ଭୁବନେଶ୍ୱର,୩୧/୧୨/୨୦୨୧ (ଓଡ଼ିଶା ସମାଚାର)- ଆସନ୍ତା କାଲି ୨୦୨୨ ଜାନୁଆରି ପହିଲାରୁ ପରିବହନ ବିଭାଗର ସବୁ କାମ ଅନଲାଇନରେ ହେବ । ଆଉ ଗାଡିଚାଳକଙ୍କୁ ଆରଟିଓ ଅଫିସକୁ ବାରମ୍ବାର ଦୌଡ଼ିବାକୁ ପଡ଼ିବନି ବୋଲି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି।
ଏଣିକି ପରିବହନ ବିଭାଗ ଅନଲାଇନ ହେବ । ନୂଆବର୍ଷରୁ ବଡ଼ ସଂସ୍କାର ଆଣିବାକୁ ପରିବହନ ବିଭାଗର ବଡ଼ ଉଦ୍ୟମ ହୋଇଛି। । ଡ଼୍ରାଇଭିଂ ଲାଇସେନ୍ସ ଠାରୁ ଆରମ୍ଭ କରି ଗାଡ଼ି ପରମିଟ ଭଳି ସମସ୍ତ କାମ ଏଣିକି ଅନଲାଇନରେ ହେବ। ଏହି ସବୁ କାମରେ ଦଲାଲଙ୍କ ଭୂମିକା ନେଇ ବିଭିନ୍ନ ସମୟରେ ଅଭିଯୋଗ ଆସୁଥିଲା । ଏବେ ଅନେକାଂଶରେ ଦଲାଲମାନଙ୍କ ଭୂମିକା କମିଥିଲେ ବି ଏହାକୁ ସଂପୂର୍ଣ୍ଣ ବନ୍ଦ କରିବାକୁ ବିଭାଗ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ଏହା ଆସନ୍ତାକାଲିଠାରୁ ଲାଗୁ ହେବ ବୋଲି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଇଛନ୍ତି।
ଏହା ପୂର୍ବରୁ ପରିବହନ ବିଭାଗ ଅନେକ ସଂସ୍କାରମୂଳକ ପଦକ୍ଷେପ ହାତକୁ ନେଇଛି। ଅନଲାଇନରେ ଡ଼୍ରାଇଭିଂ ଲାଇସେନ୍ସ ପାଇଁ ଆବେଦନ ହେଉଥିବା ବେଳେ ଲୋକଙ୍କୁ ବାରମ୍ବାର ଆରଟିଓ ଧାଇଁବାକୁ ପଡ଼ୁନଥିଲା। ଏହାଛଡ଼ା ଟ୍ରାଫିକ ନିୟମ ଉଲ୍ଲଂଘନକାରୀଙ୍କୁ ସାବାଡ କରିବାକୁ ପରିବହନ ବିଭାଗ ନିୟମରେ ଅନେକ ପରିବର୍ତ୍ତନ ଆଣିଛି । ଏପରିକି ସଡ଼କ ଦୁର୍ଘଟଣାକୁ ରୋକିବାକୁ ବିଭାଗ ପକ୍ଷରୁ ନୂଆ ନୂଆ ପଦକ୍ଷେପ ନିଆଯାଉଛି।ଓଡ଼ିଶା ସମାଚାର
Check Also
କିଏ କେଉଁଠି ପତାକା ଉତୋଳନ କରିବେ
ଭୁବନେଶ୍ୱର,୦୮/୦୮/୨୦୨୨(ଓଡ଼ିଶା ସମାଚାର)- ଆସନ୍ତା ଅଗଷ୍ଟ ୧୫ ତାରିଖ ସ୍ବାଧୀନତା ଦିବସ ରେ ରାଜ୍ୟସ୍ତରୀୟ ପରେଡରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାମିଲ …