Tuesday , August 16 2022
Breaking News
Home / ବିଶେଷ / ଦାୟିତ୍ଵ ଗ୍ରହଣ କଲେ ନୂଆ ପୁଲିସ ମହାନିର୍ଦ୍ଦେଶକ ସୁନିଲ୍ କୁମାର ଵଂଶଲ

ଦାୟିତ୍ଵ ଗ୍ରହଣ କଲେ ନୂଆ ପୁଲିସ ମହାନିର୍ଦ୍ଦେଶକ ସୁନିଲ୍ କୁମାର ଵଂଶଲ

କଟକ ସଦର, ୩୧/୧୨/୨୦୨୧ (ଓଡ଼ିଶା ସମାଚାର /ଵିଷ୍ଣୁ ଵେହେରା): ଓଡ଼ିଶାର ନୂତନ ଡିଜିପି(ପୁଲିସ ମହାନିର୍ଦ୍ଦେଶକ)ଭାଵେ ୧୯୮୭ ଵ୍ୟାଚର ଆଇପିଏସ୍ ସୁନିଲ୍ କୁମାର ଵଂଶଲ ଆଜି ଶୁକ୍ରବାର ଅପରାହ୍ନରେ କଟକ ମୂଖ୍ୟାଳୟରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ୧୯୮୬ ଵ୍ୟାଚ ଆଇପିଏସ୍ ଅଭୟଙ୍କ ଠାରୁ ଦାୟିତ୍ଵ ଗ୍ରହଣ କରିଛନ୍ତି।ନୂଆ ଵର୍ଷର ଠିକ ଗୋଟିଏ ଦିନ ପୂର୍ବରୁ ନୂତନ ମହାନିର୍ଦ୍ଦେଶକ ଭାଵେ ଶ୍ରୀ ଵଂଶଲ ଦାୟିତ୍ଵ ନେଇଥିବା ବେଳେ ଆସନ୍ତା କାଲି ଶନିବାର ୨୦୨୨ ନୂଆ ବର୍ଷରେ କାର୍ୟ୍ୟାରମ୍ଭ କରିଵେ ବୋଲି ମୂଖ୍ୟାଳୟ ସୂତ୍ରରୁ ଜଣାପଡିଛି। କେନ୍ଦ୍ର ଲୋକସେବା ଆୟୋଗ ନିୟମ ଅନୁସାରେ ଜଣେ ପୁଲିସ୍ ମହାନିର୍ଦ୍ଦେଶକ ଅତିକମରେ ୨ଵର୍ଷ ଚାକିରି କରିଵେ। ତେଣୁ ନିୟମ ଅନୁସାରେ ରାଜ୍ୟ ସରକାର ଶ୍ରୀ ଵଂଶଲଙ୍କ କାର୍ୟ୍ୟକାଳ ବୃଦ୍ଧି କରିଵେ। ପୂର୍ବତନ ଡିଜିପି ଅଭୟଙ୍କ କ୍ଷେତ୍ରରେ ମଧ୍ୟ ରାଜ୍ୟ ସରକାର କାର୍ୟ୍ୟକାଳ କୁ ବୃଦ୍ଧି କରିଥିଲେ। ସୂଚନାଯୋଗ୍ୟ ଯେ ୨୦୨୨ରେ ପଞ୍ଚାୟତ ଓ ପୈ।ର ନିର୍ବାଚନ ଥିବାରୁ ଵଂଶଲଙ୍କ ପାଇଁ ଏହା ଚ୍ୟାଲେଞ୍ଜ ରହିଵ।
୧୯୮୭ ବ୍ୟାଚ୍ ଓଡିଶା କ୍ୟାଡରର ବଂଶଲ ଢେଙ୍କାନାଳ ଓ ମୟୁରଭଞ୍ଜରେ ଏସପି ଭାବେ କାର୍ୟ୍ୟ ଭାର ତୁଲାଇଛନ୍ତି । ଗତ ୨୭ ବର୍ଷ ଧରି ସେ କେନ୍ଦ୍ରୀୟ ଡେପୁଟେସନରେ ଯାଇ ଇଣ୍ଟେଲିଂଜେନ୍ସ ବ୍ୟୁରରେ ଦକ୍ଷତାର ସହ କାର୍ୟ୍ୟ ଭାର ତୁଲାଉଥିଲେ ।
ଶୁକ୍ରବାର କାର୍ୟ୍ୟଭାର ଗ୍ରହଣ ପରେ ବଂଶଲ ଓଡ଼ିଶାରେ ନକ୍ସଲ, ନିଶା କାରବାର, ମାନବ ଚାଲାଣ ଓ ସାଧାରଣ ଲୋକଙ୍କ ସମସ୍ୟା ଉପରେ ଗୁରୁତ୍ୱ ଦେବେ ବୋଲି ସୂଚନା ଦେଇଛନ୍ତି । ଓଡ଼ିଶା ସମାଚାର

About admin

Check Also

ସ୍ବାଧୀନତା ର ଅମୃତମହୋତ୍ସବ ଓ ସ୍ୱାଧୀନତା ଦିବସ  ପାଳିତ

ନିଶ୍ଚିନ୍ତକୋଇଲି , ୧୫/୦୮/୨୦୨୨(ଓଡିଶା ସମାଚାର/ ଅଭୟ ଜେନା )- ଜନାର୍ଦ୍ଦନ ପୁର ଚିତ୍ରୋତ୍ପଳା ସରକାରୀ ଉଚ୍ଚବିଦ୍ୟାଳୟ ପ୍ରାଙ୍ଗଣ ରେ ୭୬ …

Leave a Reply

Your email address will not be published.