Wednesday , September 28 2022
Breaking News
Home / ବିଶେଷ / ଫାଣ୍ଡିରୁ ରୂପାନ୍ତରିତ ୪୨ ମୈ।ଜା ଥାନା ଉଦଘାଟିତ,କଟକ କମିଶନରେଟରେ ୨ ଥାନା ଵଢି ୨୩ ହେଲା

ଫାଣ୍ଡିରୁ ରୂପାନ୍ତରିତ ୪୨ ମୈ।ଜା ଥାନା ଉଦଘାଟିତ,କଟକ କମିଶନରେଟରେ ୨ ଥାନା ଵଢି ୨୩ ହେଲା

କଟକ ସଦର, ୩୦/୧୨/୨୦୨୧ (ଓଡ଼ିଶା ସମାଚାର/ ଵିଷ୍ଣୁ ବେହେରା):କଟକ କମିଶନରେଟ୍ ଅନ୍ତର୍ଗତ ସଦର ଥାନା ଅଧିନସ୍ଥ ୪୨ ମୈ।ଜା ଵେଣ୍ଟକାର ଫାଣ୍ଡିକୁ ଥାନାରେ ରୂପାନ୍ତରିତ କରାଯାଇ ଥାନା କରାଯାଇ ଉଦଘାଟନ କରାଯାଇଛି। ଏଥିସହିତ କମିଶନରେଟ ଜଟଣି ଥାନା ଅଧୀନରେ ଥିବା ଇନଫୋଭ୍ୟାଲି ଫାଣ୍ଡି ଓ ବାଲିପାଟଣା ଥାନା ଅଧୀନରେ ଥିଵା ପାହାଳ ଫାଣ୍ଡିକୁ ମଧ୍ୟ ଥାନା କରାଯାଇ ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୂରସଞ୍ଚାରୀ ମାଧ୍ୟମରେ ଉଦଘାଟନ କରିଛନ୍ତି।ଏହା ଫଳରେ କଟକ କମିଶନରେଟ ରେ ଥାନା ସଂଖ୍ୟା ବୃଦ୍ଧି ପାଇ ୨୩ ରେ ପହଞ୍ଚିଛି। ଏହି ଉପଲକ୍ଷେ ଵେଣ୍ଟକାର ଅଞ୍ଚଳରେ ଥିଵା ଵୈୟାଳିସ ମୈ।ଜା ଥାନା ପରିସରରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସଵରେ ସଦର ଵିଧାୟକ ଚନ୍ଦ୍ର ସାରଥି ବେହେରା, ଦ୍ୱେତନଗରୀ ପୋଲିସ୍ ଆୟୁକ୍ତ ସୈ।ମେନ୍ଦ୍ର ପ୍ରିୟଦର୍ଶୀ, କଟକ ଉପାୟୁକ୍ତ ପ୍ରତିକ୍ ସିଂହ, ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ,ସଦର ଥାନା ଭାରପ୍ରାପ୍ତ ଆରକ୍ଷୀ ନିରିକ୍ଷକ ସୁଧାଂଶୁ ଭୂଷଣ ଜେନା ପ୍ରମୁଖ ଯୋଗ ଦେଇଥିଲେ।ଏହି ନୂତନ ଥାନାର  ପ୍ରଥମ  ଥାନା ଅଧିକାରିଣୀ ଭାଵେ ଅନିତା ସାହୁଙ୍କୁ ନିଯୁକ୍ତି ଦିଆଯାଇଥିବା ଜଣାପଡିଛି। କାଠଯୋଡ଼ି ଓ ସେଢୁଆ ନଦୀର ଦ୍ୱିପାଞ୍ଚଳରେ ଥିଵା ୬ ଗୋଟି ପଞ୍ଚାୟତକୁ ନେଇ ଉକ୍ତ ଥାନା ଆଇନଶୃଙ୍ଖଳା ପରିସ୍ଥିତି ସୁଧୁରିବାରେ ବିଶେଷ ସହାୟକ ହେଵ ବୋଲି କୁହାଯାଏ। ଦୀର୍ଘଦିନର ଦାଵି ପୂରଣ ହୋଇଥିବାରୁ ଅଞ୍ଚଳବାସୀ ଙ୍କ ମଧ୍ୟରେ ଆନନ୍ଦ ପରିଲକ୍ଷିତ ହୋଇଛି। ଓଡ଼ିଶା ସମାଚାର

Leave a Reply

Your email address will not be published.