Tuesday , August 16 2022
Breaking News
Home / ବିଶେଷ / କନିଆଁ ନେଇ ଫେରୁଥିବା ବେଳେ ମର୍ମନ୍ତୁଦ ସଡକ ଦୁର୍ଘଟଣା , ଟ୍ରକ ଧକ୍କା ରେ ବୋଲେରୋ ଚୁରମାର , ଡ୍ରାଇଭର ମୃତ, ବର କନିଆଁ ଗୁରୁତର ଆହତ

କନିଆଁ ନେଇ ଫେରୁଥିବା ବେଳେ ମର୍ମନ୍ତୁଦ ସଡକ ଦୁର୍ଘଟଣା , ଟ୍ରକ ଧକ୍କା ରେ ବୋଲେରୋ ଚୁରମାର , ଡ୍ରାଇଭର ମୃତ, ବର କନିଆଁ ଗୁରୁତର ଆହତ

କଳାହାଣ୍ଡି,୩୦/୧୨/୨୧  (ଓଡିଶା ସମାଚାର /ସଂଜୟ ସିଂହ)- ଗତକାଲି ବିଳମ୍ବିତ ରାତି ରେ କନିଆଁ ନେଇ ଫେରୁଥିବା ଏକ ବୋଲେରୋ ଗାଡି ସିଜି ୦୫ ଆର ୪୦୫୮ କୁ କଳାହାଣ୍ଡି ଜିଲ୍ଲା ଆମପାଣି ଥାନା ବିଜୁ ଏକ୍ସପ୍ରେସ ୱେ ରାସ୍ତା ଭୁର୍ଷାଗୁଡା ନିକଟରେ ସାମ୍ନା ପଟୁ ଆସୁଥିବା ଏକ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ବୋଲେରୋ ରେ ଥିବା ବର କନିଆଁ ସମେତ ୫ରୁ ୬ ଜଣ ଗୁରୁତର ଆହତ ହୋଇଥିବା ବେଳେ ଡ୍ରାଇଭର ଙ୍କୁ ଉଦ୍ଧାର କରି ଆମପାଣି ପୋଲିସ କୋକସରା   ଚିକିତ୍ସାଳୟ କୁ ଚିକିତ୍ସା ପାଇଁ ନେଇଥିବାବେଳେ  ହସ୍ପିଟାଲ ରେ ପହଞ୍ଚିବା ପୂର୍ବରୁ ଡ୍ରାଇଭର ର ମୃତ୍ୟୁ ହୋଇଥିବା ସୁଚନା ମିଲିଛି। ଅନ୍ୟ ସମସ୍ତେ  ଗୁରୁତର ଅହତ ହୋଇ ଥିବାରୁ ଧର୍ମଗଡ଼ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ଜଣାପଡିଛି। ମୃତ ଡ୍ରାଇଭର ହେଲେ ଛତିଶଗଡ଼ ଉର୍ମାଲ ଗାଁ ର ରୁକ୍ମଣ ସାହୁ । ଆମପାଣି ପୋଲିସ ଏକ ଦୁର୍ଘଟଣା ଜନିତ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି। ଓଡିଶା ସମାଚାର

About admin

Check Also

ସ୍ବାଧୀନତା ର ଅମୃତମହୋତ୍ସବ ଓ ସ୍ୱାଧୀନତା ଦିବସ  ପାଳିତ

ନିଶ୍ଚିନ୍ତକୋଇଲି , ୧୫/୦୮/୨୦୨୨(ଓଡିଶା ସମାଚାର/ ଅଭୟ ଜେନା )- ଜନାର୍ଦ୍ଦନ ପୁର ଚିତ୍ରୋତ୍ପଳା ସରକାରୀ ଉଚ୍ଚବିଦ୍ୟାଳୟ ପ୍ରାଙ୍ଗଣ ରେ ୭୬ …

Leave a Reply

Your email address will not be published.