Saturday , August 13 2022
Breaking News
Home / ବିଶେଷ / ଭୁବନ ହାଇସ୍କୁଲ  ୧୯୯୦ ମାଟ୍ରିକ ବ୍ୟାଚର ବନ୍ଧୁ ମିଳନ

ଭୁବନ ହାଇସ୍କୁଲ  ୧୯୯୦ ମାଟ୍ରିକ ବ୍ୟାଚର ବନ୍ଧୁ ମିଳନ

ଭୁବନ,୩୦/୧୨/୨୦୨୧ (ଓଡ଼ିଶା ସମାଚାର)- ଭୁବନ ହାଇସ୍କୁଲ ୧୯୯୦ ମାଟ୍ରିକ ବ୍ୟାଚର ବନ୍ଧୁ ମିଳନ କାର୍ଯ୍ୟକ୍ରମ ପ୍ରସିଦ୍ଧ ଶୈବପୀଠ ବାବା ବୁଦ୍ଧେଶ୍ୱର ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ମନ୍ଦିରରେ ସମାଜର  କଲ୍ୟାଣ ପାଇଁ ପୂଜାର୍ଚ୍ଚନା କରାଯିବା ପରେ ବୃକ୍ଷ ରୋପଣ କରାଯାଇଥିଲା । ପରେ ଭିନ୍ନକ୍ଷମ , ମନ୍ଦିର ପୂଜକ ଓ ସଫେଇ କର୍ମଚାରୀ ମାନଙ୍କୁ ସମୁଦାୟ ୪୦ ଟି ଶୀତବସ୍ତ୍ର କମ୍ବଳ ପ୍ରଦାନ କରାଯାଇ ସେମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା  । ୧୦ ରୁ ଉଦ୍ଧ୍ୱର୍ ଝିଅ ସାଙ୍ଗ ଙ୍କ ସମେତ ସମୁଦାୟ ୭୦ ଜଣ ବ୍ୟାଚମେଟ ଙ୍କ ଉପସ୍ଥିତି ବେଶ୍ ସ୍ମରଣୀୟ ଥିଲା । ସମାଜ ସେବା ପାଇଁ ଅମ୍ବୁଜ କୁମାର ସାହୁ , ମୋ ସ୍କୁଲ ଅଭିଯାନରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ପ୍ରଭାସ ସେନାପତି ଙ୍କୁ ପୁଷ୍ପଗୁଚ୍ଛ , ଉତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଲକ୍ଷ୍ମଣ କୁମାର ଦାସ, ଦିଲ୍ଲୀପ ଦାସ , ସୁଶୀଲ କୁମାର ସାହୁ, ସରୋଜ ସାହୁ , କୃଷ୍ଣ ଚନ୍ଦ୍ର ଦାସ , ମଙ୍ଗଳ କୁମାର ଜେନା  , ଅକ୍ଷୟ ସାହୁ , ଧର୍ମାନନ୍ଦ ମିଶ୍ର , ଦେବକାନ୍ତ ସେନାପତି , ଶେଷଦେବ ସାହୁ , ରବୀନ୍ଦ୍ର ନାୟକ , ସୁନୀଲ ଅଗ୍ରୱାଲ , ପ୍ରତାପ ସାହୁ , ରଂଜନ ବେହେରା , ଭଗବାନ ଦାଶ , ବାବୁ ନନ୍ଦ , ଜୟଗୁରୁ ପାତ୍ର , ସଂଜୟ ସାହୁ , ନବ ପାତ୍ର , ବିଶ୍ୱନାଥ ସାହୁ , ରବିନ୍ଦ୍ର ଓଝା , ଦିଲ୍ଲୀପ ସାହୁ , ଦିଲ୍ଲୀପ ସେଠୀ ପ୍ରମୁଖ କାର୍ଯ୍ୟକ୍ରମ ସୁପରିଚାଳନା କରିଥିଲେ । ଓଡ଼ିଶା ସମାଚାର

About admin

Check Also

ସୁବର୍ଣ୍ଣରେଖା ଓ ଦେଓ ଜଳସେଚନ ପ୍ରକଳ୍ପ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

ମୟୁରଭଞ୍ଜ / ଭୁବନେଶ୍ୱର,୧୨/୦୮/୨୦୨୨(ଓଡ଼ିଶା ସମାଚାର)- ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଦିନିକିଆ ମୟୁରଭଞ୍ଜ ଜିଲ୍ଲା ଗସ୍ତ କରି ସେଠାରେ …

Leave a Reply

Your email address will not be published.