Saturday , August 13 2022
Breaking News
Home / ବିଶେଷ / କଟକ ସଦର ବ୍ଲକର ନୂଆ ସଂରକ୍ଷଣ ଚିଠା ତାଲିକା ପ୍ରକାଶ,ସଵୁ ଅଙ୍କ ଭୂଲ ହୋଇଗଲା, ଆଶାୟୀ ଧରାଶାୟୀ

କଟକ ସଦର ବ୍ଲକର ନୂଆ ସଂରକ୍ଷଣ ଚିଠା ତାଲିକା ପ୍ରକାଶ,ସଵୁ ଅଙ୍କ ଭୂଲ ହୋଇଗଲା, ଆଶାୟୀ ଧରାଶାୟୀ

 କଟକ ସଦର, ୨୯/୧୨/୨୦୨୧ (ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା):ପଛୁଆ ବର୍ଗଙ୍କ ପାଇଁ ସ୍ଥାନ ସଂରକ୍ଷଣ ବ୍ୟବସ୍ଥା ରହିଵ ନାହିଁ ବୋଲି ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦେଶନାମା ପରେ ନୂତନ ଚିଠା ବିଜ୍ଞପ୍ତିରେ କଟକ ସଦର ଵ୍ଲକର ୨୩ ଗୋଟି ପଞ୍ଚାୟତ ପାଇଁ ସଂରକ୍ଷଣ ଚିଠା ତାଲିକା ପ୍ରକାଶ ପାଇଛି।ଏହି ସଂରକ୍ଷଣ ପାଲାରେ ସଵୁ ଅଙ୍କ ଭୂଲ ହୋଇଯାଇଥିଲା ବେଳେ ଆଶାୟୀ ଧରାଶାୟୀ ହୋଇଥିଵା ଜଣାପଡିଛି।ଦିନେ ନାହିଁ କାଳେ ନାହିଁ ନୂଆ ଵର୍ଷ ସ୍ୱ।ଗତ ଆଳରେ ସଵୁ ପଞ୍ଚାୟତରେ ହାତ ଯୋଡା ଫଟୋ ସହ ଵ୍ୟାନର ହୋଡିଂ ଲଗାସରିଛି।କାଲି ରାତିରେ ଆଶାୟୀ ପ୍ରାର୍ଥୀମାନେ ଛକ ଵଜାରରେ ସମର୍ଥନ ଯୋଗାଡ କରୁଥିବା ବେଳେ ଆଜି ସକାଳୁ ମୁହଁ ଶୁଖେଇ ଆଉ ପଦାକୁ ଵାହାରୁ ନାହାଁନ୍ତି। ଅନ୍ୟପକ୍ଷରେ ପୂର୍ବ ତାଲିକା ପ୍ରକାଶନ ପରଠୁ ଥଣ୍ଡା ପଡ଼ିଯାଇଥିବା ଗୋଷ୍ଠୀ ଆଜି ସକାଳୁ କୁରୁଳି ଉଠିଛନ୍ତି।ସାନି ଚିଠା ବିଜ୍ଞପ୍ତିରେ ସଂରକ୍ଷଣ ଫର୍ମୂଲା ଓଲଟପାଲଟ ହେଵା ପରେ ଅଧିକାଂଶ ପଞ୍ଚାୟତର ରାଜନୈତିକ ଗଣିତ ହିସାଵ ଓଲଟପାଲଟ ହୋଇଯାଇଛି। ସେଥିରେ କଳପଡା ଓ କୂଳସରିଚୁଆଁ ପଞ୍ଚାୟତରେ ରାଜନୀତି ଅଙ୍କ ଅଚାନକ ପରିବର୍ତ୍ତନ ହୋଇଯାଇଛି।କାଲି ଯାଏଁ କଳପଡା ସରପଞ୍ଚ ଆସନ ଅସଂରକ୍ଷିତ ମହିଳାଙ୍କ ପାଇଁ ଥିଲା ବେଳେ ଆଜି ତାହା ସଂରକ୍ଷିତ ହୋଇ ଏସସି ମହିଳାଙ୍କ ହୋଇଛି।ପାଖ କୂଳସରିଚୁଆଁ ସରପଞ୍ଚ ଆସନ ଅଣସଂରକ୍ଷିତ ଥିବା ବେଳେ ଆଜି ତାହା ସଂରକ୍ଷିତ ହୋଇ ଅନୁସୂଚିତ ଜାତି (ଏସସି) ହୋଇଛି।ଉଭୟ ପଞ୍ଚାୟତ ରେ ଆଜକୁ ମାସେ ରୁ ଉର୍ଦ୍ଧ୍ବ ହେଵ ଆଶାୟୀ ପ୍ରାର୍ଥୀ ଗାଁ ଗାଁ ବୁଲି ଏକ ପ୍ରକାର ପ୍ରଚାର ଚଳାଇଥିବା ବେଳେ ସମର୍ଥନ ଯୋଗାଡ କରୁଥିବା ପ୍ରାର୍ଥୀଙ୍କ ମୁଣ୍ଡ ଗୋଲ୍ ହୋଇଯାଇଛି।ସେଥିରେ ନିମେଇଶାପୁର,ଵାରଦା ପଞ୍ଚାୟତରେ ମଧ୍ୟ ଅଙ୍କ ଭୂଲ ହୋଇଯାଇଛି।ଏହି ନୂତନ ସଂରକ୍ଷଣ ତାଲିକାରେ ଅରିଲୋ ପଞ୍ଚାୟତର ସରପଞ୍ଚ ଆସନ ଏସସି ମହିଳା, ସମିତି ସଭ୍ୟ ଆସନ ତଫସିଲଭୁକ୍ତ ଜାତି ମହିଳା ରହିଥିବା ବେଳେ ଆମଣରେ ଅସଂରକ୍ଷିତ ମହିଳା ଓ ସଂରକ୍ଷିତ,ଆୟତପୁରରେ ତଫସିଲଭୁକ୍ତ ଜାତି ଓ ତଫସିଲଭୁକ୍ତ ଜାତି ମହିଳା,ଉରାଳିରେ ତଫସିଲଭୁକ୍ତ ଜାତି ଓ ତଫସିଲଭୁକ୍ତ ଜାତି ଓ ତଫସିଲଭୁକ୍ତ ଜାତି,କଳପଡାରେ ଏସସି ମହିଳା ଓ ଅସଂରକ୍ଷିତ ମହିଳା,କନ୍ଦରପୁରରେ ଅସଂରକ୍ଷିତ ମହିଳା ଓ ଅସଂରକ୍ଷିତ, କିଶୋର ନଗରରେ ଏସସି ମହିଳା ଓ ଏସସି ମହିଳା,କୂଳସରିଚୁଆଁରେ ତଫସିଲଭୁକ୍ତ ଜାତି ଓ ଅସଂରକ୍ଷିତ,ଖଣ୍ଡେଇତାରେ ଅସଂରକ୍ଷିତ ମହିଳା ଓ ଅସଂରକ୍ଷିତ ମହିଳା,ଗତିରାଉତପାଟଣାରେ ଅସଂରକ୍ଷିତ ମହିଳା ଓ ଅସଂରକ୍ଷିତ,ଝାରକଟାରେ ଅସଂରକ୍ଷିତ ଓ ଏସଟି ମହିଳା,ଦଧିଵାମନପୁରରେ ଅସଂରକ୍ଷିତ ମହିଳା ଓ ଅସଂରକ୍ଷିତ ମହିଳା,ଧରିଣାରେ ଅସଂରକ୍ଷିତ ଓ ଅସଂରକ୍ଷିତ ମହିଳା,ନିମେଇଶାପୁରରେ ଅସଂରକ୍ଷିତ ମହିଳା ଓ ଅସଂରକ୍ଷିତ ମହିଳା, ପରମହଂସରେ ଅସଂରକ୍ଷିତ ଓ ଅସଂରକ୍ଷିତ ମହିଳା, ପ୍ରହରାଜପୁରରେ ଅସଂରକ୍ଷିତ ଓ ଅସଂରକ୍ଷିତ,ଫକିରପଡାରେ ଏସସି ମହିଳା ଓ ଅସଂରକ୍ଷିତ,ଵରହମପୁରରେ ଅସଂରକ୍ଷିତ ଓ ଅସଂରକ୍ଷିତ,ଵାରଦାରେ ଅସଂରକ୍ଷିତ ମହିଳା ଓ ଅସଂରକ୍ଷିତ ମହିଳା,ଵେଣ୍ଟକାରରେ ତଫସିଲଭୁକ୍ତ ଜାତି ଓ ତଫସିଲଭୁକ୍ତ ଜାତି,ଵୋଧପୁରରେ ଅସଂରକ୍ଷିତ ଓ ଅସଂରକ୍ଷିତ,ଯଶପଡାରେ ଏସସି ମହିଳା ଓ ଏସସି ମହିଳା,ସୋମପୁରରେ ତଫସିଲଭୁକ୍ତ ଜାତି ଓ ତଫସିଲଭୁକ୍ତ ଜାତି ହୋଇଥିବା ଜଣାପଡିଛି। ଓଡ଼ିଶା ସମାଚାର

About admin

Check Also

ସୁବର୍ଣ୍ଣରେଖା ଓ ଦେଓ ଜଳସେଚନ ପ୍ରକଳ୍ପ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

ମୟୁରଭଞ୍ଜ / ଭୁବନେଶ୍ୱର,୧୨/୦୮/୨୦୨୨(ଓଡ଼ିଶା ସମାଚାର)- ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଦିନିକିଆ ମୟୁରଭଞ୍ଜ ଜିଲ୍ଲା ଗସ୍ତ କରି ସେଠାରେ …

Leave a Reply

Your email address will not be published.