ଭୁବନେଶ୍ୱର , ୨୯/୧୨/୨୦୨୧ (ଓଡ଼ିଶା ସମାଚାର)-ବିଳମ୍ବିତ ହେଉ ପଛେ ସରକାର ୧ମରୁ ୫ମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ୍ ଖୋଲିବା ନିଷ୍ପତି ସ୍ୱାଗତଯୋଗ୍ୟ । ମାତ୍ର ସରକାର କରୋନାର ତୃତୀୟ ଲହର ଆଳ ଦେଖାଇ ପୁଣି ସ୍କୁଲ୍ ବନ୍ଦ ନିଷ୍ପତିକୁ ନ କରନ୍ତୁ ବୋଲି ଏଆଇଏସଏଫ୍ ଓଡ଼ିଶା ରାଜ୍ୟ କମିଟିର ଏକ ଭର୍ଚୁଆଲ୍ ବୈଠକରେ କୁହାଯାଇଛି । ଅଭିଭାବକ ପିଲାଙ୍କୁ ଧରି ମଲ୍, ପାର୍କ, ବଜାର ଆଦି ଜନଗହଳି ସ୍ଥାନରେ ବୁଲୁଛନ୍ତି । ଦୀର୍ଘ ୨ ବର୍ଷରୁ ଊଦ୍ଧ୍ୱର୍ ସମୟ ଧରି ସାରା ଦେଶରେ ବିଦ୍ୟାଳୟ ପାଠପଢ଼ା ଏକପ୍ରକାର ଠପ୍ ହୋଇଯାଇଛି । ଆଜିର ପିଲା କାଲିର ଭବିଷ୍ୟତ ଏବଂ ପ୍ରାଥମିକ ଶିକ୍ଷା ସେମାନଙ୍କର ମୂଳଦୁଆ । ଏତେ ଦିନଧରି ପିଲା ସ୍କୁଲ୍ ନଯିବା ଫଳରେ ସେମାନଙ୍କର ମାନସିକ ଓ ବୌଦ୍ଧିକ କ୍ଷତି ଘଟୁଛି ବୋଲି ୟୁନିସେଫ୍ ପକ୍ଷରୁ ବାରମ୍ବାର କୁହାଗଲାଣି । ସ୍କୁଲ୍ ଖୋଲିବା ଦାବି କରି ଏଆଇଏସ୍ଏଫ୍ ପକ୍ଷରୁ ରାଜ୍ୟବ୍ୟାପୀ ଛାତ୍ରଛାତ୍ରୀ ଓ ଛାତ୍ରାଭିଭାବକଙ୍କୁ ନେଇ ଆନ୍ଦୋଳନ କଲାପରେ ସରକାର ପର୍ଯ୍ୟାୟ କ୍ରମରେ ଦ୍ୱାଦଶରୁ ଷଷ୍ଠ ଶ୍ରେଣୀ ପର୍ଯ୍ୟନ୍ତ କ୍ଲାସ୍ ଚାଲୁ କରିଥିଲେ । ଗତକାଲି ରାଜ୍ୟ ସରକାର ୧ମରୁ ୫ମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ୍ ଖୋଲିବା ନିଷ୍ପତି ବହୁ ପୂର୍ବରୁ ନେବାର ଆବଶ୍ୟକତା ଥିଲା । ମାତ୍ର ଡି.ଏମ୍.ଇ.ଟି. ପକ୍ଷରୁ ଓମିକ୍ରନ ସଂକ୍ରମଣକୁ ଦୃଷ୍ଟିରେ ରଖି ସ୍କୁଲ୍ ଖୋଲିବା ନିଷ୍ପତିି ବଦଳାଯାଇପାରେ ବୋଲି ଖବର ମିଳିବା ପରେ ରାଜ୍ୟ ସରକାରଙ୍କ ଉଦ୍ଧେଶ୍ୟ ଉପରେ ସନ୍ଦେହ ସୃଷ୍ଟି ହୋଇଛି । ବର୍ତମାନ ପର୍ଯ୍ୟନ୍ତ ପିଲାମାନଙ୍କ କ୍ଷେତ୍ରରେ କରୋନା ଗୁରୁତର ରୂପ ଧାରଣ କରିବାର କୌଣସି ପ୍ରମାଣ ମିଳିନାହିଁ ।
ପ୍ରତି ୧୦ଜଣରେ ମାତ୍ର ୨ଜଣ ଛୋଟ ପିଲା କରୋନାରେ ପ୍ରାଣ ହରାଇଥିବା ରିପୋର୍ଟ ହୋଇଛି । କରୋନାର ନୂଆ ଭାରିଆ ଓମିକ୍ରନକୁ ନେଇ ବ୍ୟାପକ ପ୍ରଚାର ବେଳେ ସରକାର ଏଭଳି ଏକ ସମୟରେ ନିଷ୍ପତିି ନେଇଛନ୍ତି ଯେଉଁଠି ପୁନଃ ସ୍କୁଲ୍ ବନ୍ଦ କରିଦେଲେ ତାଙ୍କୁ ଦୋଷ ଲାଗିବ ନାହିଁ ବୋଲି ଭାବୁଛନ୍ତି । ଯଦି ନିଷ୍ପତି ବଦଳାନ୍ତି ତେବେ ଏହା କେବଳ ନିଜ ଦୋଷ ଛଡ଼ାଇବାର ଏକ ବାହାନା ଥିଲା ବୋଲି ସ୍ପଷ୍ଟ ହେବ । କେବଳ ଆମ ରାଜ୍ୟରେ ୩ ଲକ୍ଷରୁ ଅଧିକ ସଂଖ୍ୟକ ଗରିବ ପରିବାରର ଛାତ୍ରଛାତ୍ରୀ ସ୍କୁଲ୍ ଛାଡ଼ିଛନ୍ତି କରୋନା ସମୟରେ । ସେମାନେ ନିଜ ପରିବାର ବୃତିରେ ସାମିଲ୍ ହୋଇ ଯାଇଛନ୍ତି ଅଥବା ଶିଶୁ ଶ୍ରମିକ ପାଲଟି ଯାଇଛନ୍ତି । ସରକାର ସେମାନଙ୍କୁ ଜୋର୍ଜବରଦସ୍ତ ଶିକ୍ଷାରୁ ବଂଚିତ କରୁଛନ୍ତି । ଏହି ଆଦିବାସୀ, ଦଳିତ ଓ ଗରିବ ପରିବାରର ପିଲାମାନଙ୍କୁ ପୁଣି ସ୍କୁଲ କୁ ଆଣିବା ପାଇଁ ଏହି ପରିବାରର ପ୍ରତ୍ୟେକ ପିଲାଙ୍କ ନିମନ୍ତେ ଅନୁ୍ୟନ ୬ ମାସ ପାଇଁ ମାସିକ ହାରରେ ଆର୍ଥିକ ସହାୟତା ପ୍ରଦାନ ବ୍ୟବସ୍ଥା କରାଯାଉ ବୋଲି ଏଆଇଏସଏଫ୍ ଓଡ଼ିଶା ରାଜ୍ୟ କମିଟି ଦାବି କରିଛି । ଏଆଇଏସଏଫ୍ ରାଜ୍ୟ ସଭାପତି ସଂଘମିତ୍ରା ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଭର୍ଚୁଆଲ୍ ବୈଠକରେ ରାଜ୍ୟ ସମ୍ପାଦକ କାହ୍ନୁଚରଣ ପରିଡ଼ା, ଯୁଗ୍ମ ସମ୍ପାଦକ ବିବେକ କୃଷ୍ଣ, ଆକାଂକ୍ଷା ପରିଡ଼ା, ଜଗଦୀଶ ଦୁର୍ଗା, ରାଜାରାମ ଡୋଙ୍ଗ୍ରୀ, ବଳରାମ କୁଶୁଲିଆ, କବିତା ପଲକିଆ, ମେଘା କରକରିଆ, ଶୁଭ୍ରା ରାଣୀ ସାହୁ, ଦୀନେଶ ରଞ୍ଜନ, ପୂର୍ଣ୍ଣଚନ୍ଦ୍ର ଜେନା, ଶ୍ରୀକାନ୍ତ ଦାସ, ସ୍ୱିଟି ଜେନା, ଓମ୍ ପ୍ରକାଶ ଧଳ, ମନୋରଞ୍ଜନ ରାଉତ, ରଶ୍ମିରଞ୍ଜନ ପଣ୍ଡା, ଅମରେଶ ପରିଡ଼ା, ମମତା ପଣ୍ଡା ପ୍ରମୁଖ ଆଲୋଚନା କରିଥିଲେ । ଓଡ଼ିଶା ସମାଚାର
Home / ଶିକ୍ଷା / ବିଳମ୍ବରେ ହେଉ ପଛେ, ସରକାରଙ୍କ ସ୍କୁଲ୍ ଖୋଲିବା ନିଷ୍ପତି ସ୍ୱାଗତଯୋଗ୍ୟ ମାତ୍ର ଏ ନିଷ୍ପତିରେ ସରକାର ଦୃଢ ରହିବା ଆବଶ୍ୟକ : ଏ.ଆଇ.ଏସ୍.ଏଫ୍.
Check Also
କଲେଜ ଟପ୍ପର ବିଭୁ ପ୍ରସାଦଙ୍କ ବୈଜ୍ଞାନିକ ହେବାକୁ ଲକ୍ଷ୍ୟ
କେନ୍ଦ୍ରାପଡା, ୧୩/୦୮/୨୦୨୨(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟର ଯୁକ୍ତ ୩ ବିଜ୍ଞାନ ବିଭାଗର ପ୍ରାଣୀ ବିଜ୍ଞାନ ସମ୍ମାନ ଛାତ୍ର …