ଭୁବନ,୩୧/୧୨/୨୦୨୧ (ଓଡ଼ିଶା ସମାଚାର)- ଭୁବନ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ବରିଷ୍ଠ ଷ୍ଟାଫ ନର୍ସ ଶୈଳବାଳା ରଥ ଙ୍କୁ ଆଜି ଅବସର କାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଭାରପ୍ରାପ୍ତ ଚିକିତ୍ସାଧିକାରୀ ଡା. ଋମେଶ କୁମାର ସାହୁ ଙ୍କ ଅଧ୍ୟକ୍ଷତା ଓ ଆକାଉଟାନ୍ଟ ଶୁଭକାନ୍ତ ଆଚାର୍ଯ୍ୟ ଙ୍କ ପରିଚାଳନାରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ଷ୍ଟାଫ ନର୍ସ ଶ୍ରୀମତୀ ରଥ ଭାବବିହ୍ୱଳ ହୋଇ ନିଜର ବକ୍ତବ୍ୟ ପ୍ରଦାନ କରିବା ସହ ତାଙ୍କ ଜ୍ଞାତ କିମ୍ବା ଅଜ୍ଞାତରେ ଯଦି ତାଙ୍କ ବ୍ୟବହାର କାହା ମନରେ ଦୁଃଖ ଦେଇଥାଏ , ସେଥିପାଇଁ ତାଙ୍କୁ କ୍ଷମା କରିଦେବାକୁ ଅଶ୍ରୁଳ ନୟନ ରେ କହିଥିଲେ । ଶ୍ରୀମତୀ ରଥ ଙ୍କ ସମୟାନୁବର୍ତିତା , ସେବା ମନୋଭାବ , କର୍ତବ୍ୟ ନିଷ୍ଠା ଅନ୍ୟ ମାନଙ୍କ ପାଇଁ ଧେୟ ହେଉ ବୋଲି ଡା. ଋମେଶ କୁମାର ସାହୁ ମତବ୍ୟକ୍ତ କରିଥିଲେ । ଡା.ସୌମ୍ୟ ରଂଜନ ପୃଷ୍ଟି , ଡା. ଅନିନ୍ଦିତା ପରିଡା ଙ୍କ ସମେତ ଷ୍ଟାଫ ନର୍ସ ଗାୟତ୍ରୀ ସାହୁ , ବନିତା ସାହୁ , ପୁଷ୍ପାଞ୍ଜଳି ସାଥୁଆମହାପାତ୍ର , ରୀତାରାଣୀ ସାହୁ , ସୁଚିସ୍ମିତା ଓଝା , ଜୟସ୍ମିତା ସାହୁ , ଫାର୍ମାସିଷ୍ଟ ଅଜିତ କୁମାର ଦାଶ , ଏଏନଏମ ରତ୍ନପ୍ରଭା ନାୟକ , ଆଟେତ୍ନ୍ ପୂର୍ଣ୍ଣଚନ୍ଦ୍ର ରାଉତ , ସୁଦର୍ଶନ ଜେନା , ହିମାଂଶୁ ଭୂଷଣ ତରାଇ , ଉଦୟ ରାଉତ ପ୍ରମୁଖ ସମସ୍ତ କର୍ମଚାରୀ ଉପସ୍ଥିତ ରହି ଶ୍ରୀମତୀ ରଥ ଙ୍କୁ ପୁଷ୍ପଗୁଚ୍ଛ , ଉତରୀୟ ଓ ଉପହାର ଦେଇ ଅଶ୍ରୁଳ ବିଦାୟ ଜଣାଇବା ସହ ତାଙ୍କର ଦୀର୍ଘ ନିରାମୟ ଜୀବନ କାମନା କରିଥିଲେ । ଓଡ଼ିଶା ସମାଚାର