Thursday , June 30 2022
Breaking News
Home / ବିଶେଷ / ମାଟିତଳୁ ଲ୍ୟାଣ୍ଡମାଇନ ସହ ବହୁ ପରିମାଣର ମାଓ ସାମଗ୍ରୀ ଜବତ

ମାଟିତଳୁ ଲ୍ୟାଣ୍ଡମାଇନ ସହ ବହୁ ପରିମାଣର ମାଓ ସାମଗ୍ରୀ ଜବତ

ମାଲକାନଗିରି,୩୧/୧୨/୨୦୨୧ (ଓଡ଼ିଶା ସମାଚାର)- ମାଟିତଳୁ ଲ୍ୟାଣ୍ଡମାଇନ ସହ ବହୁ ପରିମାଣରେ ମାଓ ସାମଗ୍ରୀ ମାଲକାନଗିରି ପୁଲିସ ଜବତ କରିଛି। ବିଶେଷ ସୂତ୍ରରୁ ଖବର ପାଇ ମାଲକାନଗିରି ପୁଲିସ ଏବଂ ବିଏସ୍ଏଫ୍ ତରଫରୁ ସ୍ବାଭିମାନ ଅଂଚଳର ଯଡାମ୍ବ ଥାନା ଅନ୍ତର୍ଗତ ଆନ୍ଧ୍ର ଓଡିଶା ସୀମାରେ ଜଂଗଲ ଭିତରେ ଏକ ବଡ ଗାତ କରି ନକ୍ସଲ ଲ୍ୟାଣ୍ଡମାଇନ, ବିସ୍ଫୋରକ, ଔଷଧ, ପୁସ୍ତକ, ବ୍ୟାଟେରି, ଯୋତା, ପୋଷାକ, କିକ୍ ବ୍ୟାଗ୍, ଇନସାସ ମାଗାଜିନ ଇତ୍ୟାଦି ଉଦ୍ଧାର କରିଛି। ସ୍ବାଭିମାନ ଅଂଚଳର ଟାବେର ଏବଂ ଆରଲିଙ୍ଗପଡା ଗ୍ରାମ ନିକଟରେ ରହିଥିବା ଜଂଗଲରେ ମାଟି ତଳୁ ଏସବୁ ବିସ୍ଫୋରକକୁ ପୁଲିସ ଉଦ୍ଧାର କରାଯାଇଛି। ନକ୍ସଲ ସ୍ବାଭିମାନ ଅଂଚଳର ବିଭିନ୍ନ ସ୍ଥାନରେ ଏଭଳି ଗାତ ଖୋଳି ଲ୍ୟାଣ୍ଡମାଇନ ଏବଂ ବିସ୍ଫୋରକଗୁଡିକ ଲୁଚାଇ ରଖିଥିବା ବେଳେ ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇ ସେସବୁକୁ ଉଦ୍ଧାର କରାଉଛନ୍ତି। ନକ୍ସଲଙ୍କର ଏକ ବଡ ଯୋଜନାକୁ ପୁଲିସ ପଣ୍ଡ କରିବାରେ ସଫଳ ହୋଇଥିବା କୁହାଯାଉଛି। ଓଡ଼ିଶା ସମାଚାର

About admin

Check Also

ବଡ଼ଚଣା ବିଡ଼ିଓଙ୍କ ଚିଠି ପରି ଗରଦପୁର ବିଡ଼ିଓ ଙ୍କ ଚିଠି କେବେ ?

ଗରଦପୁର, ୨୯/୬/୨୦୨୨(ଓଡ଼ିଶା ସମାଚାର)- ଗତ କରୋନା ମହାମାରୀ ସମୟରେ ଗରଦପୁର ବ୍ଲକ୍ ର ପ୍ରତି ପଂଚାୟତ ସ୍ତରରେ ଅସ୍ଥାୟୀ ସ୍ୱାସ୍ଥ୍ୟ …

Leave a Reply

Your email address will not be published. Required fields are marked *