ଭୁବନ,୩୦/୧୨/୨୦୨୧ (ଓଡ଼ିଶା ସମାଚାର)- ଭୁବନ ତହସିଲ କାର୍ଯ୍ୟାଳୟରେ ନୂତନ ତହସିଲଦାର ଭାବେ ସୁଶ୍ରୀ ଡ. ରୋଜାଲିନ ବେହେରା ଯୋଗଦେଇଛନ୍ତି । ସେ ଏହା ପୂର୍ବରୁ ବାଲେଶ୍ୱର ଜିଲ୍ଲା ଔପଦା ବ୍ଲକରେ ବିଡିଓ ଭାବେ କାର୍ଯ୍ୟକରି ଜଣେ ଦକ୍ଷ , କର୍ମଠ , ସଚ୍ଚୋଟ ଅଫିସର ଭାବେ ବେଶ୍ ସୁପରିଚିତ ହୋଇଥିଲେ । ସୁଶ୍ରୀ ବେହେରା ଙ୍କ ଯୋଗଦାନ ପରେ ତହସିଲ କର୍ମଚାରୀ ଙ୍କ ସମେତ ଗଣମାଧ୍ୟମ ପ୍ରତିନିଧି ଓ ବୁଦ୍ଧିଜୀବୀ ମାନେ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ଜଣାଇଥିଲେ । ଜନସାଧାରଣଙ୍କୁ ତ୍ୱରିତ ସେବା ଯୋଗାଇଦେବା ତାଙ୍କର ମୂଳ ଲକ୍ଷ୍ୟ ବୋଲି ଗଣମାଧ୍ୟମ ପ୍ରତିନିଧିଙ୍କୁ ସୁଶ୍ରୀ ବେହେରା ତାଙ୍କ ପ୍ରତିକ୍ରିୟାରେ ପ୍ରକାଶ କରିଥିଲେ । ଓଡ଼ିଶା ସମାଚାର