Thursday , August 18 2022
Breaking News
Home / ବିଶେଷ / ପୁଲିସ ବିଭାଗରେ ବଦଳି

ପୁଲିସ ବିଭାଗରେ ବଦଳି

ଭୁବନେଶ୍ୱର , ୨୯/୧୨/୨୦୨୧ (ଓଡ଼ିଶା ସମାଚାର)- ଆଜି ପୁଲିସ ବିଭାଗରେ କେତେକ ବଦଳି କରାଯାଇଛି । ମାଲକାନଗିରି ଏସପି ପ୍ରହଲ୍ଲାଦ ସହାଇ ମୀନା ଙ୍କୁ ଏଆଇଜି ମୁଖ୍ୟାଳୟକୁ ବଦଳି କରାଯାଇଛି । ସେହିପରି ଆଇପିଏସ୍ ଏସ୍ ଶୁଶ୍ରୀ କେସିଙ୍ଗା ଏସଡିପିଓ ଙ୍କୁ ଭୁବନେଶ୍ୱର ଟ୍ରାଫିକ୍ ଡିଏସପି ଭାବେ ନିଯୁକ୍ତି ଦିଆଯାଇଛି ।
ତାଳଚେର ଏସଡିପିଓ ନତୀଶ ୱାଢୱାନି ଙ୍କୁ ପଦୋନ୍ନତି ପରେ ମାଲକାନଗିରି ଏସପି ଭାବେ ନିଯୁକ୍ତି ଦିଆଯାଇଛି । ସେହିପରି ମାଲକାନଗିରି ଏସଡିପିଓ ଅଭିଳାଶ ଜି. ଙ୍କୁ ପଦୋନ୍ନତି ଦିଆଯାଇ ନାର୍କୋଟିକ୍ସ ଏବଂ ଏସଟିଏଫ୍ ର ଏସପି ଭାବେ ଅବସ୍ଥାପିତ କରାଯାଇଛି ।
ସେହିପରି ଭୁବନେଶ୍ୱର ଟ୍ରାଫିକ୍ ର ଡିସିପି ମାୟାଧର ସେଠୀ ଙ୍କୁ ଅପରାଧ ବିଭାଗର ଡିସିପି ଭାବେ ବଦଳି କରାଯାଇଛି । ନାର୍କୋଟିକ୍ସ ଏବଂ ଏସଟିଏଫ୍ ର ଏସପି ମାଧୁରୀ ସାମଲ୍ ଙ୍କୁ ସିଆଇଡି ଓ ସିବିର ଏସପି ଭାବେ ଅବସ୍ଥାପିତ କରାଯାଇଛି । ଓଡ଼ିଶା ସମାଚାର

About admin

Check Also

ବନ୍ୟା ପିଡିତଙ୍କ ପାଖରେ ପ୍ରଥମେ ରିଲିଫ ପହଂଚାଇଲା ଇଫକୋ ପାରାଦୀପ ୟୁନିଟ୍ 

ପାରାଦୀପ ୧୭/୦୮/୨୦୨୨(ଓଡ଼ିଶା ସମାଚାର)- ଲଗାଣ ବର୍ଷା ଓ ପରେ ପରେ ବନ୍ୟା ପରିସ୍ଥିତିର ସାମ୍ନା କରୁଛନ୍ତି ଓଡିଶାର ୧୦ ଜିଲ୍ଲାର …

Leave a Reply

Your email address will not be published.