Tuesday , August 16 2022
Breaking News
Home / ବିଶେଷ / କେନ୍ଦ୍ରାପଡା ସାଂସଦଙ୍କ ବ୍ୟାନର ଚିରା ନେଇ ଥାନାରେ ଅଭିଯୋଗ

କେନ୍ଦ୍ରାପଡା ସାଂସଦଙ୍କ ବ୍ୟାନର ଚିରା ନେଇ ଥାନାରେ ଅଭିଯୋଗ

କେନ୍ଦ୍ରାପଡ଼ା, ୦୧/୦୧/୨୦୨୨ (ଓଡ଼ିଶା ସମାଚାର)-ନବବର୍ଷ ଉପଲକ୍ଷେ ଲଗାଯାଇଥିବା କେନ୍ଦ୍ରାପଡା ସାଂସଦଙ୍କ ବ୍ୟାନରକୁ କେହି ଚିରି ଦେଇଥିବା ନେଇ ଥାନାରେ ଅଭିଯୋଗ ହୋଇଥିବା ଜଣାପଡିଛି । ନୂତନ ଇଂରାଜୀ ନବବର୍ଷ ଉପଲକ୍ଷେ କେନ୍ଦ୍ରାପଡା ଲୋକସଭା ସାଂସଦ ଅନୁଭବ ମହାନ୍ତି ଜିଲ୍ଲାର ଅଧିବାସୀମାନଙ୍କୁ ଶୁଭେଛା ଜଣାଇଥିବା ନେଇ ଏକ  ବ୍ୟାନର କେନ୍ଦ୍ରାପଡା ସହରର ଫକିରାବାଦରେ ମରାଯାଇଥିଲା । କିନ୍ତୁ ସେହି ବ୍ୟାନରଟିକୁ କେହି ଦୁର୍ବୁତ ଶୁକ୍ରବାର ରାତିରେ ଚିରିଦେଇଥିବା ନେଇ କେନ୍ଦ୍ରାପଡା ଟାଉନ ଥାନାରେ ଗୈøଡଗୋପ ଗ୍ରାମର ମହମ୍ମଦ ମୁସ୍ତକିମ ଅଭିଯୋଗ କରିଛନ୍ତି । ଏହି ଘଟଣାର ତଦନ୍ତ ଆରମ୍ଭ ହୋଇଥିବା ନେଇ ଟାଉନ ଥାନା ଅଧିକାରୀ ଗୌରାଙ୍ଗ ଚରଣ ପୃଷ୍ଟିଙ୍କ ଠାରୁ ସୂଚନା ମିଳିଛି । ଓଡ଼ିଶା ସମାଚାର

About admin

Check Also

ସ୍ବାଧୀନତା ର ଅମୃତମହୋତ୍ସବ ଓ ସ୍ୱାଧୀନତା ଦିବସ  ପାଳିତ

ନିଶ୍ଚିନ୍ତକୋଇଲି , ୧୫/୦୮/୨୦୨୨(ଓଡିଶା ସମାଚାର/ ଅଭୟ ଜେନା )- ଜନାର୍ଦ୍ଦନ ପୁର ଚିତ୍ରୋତ୍ପଳା ସରକାରୀ ଉଚ୍ଚବିଦ୍ୟାଳୟ ପ୍ରାଙ୍ଗଣ ରେ ୭୬ …

Leave a Reply

Your email address will not be published.