ସାଲେପୁର, ୩୦/୧୨/୨୦୨୧(ଓଡିଶା ସମାଚାର /ଅଭୟ ଜେନା )- ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜନ୍ମପୀଠ ସତ୍ୟଭାମାପୁର ଠାରେ ନିଖିଳ ଓଡିଶା ଆଇନ ଜୀବି ସଂଘ ପକ୍ଷରୁ ଚାଲିଥିବା ଦୁଇ ଦିନିଆଁ ସୁବର୍ଣ୍ଣ ଜୟନ୍ତୀ ସମାରୋହ ଆଜି ଉଦଯାପିତ ହୋଇଯାଇଛି। ଏହି ଉଦଯାପାନୀ ସମାରୋହରେ ମୁଖ୍ୟ ଅତିଥିଭାବେ ଓଡ଼ିଶା ବିଧାନସଭାର ବାଚସ୍ପତି ସୂର୍ୟ୍ୟନାରାୟଣ ପାତ୍ର ମୁଖ୍ୟ ଅତିଥିଭାବେ ଯୋଗଦେଇ ଆଇନଜୀବୀ ମାନଙ୍କର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ। ଅଲ ଓଡ଼ିଶା ଲୟରସ୍ ଆସୋସିଏସନ ଓଡିଶା ସଭାପତି ଗୋପାଳ କୃଷ୍ଣ ମହାନ୍ତି ଯୋଗଦେଇ କାର୍ୟ୍ୟକ୍ରମ ସର୍ବୋତଭାବେ ସଫଳ ହୋଇଥିବା ସଙ୍ଗେ ସଙ୍ଗେ ସରକାରଙ୍କ ଠାରେ ୫ ଦଫା ଦାବି ଉପସ୍ଥାପନା କରାଯିବାକୁ କହିଥିଲେ । ଏଥିସହ ବିଭିନ୍ନ ସ୍ଥାନରେ ଯେଉଁ କୋର୍ଟ ସ୍ଥାପନ କରାଯଉଛି ସେଠାରେ ବାର ଆସୋସିଏସନ ପାଇଁ ମୌଳିକ ଭିତ୍ତିଭୂମି ରଖାଯିବାକୁ ଦାବିରଖିଥିଲେ । ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ଚୌଦ୍ୱାର କଟକ ବିଧାୟକ ସୌଭିକ ବିଶ୍ୱାଳଙ୍କ ସମେତ ହାଇକୋର୍ଟ ବାର ଆସୋସିଏସନର ସମସ୍ତ କର୍ମକର୍ତ୍ତା ମାନଙ୍କ ସହ ଓଡ଼ିଶାର ବିଭିନ୍ନ କୋର୍ଟର ଆଇନିଜୀବୀ ମାନେ ଯୋଗଦେଇଥିଲେ । ଓଡିଶା ସମାଚାର
