Tuesday , August 16 2022
Breaking News
Home / ସ୍ୱାସ୍ଥ୍ୟ / ଓଡ଼ିଶା ରେ ଆଉ ୫ ଜଣ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ , ମୋଟ ଆକ୍ରାନ୍ତ ଙ୍କ ସଂଖ୍ୟା ୧୪ କୁ ବୃଦ୍ଧି

ଓଡ଼ିଶା ରେ ଆଉ ୫ ଜଣ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ , ମୋଟ ଆକ୍ରାନ୍ତ ଙ୍କ ସଂଖ୍ୟା ୧୪ କୁ ବୃଦ୍ଧି

ଭୁବନେଶ୍ୱର ,୩୦/୧୨/୨୦୨୧ (ଓଡ଼ିଶା ସମାଚାର)- ରାଜ୍ୟରେ ଓମିକ୍ରନ୍ ଆକ୍ରାନ୍ତ ଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଥିବାରୁ ଚିନ୍ତା ବଢ଼ିଯାଇଛି । ରାଜ୍ୟରେ ଆଉ ୫ ଜଣ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ପୂର୍ବରୁ ୯ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଏହାକୁ ମିଶାଇ ରାଜ୍ୟରେ ମୋଟ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୪ରେ ପହଞ୍ଚିଛି । ନୂଆ ୫ ଜଣ ଓମିକ୍ରନ୍ ଆକ୍ରାନ୍ତ ଙ୍କ ମଧ୍ୟରୁ ୪ ଜଣ ପୁରୁଷ ଓ ଜଣେ ମହିଳା । ୫ ଜଣ ଙ୍କ ମଧ୍ୟରୁ ୪ ଜଣ ବିଦେଶ ଫେରନ୍ତା । ଅନ୍ୟ ଜଣେ ରାୟପୁର ଓ ହାଇଦ୍ରାବାଦ ଯାଇଥିଲେ । ଆକ୍ରାନ୍ତ ୫ ଜଣ ଙ୍କ ବୟସ ୨୨ ରୁ ୪୪ ମଧ୍ୟରେ । ଓଡ଼ିଶା ସମାଚାର

About admin

Check Also

ଦେଶରେ ପ୍ରଥମ : ନବଦମ୍ପତି ଗିଫ୍ଟ ଯୋଜନା ସେପ୍ଟେମ୍ବରରୁ ଆରମ୍ଭ

ଭୁବନେଶ୍ୱର,୧୨/୦୮/୨୦୨୨(ଓଡ଼ିଶା ସମାଚାର)- ଓଡ଼ିଶାରେ ନୂଆ ବିବାହ କରିବାକୁ ଯାଉଥିବା ଯୋଡ଼ିଙ୍କୁ ନବଦମ୍ପତି ବିବାହ ଉପହାର ପ୍ରଦାନ କରାଯିବ। ସ୍ୱାସ୍ଥ୍ୟ ବିଭାଗର …

Leave a Reply

Your email address will not be published.