Thursday , June 30 2022
Breaking News
Home / ବିଶେଷ / ଗାନ୍ଧିଜୀଙ୍କ ଡାକରାରେ ଭାରତଛାଡ ଆନ୍ଦୋଳନରେ ସ୍ୱାଧୀନତା ସଂଗ୍ରାମୀ ଅନ୍ନପୂର୍ଣ୍ଣା ମହାରଣା ଯୋଗ ଦେଇ କାରାବରଣ କରିଥିଲେ

ଗାନ୍ଧିଜୀଙ୍କ ଡାକରାରେ ଭାରତଛାଡ ଆନ୍ଦୋଳନରେ ସ୍ୱାଧୀନତା ସଂଗ୍ରାମୀ ଅନ୍ନପୂର୍ଣ୍ଣା ମହାରଣା ଯୋଗ ଦେଇ କାରାବରଣ କରିଥିଲେ

ରଘୁନାଥପୁର, ୦୧/୦୧/୨୦୨୨ (ଓଡ଼ିଶା ସମାଚାର)-ମହାତ୍ମା ଗାନ୍ଧିଙ୍କର ଅହିଂସା ଆନ୍ଦୋଳନରେ ପ୍ରଖ୍ୟାତ ସ୍ୱାଧୀନତା ସଂଗ୍ରାମୀ ଅନ୍ନପୂର୍ଣ୍ଣା ମହାରଣା ୧୪ବର୍ଷ ବୟସରେ ଯୋଗଦେଇ ଇଂରେଜ ମାନଙ୍କ ବିରୁଦ୍ଧରେ ଆନ୍ଦୋଳନ କରି କାରାବରଣ କରିଥିଲେ ଓ ଲବଣ ସତ୍ୟାଗ୍ରହରେ ସଂଗ୍ରାମୀ ଅନ୍ନପୂର୍ଣ୍ଣା ମହାରଣା ଯୋଗଦେଇ ଏହି ଆନ୍ଦୋଳନକୁ ବ୍ୟାପକ କରିଥିଲେ ବୋଲି ଜାତୀୟ ଭାଷା ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ଆଗାମୀ ଓଡିଶା ପକ୍ଷରୁ ମହାତ୍ମାଗାନ୍ଧୀ ସଭାକକ୍ଷରେ ଅନୁଷ୍ଠିତ ତାଙ୍କର ଶ୍ରାଦ୍ଧୋତ୍ସବରେ ବରିଷ୍ଠ ସାମ୍ବାଦିକ ବିଜୟ କୁମାର ସ୍ୱାଇଁ ଯୋଗଦେଇ ଏହା କହିଥିଲେ । ଏଥିରେ ଆଗାମୀ ଓଡିଶା ସଭାପତି ପ୍ୟାରୀମୋହନ ପଟ୍ଟନାୟକ ପୌରହିତ୍ୟ କରି ସଂଗ୍ରାମୀ ଅନ୍ନପୂର୍ଣ୍ଣା ଦେବୀ ଗାନ୍ଧିଜୀଙ୍କର ଭାରତଛାଡ ଆନ୍ଦୋଳନ ଯୋଗଦେଇ କାରାବରଣ କରିଥିଲେ ବୋଲି କହିଥିଲେ । ଏଥିରେ ମୁଖ୍ୟବକ୍ତା ଭାବେ ଶିକ୍ଷାବିତ୍ ସୁରେଶ ଚନ୍ଦ୍ର ରାଉତ ଯୋଗଦେଇ ବିନୋବା ଭାବେଙ୍କ ଭୂଦାନ ଆନ୍ଦୋଳନରେ ସକ୍ରିୟ ଭାବେ ଭାଗ ନେଇଥିଲେ ବୋଲି କହିଥିଲେ । ଏଥିରେ ଏସଏଏନ କଲେଜର ପୂର୍ବତନ ଅଧ୍ୟକ୍ଷ ଅଜୟ କୁମାର ଦାସ, ଅଧ୍ୟାପକ ଆଶିଷ ଚକ୍ରବର୍ତୀ, ବରିଷ୍ଠ ସାମ୍ବାଦିକ ଦିପ୍ତୀରଂଜନ କାନୁନଗୋ, ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦର ପୂର୍ବତନ ଉପସଚିବ ରବିନ୍ଦ୍ର କୁମାର ମହାପାତ୍ର, ଶିକ୍ଷାବିତ୍ ଯଦୁନାଥ ଜେନା, ଶିକ୍ଷାବିତ ପ୍ରାଣକୃଷ୍ଣ ନାୟକ ପ୍ରମୁଖ ଯେଗଦେଇ ସ୍ୱାଧୀନତା ସଂଗ୍ରାମୀ ଅନ୍ନପୂର୍ଣ୍ଣା ମହାରଣାଙ୍କର ସ୍ୱାଧୀନତା ଆନ୍ଦୋଳନରେ ଭୂମିକା ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ । ଓଡ଼ିଶା ସମାଚାର

About admin

Check Also

ବଡ଼ଚଣା ବିଡ଼ିଓଙ୍କ ଚିଠି ପରି ଗରଦପୁର ବିଡ଼ିଓ ଙ୍କ ଚିଠି କେବେ ?

ଗରଦପୁର, ୨୯/୬/୨୦୨୨(ଓଡ଼ିଶା ସମାଚାର)- ଗତ କରୋନା ମହାମାରୀ ସମୟରେ ଗରଦପୁର ବ୍ଲକ୍ ର ପ୍ରତି ପଂଚାୟତ ସ୍ତରରେ ଅସ୍ଥାୟୀ ସ୍ୱାସ୍ଥ୍ୟ …

Leave a Reply

Your email address will not be published. Required fields are marked *