Friday , August 19 2022
Breaking News
Home / ବିଶେଷ / ୪୪କିଲୋ ଗେଞ୍ଜଇ ସହ କାର ଜବତ ,୩ ଗିରଫ

୪୪କିଲୋ ଗେଞ୍ଜଇ ସହ କାର ଜବତ ,୩ ଗିରଫ

ରଘୁନାଥପୁର, ୩୧/୧୨/୨୦୨୧ (ଓଡ଼ିଶା ସମାଚାର)- ରଘୁନାଥପୁର ଥାନା ପୋଲିସ୍ ୪୪କିଲୋ ଗଂଜେଇ ସହ କାର ଜବତ କରି ୩ଜଣ ଆସାମୀଙ୍କୁ ଗିରଫ କରିଛି । ଖବରରୁ ପ୍ରକାଶ ଆଜି ଦିନ ୮ଟାସମୟରେ କଟକ-ପାରାଦ୍ୱୀପ ରାସ୍ତାରେ କଟକରୁ ପାରାଦ୍ୱୀପ ଅଭିମୁଖେ ସୁଜକି ଡିଜାୟାର କାର ଓଡି ୦୨ ଏଏମ ୪୬୮୨ ନମ୍ବର ଗାଡିରେ ୨ବସ୍ଥା ଗଂଜେଇ ନେଇ ୩ଜଣ ଆସାମୀ ପାରାଦ୍ୱୀପ ଅଭିମୁଖେ ଯାଉଥିଲେ । କୌଣସି ସୂତ୍ରରୁ ଏହି ଖବରପାଇ ରଘୁନାଥପୁର ଥାନା ନୂତନ ଅଧିକାରୀ ପ୍ରଦୁ୍ୟମ୍ନ କିଶୋର ବେହେରାଙ୍କ ନେତୃତ୍ୱରେ ଆରକ୍ଷୀ ଉପନୀରିକ୍ଷକ ଅନିଲ କୁମାର ସାହୁ, ଉପନିରୀକ୍ଷକ ଗୟଶ ଅହମ୍ମଦଙ୍କୁ ସାଙ୍ଗରେ ଧରି କଂଟୁଆର ପାଖରେ ଉକ୍ତ କାରଟିକୁ ଅଟକାଇବାକୁ ଉଦ୍ୟମ କରିଥିଲେ । ମାତ୍ର ଉକ୍ତ କାରଟି ପାରାଦ୍ୱୀପ ଅଭିମୁଖେ ଦ୍ରୁତଗତିରେ ଯାଉଥିଲା । ରଘୁନାଥପୁର ଥାନା ପୋଲିସ ଉକ୍ତ କାରଟିକୁ ପିଛା କରି କଟକ- ପାରାଦ୍ୱୀପ ରାସ୍ତାର ବର୍ତୀ ନିକଟରେ ଅଟକାଇଥିଲେ । ଉକ୍ତ କାରଟିକୁ ସେଠାରୁ ଜବତ କରିବା ସହିତ କାରରେ ଥିବା ୪୪କିଲୋ ଗଂଜେଇକୁ ଜବତ କରି ଥାନାକୁ ଆଣିବା ସହିତ ଏହି ଗଂଜେଇ ନେଇ କାରରେ ଯାଉଥିବା ୩ଜଣ ଆସାମୀଙ୍କୁ ଗିରଫ କରିଥିଲେ । ଆସାମୀ ହେଲେ ତିର୍ତୋଲ ଥାନା ଅନ୍ତର୍ଗତ ପଣ୍ଡୁଆ ଗ୍ରାମର ଗୌରହରି ସେଠୀଙ୍କ ପୁଅ ଦେବୀପ୍ରସନ୍ନ ସେଠୀ(୩୬), ତିର୍ତୋଲ ଥାନା ଅନ୍ତର୍ଗତ ତେରମାଣପୁର ଗ୍ରାମର ସିଦ୍ଧେଶ୍ୱର ସ୍ୱାଇଁଙ୍କ ପୁଅ କ୍ଷୀରୋଦ ସ୍ୱାଇଁ(୪୪) ଓ ମାର୍ଶାଘାଇ ଥାନା ଅନ୍ତର୍ଗତ ଖୁରସିଆ ଗ୍ରାମର ସଂଗ୍ରାମ ସାହାଣୀଙ୍କ ପୁଅ ସତ୍ୟଜିତ୍ ସାହାଣୀ (୨୩) ଅଟନ୍ତି । ରଘୁନାଥପୁର ଥାନାରେ ଏ ସମ୍ପର୍କରେ ଏକ ମାମଲା ରୁଜୁ କରି ୩ଜଣ ଆସାମୀ ଙ୍କୁ କୋର୍ଟ ଚାଲାଣ କରିଥିଲେ । ସେଠାରେ ତାଙ୍କର ଜାମିନ୍ ନାମଂଜୁର ହେବାରୁ ତାଙ୍କୁ ଆଳିପିଙ୍ଗଳ ଜେଲକୁ ପଠାଇ ଦିଆଯାଇଛି । ଓଡ଼ିଶା ସମାଚାର

About admin

Check Also

ଭାରତ ମାତା ସେବା ଅନୁଷ୍ଠାନ ତରଫରୁ ୩୭୫ ଫୁଟ ର ବିଶାଳ ତ୍ରିରଙ୍ଗା ଯାତ୍ରା

ଭୁବନ ୧୮/୦୮/୨୦୨୨(ଓଡ଼ିଶା ସମାଚାର)- ଆଜାଦୀ କା ଅମୃତ ମହୋତ୍ସବ ଅବସରରେ ଭାରତ ମାତା ସେବା ଅନୁଷ୍ଠାନ ଆନୁକୂଲ୍ୟରେ  ୩୭୫ ଫୁଟ …

Leave a Reply

Your email address will not be published.