ସିରାଜଉଦ୍ଧିନ ଖାଁ ସଭାପତି , ସୁଶାନ୍ତ ପୋଥାଳ ସମ୍ପାଦକ
ଭୁବନ,୩୧/୧୨/୨୦୨୧ (ଓଡ଼ିଶା ସମାଚାର)- ଭୁବନ ସାମ୍ବାଦିକ ସଂଘର ବନ୍ଧୁମିଳନ ଓ ନୂତନ କର୍ମକର୍ତା ଚୟନ କାର୍ଯ୍ୟକ୍ରମ ବରିଷ୍ଠ ସାମ୍ବାଦିକ ଅଲେଖଚନ୍ଦ୍ର ତ୍ରିପାଠୀ ଙ୍କ ଆବାହକତ୍ୱ ଓ ଅଧ୍ୟକ୍ଷତାରେ ସ୍ଥାନୀୟ ସିଦ୍ଧ ରାମଚଣ୍ଡୀ ପୀଠ ପରିସରରେ ଅନୁଷ୍ଠିତ ହୋଇଯାଇଛି । ବୈଠକ ପ୍ରାରମ୍ଭରେ ସଂପାଦକ ସୁଶାନ୍ତ କୁମାର ପୋଥାଳ ପୂର୍ବ ବିବରଣୀ ପାଠ କରିବା ସହିତ କାର୍ଯ୍ୟ ବ୍ୟସ୍ଥତାଯୋଗୁ ସମୟ ଦେଇପାରୁନଥିବା କାରଣ ଦର୍ଶାଇ ପୂର୍ବତନ ସଭାପତି ପୂର୍ଣ୍ଣଚନ୍ଦ୍ର ସାହୁ ପ୍ରଦାନ କରିଥିବା ଇସ୍ତଫା ପତ୍ରକୁ ପଢି ଶୁଣାଇଥିଲେ ।


ପରେ ସର୍ବସମ୍ମତି କ୍ରମେ ସିରାଜଉଦ୍ଧିନ ଖାଁ (ଗରିବ) ସଭାପତି , ସୁଶାନ୍ତ କୁମାର ପୋଥାଳ ସଂପାଦକ , ବିଶ୍ୱଜିତ୍ସାହୁ ଉପସଭାପତି , ସଂଜୟ କୁମାର ନାୟକ ସହସଂପାଦକ , ଅବିନାଶ ସାଥୁଆମହାପାତ୍ର କୋଷାଧ୍ୟକ୍ଷ , ମନୋଜ କୁମାର ପୋଥାଳ ସଂଗଠନ ସଂପାଦକ ଓ ଅଲେଖଚନ୍ଦ୍ର ତ୍ରିପାଠୀଙ୍କୁ ମୁଖ୍ୟ ଉପଦେଷ୍ଟାଭାବେ ଚୟନ କରାଯାଇଥିଲା । ନୂତନ କମିଟି ଆସନ୍ତା ଦୁଇବର୍ଷ ପାଇଁ କାର୍ଯ୍ୟକରିବ ବୋଲି ଘୋଷଣା କରାଯାଇଥିଲା । ଅନ୍ୟ ମାନଙ୍କ ମଧ୍ୟରେ ରବୀନ ଦାସ , ଦେବାନନ୍ଦ ସାହୁ , ଚୈତନ୍ୟ ସାହୁ , ମଳୟ କୁମାର ତ୍ରିପାଠୀ , ଅଶୋକ ଗୁରୁ , ଜୟଗୁରୁ ପାତ୍ର ,କ୍ଷୀରୋଦ ନାୟକ,ନିରଂଜନ ଗୁରୁ ପ୍ରମୁଖ ଯୋଗଦେଇ ପରସ୍ପରକୁ ନୂତନ ବର୍ଷ ଅଭିନନ୍ଦନ ଜଣାଇଥିଲେ । ଓଡ଼ିଶା ସମାଚାର