Thursday , March 30 2023
Breaking News
Home / ବିଶେଷ / ରଘୁନାଥପୁର ବ୍ଲକ୍ ରେ ଜିଲାପାଳଙ୍କ ସମୀକ୍ଷା ବୈଠକ

ରଘୁନାଥପୁର ବ୍ଲକ୍ ରେ ଜିଲାପାଳଙ୍କ ସମୀକ୍ଷା ବୈଠକ

ରଘୁନାଥପୁର, ୩୧/୧୨/୨୦୨୧ (ଓଡ଼ିଶା ସମାଚାର)-ରଘୁନାଥପୁର ବ୍ଲକ୍ ରେ ଆଜି ଜଗତସିଂହପୁର ଜିଲାପାଳ ପାରୁଲ ପଟୱାରୀ ସମୀକ୍ଷା ବୈଠକ କରିଛନ୍ତି । ଆଜି ପୂର୍ବାହ୍ନରେ ଜିଲାପାଳ ରଘୁନାଥପୁର ବ୍ଲକ୍ ରେ ପହଂଚି ବିଡ଼ିଓ ଙ୍କ କାର୍ଯ୍ୟାଳୟରେ ଉପସ୍ଥିତ ରହି ସମୀକ୍ଷା ବୈଠକ କରିଥିଲେ । ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ବିଭିନ୍ନ ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିବା ସହିତ ବ୍ଲକ୍ ରେ ଚାଲିଥିବା ମିଶନ ଶକ୍ତିର ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା, ବିଜୁ ପକାଘର, ମୋ ଗୁହାଳ,ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ,ମହାତ୍ମା ଗାନ୍ଧି ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ଆଦିର କାର୍ଯ୍ୟ ବ୍ଲକ୍ ରେ କିପରି ଚାଲିଛି ତାହା ବିଭାଗିୟ ଅଧିକାରୀଙ୍କ ଠାରୁ ପଚାରି ବୁଝିଥିଲେ । ଏହି ସମୀକ୍ଷା ବୈଠକରେ ବିଡ଼ିଓ ଜିତେନ୍ଦ୍ର କୁମାର ନାୟକ, ଏବିଡ଼ିଓ ଅଶୋକ କୁମାର ମହାନ୍ତି, ଏଇ ଅମିୟଚାନ୍ଦ ମଲିକ ଙ୍କ ସମେତ ବ୍ଲକ୍ ର ସମସ୍ତ ଅଧିକାରୀ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.