ପାରାଦୀପ,୦୧/୦୧/୨୦୨୨ (ଓଡ଼ିଶା ସମାଚାର)- ଚଳିତ ବର୍ଷ ପାରାଦୀପର କାର୍ଯ୍ୟରତ ସାମ୍ବାଦିକମାନେ ନିଆରା ଢଙ୍ଗରେ ନୂଆବର୍ଷକୁ ପାଳନ କରିଛନ୍ତି । ଶନିବାର ସକାଳେ କାର୍ଯ୍ୟରତ ସାମ୍ବାଦିକମାନେ ପାରାଦୀପ ଆଦର୍ଶ ଥାନା ନିକଟସ୍ଥ ପ୍ରେସ୍ ଛକରେ ଏକତ୍ରିତ ହୋଇଥିଲେ । ପାରାଦୀପ ଅନ୍ତେବସୀମାନଙ୍କ ନିମନ୍ତେ ନୂଆବର୍ଷ ୨୦୨୨ ଶୁଭ ଓ ମଙ୍ଗଳମୟ ହେବାର କାମନା କରିଥିଲେ । କାର୍ଯ୍ୟରତ ସାମ୍ବାଦିକ ପାରାଦୀପ ପକ୍ଷରୁ ବ୍ୟାନର ମାଧ୍ୟମରେ ଶୁଭେଛା ବାର୍ତା ଜଣାଇଥିଲେ । କୋଭିଡ୍-୧୯ର ଆଦର୍ଶ ନିୟମପାଳନ କରି ସମସ୍ତେ ସମସ୍ତଙ୍କୁ ନୂଆବର୍ଷର ଶୁଭେଛା ଜଣାଇଥିଲେ । ସାମ୍ବାଦିକ ଶଶାଙ୍କ ଶେଖର ଆଚାର୍ଯ୍ୟ, ସଂଜୟ କୁମାର ମିଶ୍ର, ସଂନ୍ଦିପ କୁମାର ଲେଙ୍କା, ବିବେକାନନ୍ଦ ରାଉତ,ପୁରୁଷୋତମ ଶତପଥି,ଦୀପକ କୁମାର ଦାସ, ଜଗବନ୍ଧୁ ସ୍ୱାଇଁ, ଜଗନ୍ନାଥ ଶତପଥି, ରତ୍ନାକର ଜେନା, ରବିନ୍ଦ୍ର କୁମାର ଜେନା, ରାକେଶ କୁମାର ପଟ୍ଟନାୟକ, ସଦାନନ୍ଦ ବେହେରା ପ୍ରମୁଖ ସାମ୍ବାଦିକମାନେ ଏହି କାର୍ଯ୍ୟକ୍ରମ ରେ ସାମିଲ ହୋଇଥିଲେ । ଓଡ଼ିଶା ସମାଚାର
