Tuesday , September 27 2022
Breaking News
Home / ବିଶେଷ / ସାମ୍ବାଦିକ ମାନଙ୍କୁ ଭତା ଓ ସ୍ୱାସ୍ଥ୍ୟବୀମା ୫ଲକ୍ଷ କରିବାକୁ ଦାବି

ସାମ୍ବାଦିକ ମାନଙ୍କୁ ଭତା ଓ ସ୍ୱାସ୍ଥ୍ୟବୀମା ୫ଲକ୍ଷ କରିବାକୁ ଦାବି

ଜଗତସିଂହପୁର, ୩୦/୧୨/୨୦୨୧ (ଓଡ଼ିଶା ସମାଚାର)-ସାମ୍ବାଦିକ ମାନଙ୍କୁ ମାସିକ ଭତା ଓ ସ୍ୱାସ୍ଥ୍ୟବୀମା ୫ଲକ୍ଷ କରିବାକୁ ରଘୁନାଥପୁର ସାମ୍ବାଦିକ ୟୁନିୟନର ବାର୍ଷିକ ସାଙ୍ଗଠନିକ ଅଧିବେଶନ ଧରାଧରପୁର ଠାରେ ଅନୁଷ୍ଠିତ ବୈଠକରେ ଜିଲ୍ଲା ସାମ୍ବାଦିକ ୟୁନିୟନର ମୁଖ୍ୟ ଉପଦେଷ୍ଟା ବିଜୟ କୁମାର ସ୍ୱାଇଁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି କରିଥିଲେ । ଶ୍ରୀ ସ୍ୱାଇଁ ଆହୁରି କହିଲେ ଯେ, ଏହି ସାମ୍ବାଦିକମାନେ ଅନ୍ୟଜଣେ ବିପଦରେ ପଡିଥିବା ସାମ୍ବାଦିକଙ୍କୁ ସହଯୋଗର ହାତ ବଢାଇବା ସହିତ ସମାଜରେ ଅବହେଳିତ, ନିଷ୍ପେସିତ, ଗରିବ ଲୋକମାନଙ୍କୁ ସମସ୍ତ ପ୍ରକାର ସହାୟତା ନିମନ୍ତେ ଆଗେଇ ଆସିବାକୁ ଆହ୍ୱାନ ଦେଇଥିଲେ । ଏଥିରେ ଜଗତସିଂହପୁର ସାମ୍ବାଦିକ ୟୁନିୟନର ସଭାପତି ଶୁଭଙ୍କର ଜେନା ପୌରହିତ୍ୟ କରି ଆମ ଜିଲ୍ଲା ସାମ୍ବାଦିକ ୟୁନିୟନ ପକ୍ଷରୁ ବିଭିନ୍ନ ପ୍ରକାର ଜନହିତକର କାର୍ଯ୍ୟ କରାଯିବା ପାଇଁ ଆମ୍ଭେ ବଦ୍ଧ ପରିକର ଏବଂ ସାମ୍ବାଦିକମାନେ ଏକଜୁଟ ହୋଇ ସେମାନଙ୍କର ଦାବି ସରକାରଙ୍କ ନିକଟରେ ଉପସ୍ଥାପନ କରିବା ଆବଶ୍ୟକ । ଏଥିପାଇଁ ଓଡିଶା ସାମ୍ବାଦିକ ୟୁନିୟନ ସଭାପତି ପ୍ରଶନ୍ନ ମହାନ୍ତି ସାମ୍ବାଦିକ ମାନଙ୍କ ନିମନ୍ତେ ପଲ୍ଲୀରୁ ଦିଲ୍ଲୀ ପର୍ଯ୍ୟନ୍ତ ସଂଗ୍ରାମ ଚଳାଇଛନ୍ତି ବୋଲି ଶ୍ରୀ ଜେନା କହିଥିଲେ । ଏଥିରେ ଜିଲ୍ଲା ସାମ୍ବାଦିକ ୟୁନିୟନର ସମ୍ପାଦକ ଜ୍ୟୋତିରଂଜନ ପରିଡା ଯୋଗଦେଇ ୟୁନିୟନର ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ । ସାମ୍ବାଦିକ ତପନ କୁମାର ରାଉତରାୟ ସ୍ୱାଗତ ଭାଷଣ ଦେଇଥିଲେ । ୨୦୨୨-୨୩ବର୍ଷ ପାଇଁ ରଘୁନାଥପୁର ବ୍ଲକ ସାମ୍ବାଦିକ ୟୁନିୟନର କର୍ମକର୍ତା ସଭାପତି ଦୀପ୍ତିରଂଜନ କାନୁନଗୋ, ସମ୍ପାଦକ ରଂଜନ କୁମାର ଲେଙ୍କା, କୋଷାଧ୍ୟକ୍ଷ ଉମାକାନ୍ତ ପାତ୍ର, ଉପସଭାପତି ତପନ କୁମାର ସ୍ୱାଇଁ, ସହସମ୍ପାଦକ ସୁଶାନ୍ତ କୁମାର ରାଉତ ସର୍ବସମ୍ମତି କ୍ରମେ ମନୋନୀତ ହୋଇଥିଲେ । ଉପଦେଷ୍ଟା ଭାବେ ଅଶୋକ କୁମାର ଦାସଙ୍କୁ ମନୋନୀତ କରାଯାଇଥିଲା । ଏହି ବୈଠକରେ ଜ୍ୟୋତିରଂଜନ ପଟ୍ଟନାୟକ, ପ୍ରଶାନ୍ତ କୁମାର ମୁଦୁଲି, ଆଶିଷ କୁମାର ଚକ୍ରବର୍ତୀ, ମନୋଜ କୁମାର ସାହୁ, ତାରାପଦ ମହାନ୍ତି, ଜିତେନ୍ ବେହେରା, ଉମାକାନ୍ତ ଦାସ ପ୍ରମୁଖ ଯୋଗଦେଇଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.