Tuesday , September 27 2022
Breaking News
Home / ରାଜନୀତି / ଆମ୍ ଆଦମୀ ପାର୍ଟି (ଆପ୍)ର କଟକ ଜିଲ୍ଲା ଆଵାହକ ହେଲେ ଦୂର୍ଗା ପ୍ରସାଦ ପରିଡା

ଆମ୍ ଆଦମୀ ପାର୍ଟି (ଆପ୍)ର କଟକ ଜିଲ୍ଲା ଆଵାହକ ହେଲେ ଦୂର୍ଗା ପ୍ରସାଦ ପରିଡା

କଟକ ସଦର ୩୦/୧୨/୨୦୨୧ (ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): ଦିଲ୍ଲୀ ମୂଖ୍ୟମନ୍ତ୍ରୀ କେଜରିୱାଲ ଙ୍କ ନେତୃତ୍ଵାଧୀନ ଆମ୍ ଆଦମୀ ପାର୍ଟି(ଆପ୍) ର କଟକ ଜିଲ୍ଲା ଆଵାହକ ଭାବେ କଟକ ସଦର ବ୍ଲକ ଅନ୍ତର୍ଗତ କନ୍ଦରପୁର ପଞ୍ଚାୟତର କୃଷକ ନେତା ଦୂର୍ଗା ପ୍ରସାଦ ପରିଡାଙ୍କୁ ନିଯୁକ୍ତି ମିଳିଛି।ଆଜି ଗୁରୁଵାର ଭୂବନେଶ୍ୱର ପାର୍ଟି କାର୍ଯ୍ୟାଳୟ ଠାରେ ଆୟୋଜିତ ସମ୍ମିଳନୀରେ ରାଜ୍ୟ ଆବାହକ ନିଶିକାନ୍ତ ମହାପାତ୍ର ଶ୍ରୀ ପରିଡାଙ୍କ ସହିତ ଅନ୍ୟମାନଙ୍କୁ ବିଭିନ୍ନ ନିଯୁକ୍ତି ପ୍ରଦାନ କରିଛନ୍ତି।ଯୁଵ କୃଷକ ନେତା ଦୂର୍ଗା ପ୍ରସାଦ ସଵୁଵେଳେ କୃଷକ ମାନଙ୍କ ସମସ୍ୟା ସହିତ ଜଡିତ ରହିଥିବା ବେଳେ ନିକଟରେ ଦିଲ୍ଲୀରେ ଅନୁଷ୍ଠିତ ଦୀର୍ଘ ମିଆଦୀ କୃଷକ ଆନ୍ଦୋଳନରେ ସାମିଲ ହୋଇଥିଲେ। ଓଡ଼ିଶା ସମାଚାର

Leave a Reply

Your email address will not be published.