Tuesday , September 27 2022
Breaking News
Home / ବିଶେଷ /   ଅସାମାଜିକ କାର୍ୟ୍ୟରେ ଲିପ୍ତ ସିଆରପିଏଫ ଯବାନ ଗିରଫ

  ଅସାମାଜିକ କାର୍ୟ୍ୟରେ ଲିପ୍ତ ସିଆରପିଏଫ ଯବାନ ଗିରଫ

 ମାହାଙ୍ଗା, ୨୯/୧୨/୨୦୨୧(ଓଡିଶା ସମାଚାର /ଅଭୟ ଜେନା )-କଟକ ଜିଲ୍ଲା ମାହାଙ୍ଗା ଥାନା କୁମୁଡା ଜୟପୁର ଫାଣ୍ଡି ଅନ୍ତର୍ଗତ  ମଧୁପୁର ପଞ୍ଚାୟତ କୁସୁକଣ୍ଟା ଗ୍ରାମର ଜନୈକ ସିଆରପିଏଫ  ଯବାନ ଅସାମାଜିକ କାର୍ୟ୍ୟରେ ଲିପ୍ତ ଥିବା ଅଭିଯୋଗରେ ଗିରଫ ହେବା ସୂଚନା ମିଳିଛି । ବିଜୟ କୁମାର ମହାନ୍ତି ଓରଫ କାଳିଆ ନାମକ ଏହି  ଯବାନଙ୍କୁ ମାହାଙ୍ଗା ଥାନା ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି  । ଅଭିଯୋଗ ମୁତାବକ ଗତ ୨୭ ତାରିଖ ରାତିରେ ବିଜୟ ସ୍ଥାନୀୟ ବାସୁଦେବପୁର ଅଞ୍ଚଳର ଅରବିନ୍ଦ ମହାନ୍ତିଙ୍କୁ ମରଣାତ୍ମକ ଆକ୍ରମଣ କରିଥିବା ଥାନାରେ ଏତଲା ଦିଆଯାଇଥିଲା । ଏହି ଅଭିଯୋଗକୁ ଭିତ୍ତିକରି ଆଜି  ଯବାନ ବିଜୟକୁ  ଗିରଫ କରାଯାଇଥିବା ପୋଲିସ ସୂଚନା ଦେଇଛି । ମାହାଙ୍ଗା ଥାନା କେସ ନମ୍ବର ୨୮୮/୨୧ ରେ ଅଭିଯୁକ୍ତ ଯବାନଙ୍କ ବିରୁଦ୍ଧରେ ଏକ ମାମଲା ରୁଜୁ କରାଯାଇଥିବା ସୂଚନା ମିଳିଛି  । ଓଡ଼ିଶା ସମାଚାର

Leave a Reply

Your email address will not be published.