Saturday , August 13 2022
Breaking News
Home / ବିଶେଷ / ‘ମନ ମୋର କାଗଜ ଗୁଡ଼ି’ର ମୁ୍ୟଜିକ ରିଲିଜ – ପରଦାରେ ଆସିବେ ସୁର ରାଉତରାୟ

‘ମନ ମୋର କାଗଜ ଗୁଡ଼ି’ର ମୁ୍ୟଜିକ ରିଲିଜ – ପରଦାରେ ଆସିବେ ସୁର ରାଉତରାୟ

ଭୁବନେଶ୍ୱର ,୨୯/୧୨/୨୦୨୧ (ଓଡ଼ିଶା ସମାଚାର)-ସୁମିତ୍ରା ଏନ୍ଟରଟେନମେଂଟ ବ୍ୟାନରରେ ନିବେଦିତ ଏବଂ ଆମ୍ରୀ ମୁ୍ୟଜିକ ସହଭାଗିତାରେ ରିଲିଜ ହୋଇଛି ନୂଆ ଚଳଚ୍ଚିତ୍ର ‘ମନ ମୋର କାଗଜ ଗୁଡ଼ି’ର ମୁ୍ୟଜିକ । ପ୍ରଯୋଜକ ଶିବିର କୁମାର ପରିଡ଼ା ଓ ବିବେକାନନ୍ଦ ବାରିକଙ୍କ ପ୍ରଯୋଜିତ ଏହି ଚଳଚ୍ଚିତ୍ରର ନିର୍ଦ୍ଧେଶନା ଦେଇଛନ୍ତି ଦେବଜ୍ୟୋତି ପାତ୍ର । ନିକଟରେ ଏହାର ଅଡ଼ିଓ ରିଲିଜ୍ କାର୍ଯ୍ୟକ୍ରମରେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ, ବିଧାୟକ ଅନନ୍ତ ନାରାୟଣ ଜେନା, ସୁରେଶ କୁମାର ରାଉତରାୟ, ପୂର୍ବତନ କର୍ପୋରେଟର ହୃଦୟବଲ୍ଲଭ ସାମନ୍ତରାୟ, ସମାଜସେବୀ ଅର୍ଜୁନ ସାହୁ ପ୍ରମୁଖ ଉତ୍ସବରେ ଅତିଥି ଭାବରେ ଯୋଗ ଦେଇଥିଲେ । ଏଥିରେ ସଙ୍ଗୀତ ନିର୍ଦ୍ଧେଶନା ଦେଇଛନ୍ତି ଜାପାନୀ ଭାଇ । କାହାଣୀ ପରିକଳ୍ପନା ଦିବ୍ୟସିଂହ ରାୟ କରିଥିବା ବେଳେ ସଂଳାପ ରଚନା କରିଛନ୍ତି ମନସ ପଡ଼ିହାରୀ । ଚଳଚ୍ଚିତ୍ର ପାଇଁ ଗୀତ ଲେଖିଛନ୍ତି ବସନ୍ତରାଜ ସାମଲ ଓ ସୁବ୍ରତ ସ୍ୱାଇଁ । ଏଥିରେ ମୁଖ୍ୟ ଭୂମିକାରେ ରାକେଶ, ଭୂମିକା ଏବଂ ପ୍ରୀତିରାଜ, କୁମାର ଐଶ୍ୱର୍ଯ୍ୟା, ଜିତୁ, ଦେବୀ ବାରିକ, ସୀମା, ଲିପୁନ, ସଞ୍ଜୟ, ଜ୍ଞାନ, ଭକ୍ତ, ସୁହାନା, ମମତା ଦାସ, ଦିବ୍ୟାଂଶ । ଏଥିରେ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସୁରେଶ କୁମାର ରାଉତରାୟ ଅତିଥି କଳାକାର ଭାବେ ଦେଖିବାକୁ ମିଳିବେ । ଏଥିରେ ନାୟିକା କୌଣସି କାରଣରୁ ଅନାମନା ହୋଇ ଡ୍ରଗ୍ସ ସେବନ କରୁଛି । ଓଡ଼ିଶା ସମାଚାର

About admin

Check Also

ସୁବର୍ଣ୍ଣରେଖା ଓ ଦେଓ ଜଳସେଚନ ପ୍ରକଳ୍ପ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

ମୟୁରଭଞ୍ଜ / ଭୁବନେଶ୍ୱର,୧୨/୦୮/୨୦୨୨(ଓଡ଼ିଶା ସମାଚାର)- ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଦିନିକିଆ ମୟୁରଭଞ୍ଜ ଜିଲ୍ଲା ଗସ୍ତ କରି ସେଠାରେ …

Leave a Reply

Your email address will not be published.