ଭୁବନେଶ୍ୱର , ୩୧/୧୨/୨୦୨୧ (ଓଡ଼ିଶା ସମାଚାର/ ପିଆଇବି, ଦିଲ୍ଲୀ)- କେନ୍ଦ୍ର ଶିକ୍ଷା ଏବଂ ଦକ୍ଷତା ବିକାଶ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ୧ଜାନୁଆରୀ, ୨୦୨୨ରେ ୧୦୦ ଦିବସୀୟ ପଠନ ଅଭିଯାନ ‘ପଢ଼େ ଭାରତ’ର ଶୁଭାରମ୍ଭ କରିବେ।୧୦୦ ଦିବସୀୟ ପଠନଅଭିଯାନ ଛାତ୍ରଛାତ୍ରୀମାନଙ୍କର ଶିକ୍ଷଣ ସ୍ତରରେ ଉନ୍ନତି ନିମନ୍ତେ ଏକ ମହତ୍ୱପୂର୍ଣ୍ଣ ପଦକ୍ଷେପ ଅଟେ।ଏହାନ ବୋନ୍ମେଷ, ମହତ୍ୱପୂର୍ଣ୍ଣ ଚିନ୍ତାଧାରା, ଶବ୍ଦାବଳୀର ବିକାଶ ଏବଂ ମୌଖିକ ଓ ଲିଖିତ ଦୁଇପ୍ରକାର ମାଧ୍ୟମରେ ଅଭିବ୍ୟକ୍ତି ବ୍ୟକ୍ତ କରିବା କ୍ଷମତାର ବିକାଶ କରିଥାଏ।ଏହା ଛାତ୍ରଛାତ୍ରୀଙ୍କୁ ସେମାନଙ୍କ ପରିବେଶ ଏବଂ ବାସ୍ତବିକ ଜୀବନର ସ୍ଥିତି ସହିତ ଯୋଡିବାରେ ସହାୟକ ହେବ।
ବାଲ୍ବାଟିକା ଠାରୁ ଅଷ୍ଟମ ଶ୍ରେଣୀ ପର୍ୟ୍ୟନ୍ତ ଛାତ୍ରଛାତ୍ରୀ ଏହି ଅଭିଯାନର ଅଂଶ ହେବେ।ପଠନ ଅଭିଯାନ୧ଜାନୁଆରୀ ୨୦୨୨ରେ ଆରମ୍ଭ ହୋଇ୧୦ଏପ୍ରିଲ୍୨୦୨୨ପର୍ୟ୍ୟନ୍ତ୧୦୦ଦିନ (୧୪ସପ୍ତାହ) ଧରି ଆୟୋଜନ କରାଯିବ।ପଠନ ଅଭିଯାନର ଉଦ୍ଦେଶ୍ୟ ହେଉଛି ଛାତ୍ରଛାତ୍ରୀ, ଶିକ୍ଷକ, ଅଭିଭାବକ, ସମୁଦାୟ, ଶୈକ୍ଷିକ ପ୍ରଶାସକ ମାନଙ୍କ ସମେତ ରାଷ୍ଟ୍ରୀୟ ଏବଂ ରାଜ୍ୟ ସ୍ତରରେ ସମସ୍ତ ହିତାଧିକାରୀ ମାନଙ୍କର ଭାଗିଦାରୀତା ହାସଲ କରିବା।୧୦୦ ଦିନ ଧରି ଚାଲିବାକୁ ଥିବା ଏହି ଅଭିଯାନ ଚଉଦ ସପ୍ତାହ ଧରି ଚାଲିବ ଏବଂ ପ୍ରତିଦଳ ପ୍ରତି ସପ୍ତାହରେ ଏକ କାର୍ୟ୍ୟକଳାପକୁ (ଆକ୍ଟିଭିଟି) ପଢ଼ି ଆନନ୍ଦ ଅନୁଭବ କରିବା ଏବଂ ପଢ଼ିବାର ଆନନ୍ଦ ସହିତ ଆଜୀବନ ଯୋଡିହୋଇ ରହିବା ଉପରେ ଧ୍ୟାନ ଦେବାଭଳି ଏହାକୁ ପ୍ରସ୍ତୁତ କରାଯାଇଛି। ବୟସ ଅନୁସାରେ ସାପ୍ତାହିକ କ୍ୟାଲେଣ୍ଡର ସହିତ ପଠନ ଅଭିଯାନ ଉପରେ ଏକ ବ୍ୟାପକ ମାର୍ଗଦର୍ଶିକା ପ୍ରସ୍ତୁତ କରାଯାଇଛି ଏବଂ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳକୁ ପ୍ରଦାନ କରାଯାଇଛି।କାର୍ୟ୍ୟକଳାପ ଗୁଡିକ ଶିକ୍ଷକ ମାନଙ୍କ ସହାୟତାରେ ଅଥବା ମାତାପିତା, ଭାଇ – ଭଉଣୀ କିମ୍ବା ପରିବାରର ଅନ୍ୟ ସଦସ୍ୟ ମାନଙ୍କର ସାହାଯ୍ୟ ମାଧ୍ୟମରେ ସମ୍ପନ୍ନ କରାଯାଇ ପାରିବ।ଅଭିଯାନକୁ ପ୍ରଭାବଶାଳୀ କରିବା ନିମନ୍ତେ, ଡିଜାଇନ କରାଯାଇଥିବା କାର୍ୟ୍ୟକଳାପକୁ ସରଳ ଏବଂ ଆନନ୍ଦଦାୟକ କରାଯାଇଛି, ଯାହାଫଳରେ ଘରେ ମଧ୍ୟ ଉପଲବ୍ଧ ହେଉଥିବା ସମ୍ବଳ ସହିତ ଏବଂ ସ୍କୁଲ ବନ୍ଦ ହେବାସ୍ଥିତିରେ ମାତା – ପିତା, ସମବର୍ଗୀ ଏବଂ ଭାଇ- ଭଉଣୀମାନଙ୍କ ସହାୟତାନେଇ ଏହାକୁ ସହଜରେ ସମ୍ପାଦନ କରାଯାଇପାରିବ।ଓଡ଼ିଶା ସମାଚାର