ଜଗତସିଂହପୁର, ୩୧/୧୨/୨୦୨୧ (ଓଡ଼ିଶା ସମାଚାର)- ସ୍ୱାଧୀନତା ସଂଗ୍ରାମରେ ନରସିଂହ ମହାନ୍ତିଙ୍କର ଅବଦାନ ଚିରସ୍ମରଣୀୟ ବୋଲି ଗୁରୁବାର ତାଙ୍କର ୨୪ତମ ଶ୍ରାଦ୍ଧୋତ୍ସବରେ ବହୁ ବିଶିଷ୍ଟ ବ୍ୟକ୍ତିଯୋଗଦେଇ ଏହା କହିଥିଲେ ।ରଘୁନାଥପୁର ନିକଟସ୍ଥ ସାଧୁସାହି ଗ୍ରାମରେ ଜାତୀୟ ଭାଷା ସାହିତ୍ୟଓ ସାଂସ୍କୃତିକ ଅନୁଷ୍ଠାନ ଆଗାମୀ ଓଡିଶା ପକ୍ଷରୁ ପ୍ରଖ୍ୟାତ ସ୍ୱାଧୀନତା ସଂଗ୍ରାମୀ ନରସିଂହ ମହାନ୍ତିଙ୍କର୨୪ତମ ଶ୍ରାଦ୍ଧୋତ୍ସବରେ ମୁଖ୍ୟଅତିଥି ଭାବେ ଭାରତୀୟ ଜୀବନବୀମା ନିଗମର ବରିଷ୍ଠ ଅଧିକାରୀ ଶିକ୍ଷାବିତ୍ ଅଶୋକକୁମାର ରାଉତରାୟ ଯୋଗଦେଇ ସଂଗ୍ରାମୀ ନରସିଂହ ମହାନ୍ତି ଏ ଅଂଚଳର ଗାନ୍ଧୀ ଥିଲେ ବୋଲି କହିଥିଲେ । ଏଥିରେ ମୁଖ୍ୟବକ୍ତା ଭାବେ ବରିଷ୍ଠ ସାମ୍ବାଦିକ ବିଜୟ କୁମାର ସ୍ୱାଇଁ ଯୋଗଦେଇ ସ୍ୱାଧୀନତା ସଂଗ୍ରାମୀ ନରସିଂହ ମହାନ୍ତି ଇଂରେଜ ମାନଙ୍କ ବିରୁଦ୍ଧରେ ସଂଗ୍ରାମ କରି ସର୍ବାଧିକ କାଳ ଦେଶ ସ୍ୱାଧୀନତା ପାଇଁ ଓଡିଶାର ବିଭିନ୍ନ ଜେଲରେ ରହିଥିଲେ ଏବଂ ଶ୍ରୀ ମହାନ୍ତି ଜ୍ଞାନମଣ୍ଡଳ ପ୍ରଣୟତା ବିନୋଦ୍ କାନୁନଗୋ, ପ୍ରଥମ ରାଜବନ୍ଦୀ ରାଜକୃଷ୍ଣ ବୋଷ ଓ ଗୋବିନ୍ଦ ମହାନ୍ତି ଦେଶପାଇଁ ଇଂରେଜ ପୋଲିସ ମାନଙ୍କ ଦ୍ୱାରା ଧରା ନପଡିବାକୁ କୂଅ ଭିତରେ, ଜଙ୍ଗଲ ଭିତରେ, ଗାଈ ଚରାଳି ବେଶରେ ଓଡିଶା ସାରା ବୁଲି ଇଂରେଜ ମାନଙ୍କ ବିରୁଦ୍ଧରେ ସଂଗ୍ରାମ କରି ଦେଶକୁ ସ୍ୱାଧୀନ କରିଥିଲେ ବୋଲି କହିଥିଲେ ।ଏଥିରେ ଶିକ୍ଷାବିତ୍ ସୁରେଶ ଚନ୍ଦ୍ର ରାଉତ ପୌରହିତ୍ୟ କରିଥିଲେ । ଏଥିରେ ଆଗାମୀ ଓଡିଶା ସଭାପତି ଶିକ୍ଷାବିତ୍ ପ୍ୟାରୀମୋହନ ପଟ୍ଟନାୟକ, ଏସଏଏନ କଲେଜର ପୂର୍ବତନ ଅଧ୍ୟକ୍ଷ ଅଜୟ କୁମାର ଦାସ, ବରିଷ୍ଠ ସାମ୍ବାଦିକ ଦିପ୍ତୀରଂଜନ କାନୁନଗୋ, ପଣ୍ଡିତ ଶ୍ରୀବତ୍ସ ଦାସ ମହାପାତ୍ର, ଅଧ୍ୟାପକ ଆଶିଷ ଚକ୍ରବର୍ତୀ, ମାଧ୍ୟମିକ ଶିକ୍ଷା ପରିଷଦର ପୂର୍ବତନ ଉପସଚିବ ରବିନ୍ଦ୍ର କୁମାର ମହାପାତ୍ର, ଶିକ୍ଷକ ସୁଧିର ରଂଜନ ମହାନ୍ତି, ଲକ୍ଷ୍ମୀଧର ମହାନ୍ତି, ସଂଯୁକ୍ତା ମହାନ୍ତି, ସଂଘମିତ୍ରା ମହାନ୍ତି, ଧରିତ୍ରୀ ମହାନ୍ତି, ପ୍ରାଣକୃଷ୍ଣ ନାୟକ ପ୍ରମୁଖ ଯୋଗଦେଇ ସ୍ୱର୍ଗତ ମହାନ୍ତିଙ୍କ ମହାନ ଦେଶଭକ୍ତି ସମ୍ପର୍କରେ ଆଲୋଚନା କରିଥିଲେ । ଏଥିରେ ବରିଷ୍ଠ ଆଇନଜୀବି ଏମଏନ ହର୍ଷବର୍ଦ୍ଧନ ସ୍ୱାଗତ ଭାଷଣ ଦେଇଥିଲେ । ଶେଷରେ ସମାଜସେବୀ ବିଜନ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଓଡ଼ିଶା ସମାଚାର
