରାଯିବା ପାଇଁ ବ୍ୟୟ ବରାଦ କରାଯାଇଥିଲା । ପୂର୍ବତନ ସରପଂଚ ପ୍ରଜେଶ ନାୟକଙ୍କ କାର୍ଯ୍ୟକାଳ ସମୟରେ ସରକାରଙ୍କ ଦ୍ୱାରା ପ୍ରଦତ ୪୦ ଲକ୍ଷ ଟଙ୍କାର ବ୍ୟୟ ଅଟକଳରେ ଏହି ପ୍ରସ୍ତାବିତ କଲ୍ୟାଣ ମଣ୍ଡପ ର ଭୂମି ପୂଜନ କରାଯାଇଥିଲା । ତେବେ ଭୂମି ପୂଜନର ୧ ବର୍ଷ ବିତିଯାଇଥିଲେ ମଧ୍ୟ କଲ୍ୟାଣ ମଣ୍ଡପ ନିର୍ମାଣ ଆରମ୍ଭ ହୋଇନଥିବାରୁ ଲୋକଙ୍କ ମଧ୍ୟରେ ସନ୍ଦେହ ସୃଷ୍ଟି ହୋଇଥିଲା । ଏହି ପ୍ରସ୍ତାବିତ କଲ୍ୟାଣ ମଣ୍ଡପ ଫାଇଲ ର ଅଗ୍ରଗତି ସମ୍ପର୍କରେ ସୂଚନା ଅଧିକାର କର୍ମୀ ପ୍ରମୋଦ କୁମାର ନାୟକ ସୂଚନା ମାଗିଥିଲେ । ଏବେ ମିଳିଥିବା ସୂଚନା ବଳରେ ୪୦ ଳକ୍ଷ ଟଙ୍କାର ପ୍ରସ୍ତାବିତ କଲ୍ୟାଣ ମଣ୍ଡପ ଫାଇଲ କେଉଁଆଡ଼େ ଗାଏବ ହୋଇଯାଇଥିବା ପରି ସାଂଘାତିକ ତଥ୍ୟ ପଦାକୁ ଆସିଛି । ଏପରିକି ଉକ୍ତ କଲ୍ୟାଣ ମଣ୍ଡପ ପାଇଁ ଥିବା ୪୦ ଲକ୍ଷ ଟଙ୍କାକୁ ଉଠାଇ ଅନ୍ୟ ପ୍ରକଳ୍ପରେ ଖର୍ଚ୍ଚ ହୋଇଥିବା ନେଇ ଆଶଙ୍କା ସୃଷ୍ଟି ହୋଇଛି । ଉଲେଖନୀୟ ଏହିକି ଅକ୍ଟୋବର ୧୩, ୨୦୨୦ ମସିହାରେ କେନ୍ଦ୍ରାପଡ଼ା ଉପ ଜିଲାପାଳ ପ୍ରସ୍ତାବିତ କଲ୍ୟାଣ ମଣ୍ଡପ ପାଇଁ ଚିଠି ନଂ -୬୬୬୦/୨୦ ରେ ଅତିରିକ୍ତ ଜିଲାପାଳଙ୍କୁ ଜାଗା ଚିହ୍ନଟ ପାଇଁ ଚିଠି ଲେଖିଥିଲେ । ସେହିପରି ଅତିରିକ୍ତ ଜିଲାପାଳ ଫେବୃଆରୀ ୪, ୨୦୨୧ ମସିହା ଚିଠି ନଂ- ୧୯୧/୨୧ ରେ ଗରଦପୁର ତହସିଲଦାରଙ୍କୁ ଚିଠି ଲେଖି ପ୍ରସ୍ତାବିତ କଲ୍ୟାଣ ମଣ୍ଡପ ପାଇଁ ସହମତି ଜଣାଇଥିଲେ । ପରେ ଏହି ଚିଠି ବଳରେ ପଂଚାୟତ ଅର୍ଥରେ ୨୪ ହଜାର ଟଙ୍କା ବ୍ୟୟ କରାଯାଇ କଲ୍ୟାଣ ମଣ୍ଡପ ପାଇଁ ମାଟି ପରୀକ୍ଷା କରାଯାଇଥିଲା । ଏହାପରେ କଲ୍ୟାଣ ପାଇଁ ଉକତି ପଂଚାୟତର ସରପଂଚ ଙ୍କ ସ୍ୱାମୀ ସୁଧିର ସାମଲଙ୍କ ଦ୍ୱାରା ବ୍ଲକ୍ ର ନିର୍ବାହୀ ଯନ୍ତ୍ରୀ , କନିଷ୍ଠ ଯନ୍ତ୍ରୀ , ପଂଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ଉପସ୍ଥିତିରେ ଭୂମି ପୂଜନ କରାଯାଇଥିଲା । ହେଲେ ଦୀର୍ଘ ୧ ବର୍ଷ ବିତିଯାଇଥିଲେ ମଧ୍ୟ ଉକ୍ତ ସ୍ଥାନରେ ପ୍ରକଳ୍ନ ନିର୍ମାଣ ହୋଇନାହିଁ । ପ୍ରକଳ୍ପ ନିର୍ମାଣ ସମ୍ପର୍କରେ ଗ୍ରାମବାସୀ ମାନଙ୍କ ମନରେ ସନ୍ଦେହ ସୃଷ୍ଟି ହେଉଥିଲା । ଏହାଛଡ଼ା ଉକ୍ତ ପ୍ରକଳ୍ପ ପାଇଁ ବ୍ୟୟ ଅଟକଳ ହୋଇଥିବା ଅର୍ଥକୁ ଚଂଚକତା କରି ଉଠାଇ ନେଇ ଅନ୍ୟ ପ୍ରକଳ୍ପରେ ଖର୍ଚ୍ଚ ହୋଇଥିବା ନେଇ ଶୁଣିବା ପରେ ଉକ୍ତ ଗ୍ରାମର ସୂଚନା ଅଧିକାର କର୍ମୀ ଗତ ଅକ୍ଟେବର ୧୦ ରେ ଗରଦପୁର ତହସିଲଦାରଙ୍କୁ ସୂଚନା ମାଗିଥିଲେ । ସୂଚନା ଦେବାର ସମୟ ଗଡ଼ି ଯାଇଥିଲେ ମଧ୍ୟ ତହସିଲଦାର ସୂଚନା ପ୍ରଦାନ କରିନାହାନ୍ତି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ଏହିକି ଉକ୍ତ ଚିଠିକୁ ଗ୍ରହଣ କରିଥିବା କର୍ମଚାରୀ ଗରଦପୁର ତହସିଲ ରୁ ଅନ୍ୟତ୍ର ବଦଳି ହୋଇ ଯାଇଛନ୍ତି । ତାଙ୍କ ଅଧିନରେ ଥିବା ବିଭାଗର ସମସ୍ତ ଫାଇଲ ତାଙ୍କ ସହଯୋଗୀଙ୍କୁ ଲିଷ୍ଟ ସହ ଦାୟିତ୍ୱ ବୁଝାଇଥିଲେ ମଧ୍ୟ ଉକ୍ତ ଫାଇଳ ପଇଠ ନକରିବା ନେଇ ସନ୍ଦେହ ଆହୁରୀ ଦୃଢ଼ିଭୁତ ହୋଇଛି । ବର୍ତମାନ ଦାୟିତ୍ୱରେ ଥିବା କର୍ମଚାରୀଙ୍କ ନିକଟରେ ଉକ୍ତ ଫାଇଲ ନଥିବା ନେଇ ସେ ମନା କରିଦେଇଛନ୍ତି । ଆଜି ସୂଚନା ଅଧିକାର କର୍ମୀଙ୍କୁ ସୂଚନା ଦେବାକୁ କହିଥିଲେ ମଧ୍ୟ ନାରାଶ ହୋଇ ଗଣମାଧ୍ୟମ ପ୍ରତିନିଧି ଙ୍କୁ ସୂଚନା ଅଧିକାର କର୍ମୀ ପ୍ରମୋଦ କୁମାର ନାୟକ ଏହି ସୂଚନା ଦେଇଛନ୍ତି । ଏ ସମ୍ପର୍କରେ ବିଡ଼ିଓ, ନିର୍ବାହୀ ଯନ୍ତ୍ରୀ , କନିଷ୍ଠ ଯନ୍ତ୍ରୀ ଙ୍କୁ ପଚାରିବାରୁ ସେମାନେ ସନ୍ତୋଷ ଜନକ ଉତର ନଦେଇ ଅନୁଧ୍ୟାନ କଲେ ସମ୍ପୂର୍ଣ୍ଣ ତଥ୍ୟ ଜଣାପଡ଼ିବ ବୋଲି କହିଛନ୍ତି । ଓଡ଼ିଶା ସମାଚାର