Tuesday , September 27 2022
Breaking News
Home / ବିଶେଷ / ତେଣ୍ଡାକୁଡ଼ା ସାଇଫନ୍ ବ୍ରିଜ୍ ର ପ୍ରବେଶ ପଥ କୁ ମୁକ୍ତ କରାଯାଉ

ତେଣ୍ଡାକୁଡ଼ା ସାଇଫନ୍ ବ୍ରିଜ୍ ର ପ୍ରବେଶ ପଥ କୁ ମୁକ୍ତ କରାଯାଉ

ପାଟକୁରା,୩୧/୧୨/୨୦୨୧ (ଓଡ଼ିଶା ସମାଚାର)- ପାଟକୁରା ଥାନା ଅଧିନସ୍ଥ ତେଣ୍ଡାକୁଡ଼ା ପଂଚାୟତର ବଡ଼ ନୟନପୁର ଠାରେ ଏକ ବ୍ରିଜ କମ୍ ସାଇଫନ୍ ରହିଛି , ଯାହାକି ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଜିଲାକୁ ସଂଯୋଗ କରୁଥିବା ବି୍ରଜ୍ । ଏପଟ କେନ୍ଦ୍ରାପଡ଼ା ଜିଲାର ଓ ଅପର ପାଶ୍ୱର୍ଟି ଜଗତସିଂହପୁର ଜିଲାର । ଏପଟେ ପାଟକୁରାର ତେଣ୍ଡାକୁଡ଼ା ଓ ସେପଟ ଟି ଜଗତସିଂହପୁର ଜିଲାର ତିର୍ତୋଲ ଥାନା କୃଷ୍ଣାନନ୍ଦପୁର । ବ୍ରିଜ୍ ର ଏପଟଟି ତେଣ୍ଡାକୁଡ଼ା ପଂଚାୟତର ବଡ଼ନୟନପୁର (ସାଇଫନ୍ ଛକ) ରେ ଜଳସମ୍ପଦ ବିଭାଗ ର ଜାଗାରେ ବେଆଇନ୍ ଭାବେ ଜବର ଦଖଲ କରି ବହୁ ଦୋକାନ ବଜାର ଗଢ଼ି ଉଠିଛି । ସେ ବାବଦରେ ଆମେ କିଛି କହୁନାହୁଁ । ବ୍ରିଜ ର ପ୍ରବେଶ ପଥରେ କିଛି ଉଠା ମାଛ ଦୋକାନ ଖୋଲୁଛନ୍ତି । ବିଶେଷକରି ରବିବାର, ବୁଧବାର ଓ ଶୁକ୍ରବାର ମାଛ ଦୋକାନରେ ଏପରି ଭିଡ଼ ହେଉଛି ଯେ କୃଷ୍ଣାନନ୍ଦପୁର ପଟକୁ ଯାତାୟତ କରିବା ବେଳେ ବେଳେ କଷ୍ଟକର ହୋଇ ପଡ଼ୁଛି । ବସ୍ ଛିଡ଼ା ହେଉଛି, ଗାଡ଼ି ମୋଟର ଛିଡ଼ା ହେଉଛି । ନୂତନ ଭାବେ ନିର୍ମାଣ କରାଯାଉଥିବା ପୋଲ କୁ ପରିବହନ ହେଉଥିବା ନିର୍ମାଣ ସାମଗ୍ରୀ ଗାଡ଼ି ଛିଡ଼ା ହୋଇ ରହୁଛି । ରୋଗୀ ଆଇବା ପାଇଁ ଆମ୍ବୁଲନ୍ସ ଓ ନିଆଁ ଲିଭାଇବା ପାଇଁ କିମ୍ବା ନଦୀରେ ବୁଡ଼ିଯାଉଥିବା ଲୋକଙ୍କୁ ଉଦ୍ଧାର କରିବା ପାଇଁ ଯାଉଥିବା ଦମକଳ ବାହିନୀ ମଧ୍ୟ ସେହି ଅସୁବିଧାରେ ପଡ଼ୁଛନ୍ତି । ଏ ସମ୍ପର୍କରେ ପୂର୍ବରୁ ବିଭିନ୍ନ ଖବର କାଗଜରେ ଖବର ପ୍ରକାଶ ପାଇଥିଲା ଓ କୋରୁଆ ଫାଣ୍ଡିବାକୁ ଆସି ସାଇଫନ୍ ବ୍ରିଜ ମୁହଁ ଫାଙ୍କା ରଖିବାକୁ କହିଯାଇଥିଲେ । ହେଲେ ଏବେ ଆଉ କେହି ସେଥିପ୍ରତି ଦୃଷ୍ଟି ଦେଉନାହାନ୍ତି । ବ୍ରିଜ୍ ଉପରେ ବସି ମଧ୍ୟ ଉଠା ମାଛ ଦୋକାନୀ ମାଛ ବିକ୍ରି କଲେଣି । ବ୍ରିଜ୍ ଉପରେ ବସି ମାଛ ବିକୁଥିବା ମାଛ ଦେକାନୀଙ୍କୁ ବ୍ରିଜ୍ ଉପରୁ ଦୋକାନ ଉଠାଇନେବାକୁ କହିଲେ କିଛି ନ୍ୟସ୍ତ ସ୍ୱାର୍ଥ ବ୍ୟକ୍ତି ଓ ଅସାମାଜିକ ଯୁବକ ମାନଙ୍କ ଆକ୍ରେସର ଶିକାର ହେବାକୁ ପଡ଼ୁଛି । ବିଶେଷ କରି ରବିବାର, ବୁଧବାର ଓ ଶୁକ୍ରବାର ସକାଳ ୬ ଟାରୁ ୧୦ ଟା ପର୍ଯ୍ୟନ୍ତ ସାଇଫନ୍ ବ୍ରିଜ୍ ପ୍ରବେଶ ପଥ ରେ ଅସମ୍ଭବ ଭିଡ଼ ହେଉଛି । ଏବେଠାରୁ ଏଥିପ୍ରତି ଗୁରୁତ୍ୱ ଦେଇ ସାଇଫନ୍ ବ୍ରିଜ୍ ର ପ୍ରବେଶ ପଥରୁ ଉଠା ମାଛ ଦୋକାନୀ ମାନଙ୍କୁ ଅନ୍ୟତ୍ର ଉଠାନଗଲେ ନିକଟ ଭବିଷ୍ୟତରେ ଏହାକୁ ନେଇ ବଡ଼ ଧରଣର ଅଘଟଣ ଘଟିବା ସମ୍ଭାବନା ଦେଖା ଦେଇଛି । ଏଥିପ୍ରତି କେନ୍ଦ୍ରାପଡ଼ା ଜିଲାପାଳ, କେନ୍ଦ୍ରାପଡ଼ା ଏସପି , ପାଟକୁରା ଥାନା ଅଧିକାରୀ, ଗରଦପୁର ତହସିଲଦାର ଓ ତେଣ୍ଡାକୁଡ଼ା ସରପଂଚ ଦୃଷ୍ଟି ଦେଇ ସାଇଫନ୍ ବ୍ରିଜ୍ ର ପ୍ରବେଶ ପଥରୁ ଉଠା ମାଛ ଦୋକାନୀ ମାନଙ୍କୁ ଅନ୍ୟ ଯାଗାକୁ ଉଠାଇବାକୁ ସାଧାରଣରେ ଦାବି ହେଉଛି । ଓଡ଼ିଶା ସମାଚାର

Leave a Reply

Your email address will not be published.