Tuesday , August 16 2022
Breaking News
Home / ବିଶେଷ / ମାହାଙ୍ଗା ମାଟିର ଯଶସ୍ବୀ କବି ନଗେନ୍ଦ୍ର ରାଉତଙ୍କୁ “ସଂମ୍ପର୍ଣ୍ଣା ସମ୍ମାନ” ପ୍ରଦାନ

ମାହାଙ୍ଗା ମାଟିର ଯଶସ୍ବୀ କବି ନଗେନ୍ଦ୍ର ରାଉତଙ୍କୁ “ସଂମ୍ପର୍ଣ୍ଣା ସମ୍ମାନ” ପ୍ରଦାନ

ମାହାଙ୍ଗା ,୨୮/୧୨ /୨୦୨୧(ଓଡିଶା ସମାଚାର /ଓଡିଶା ସମାଚାର )- କବିତା ଛଳଛଳ ନଈ ପରି ମଣିଷକୁ ଆନମନା କରିଥାଏ । ମଣିଷର ଦୁଃଖ, ଦୈନ୍ୟ, ବେଦନା ଓ ସଂଘାତ ଏବଂ ସଂଘର୍ଷର ଅନ୍ତଃସ୍ୱର କବିତାରେ ପ୍ରତିଫଳିତ ହୋଇଥାଏ । ପୃଥିବୀର ପ୍ରତ୍ୟେକ କବି ସେମାନଙ୍କ ସୃଷ୍ଟି ସଂଭାର ଭିତରେ ମାନବିକତାର କଥା କୁହନ୍ତୁ ବୋଲି ବିଶିଷ୍ଟ ଅତିଥି ମାନେ ଆହ୍ୱାନ ଦେଇଥିଲେ ।
ଖଇରା ଠାରେ “ମୋ’ ଅନୁଷ୍ଠାନ ସାହିତ୍ୟ ସଂସଦ” ପକ୍ଷରୁ ରାଜ୍ୟ ସ୍ତରୀୟ ସାହିତ୍ୟ ସମାରୋହ ପାଳନ ହୋଇଯାଇଛି । ସମାଜର ସବୁଠାରୁ ତଳ ସ୍ତରରେ ପଡିରହିଥିବା ମେହେନତି ମଣିଷର ସ୍ୱର କବିତା ମାଧ୍ୟମରେ ପ୍ରତିଫଳିତ ହୋଇପାରିଲେ, ତାହାହିଁ’ ଶ୍ରେଷ୍ଠ କବିତା ହୋଇପାରିବ ବୋଲି ବହୁ ସାହିତ୍ୟିକ ଓ ବୁଦ୍ଧିଜୀବୀ ଉତ୍ସବରେ ମତ ପୋଷଣ କରିଥିଲେ । ଏହି ସାରସ୍ୱତ ସଭାରେ ଅନନ୍ୟାର ସଭାପତି ନାରାୟଣ ସେନାପତି ଅଧ୍ୟକ୍ଷତା କରିଥିଲେ । ଏହି ଉତ୍ସବରେ ମୁଖ୍ୟଅତିଥି ଭାବରେ ଓଡିଶା ଅର୍ଥ ସେବାର ଉପଶାସନ ସଚିବ ଡା. ସଂଗ୍ରାମ କେଶରୀ ସାମନ୍ତରାୟ ଯୋଗଦେଇ ପ୍ରତ୍ୟେକ କବିର ହୃଦୟ ସମୁଦ୍ର ଭଳି ବିଶାଳ ବୋଲି ମତବ୍ୟକ୍ତ କରିଥିଲେ । ମୁଖ୍ୟ ବକ୍ତା ଭାବେ ବରିଷ୍ଠ ପ୍ରବନ୍ଧକ ଓଡ଼ିଶା ଖଣି ନିଗମ ଭରତ ଚରଣ ବେହେରା ଯୋଗଦେଇଥିଲେ । ଏହି ସଭାରେ ଓଡ଼ିଆ ସାହିତ୍ୟର ବିଭିନ୍ନ ଦିଗ ଉପରେ ଅତିଥିମାନେ ଆଲୋକପାତ କରିବା ସହିତ ଆମ ଭାଷା ଓ ସଂସ୍କୃତିର ବିଭିନ୍ନ ଦିଗ ଉପରେ ସାରଗର୍ଭକ ବକ୍ତବ୍ୟ ପ୍ରଦାନ କରିଥିଲେ ।
ଉପସ୍ଥିତ ୪୦ ରୁ ଉର୍ଦ୍ଧ୍ଵ କବିଙ୍କୁ ନେଇ ମନୋଜ୍ଞ କବିତା ଆସର ଆୟୋଜନ କରାଯାଇ ଥିଲା । ଉପସ୍ଥିତ ବହୁ ପ୍ରବୀଣ ଓ ନବୀନ ସ୍ରଷ୍ଟାଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା ।ଏତଦ୍ ଭିନ୍ନ ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ କବି ଓ କବୟିତ୍ରୀ ମାନଙ୍କୁ ମାନପତ୍ର, ଟ୍ରଫି, ମୁକୁଟ ଓ ଉପଢ଼ୌକନ ସହ ଭବ୍ୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା।
ଏହି ପରିପ୍ରେକ୍ଷୀରେ କଳା ସଂସ୍କୃତି ଓ ସାହିତ୍ୟର ପବିତ୍ର ଭୂମି ମାହାଙ୍ଗାର ଅନ୍ୟତମ ସାରସ୍ୱତ ସାଧକ କବି ନଗେନ୍ଦ୍ର କୁମାର ରାଉତଙ୍କୁ ଚଳିତ ବର୍ଷ ପାଇଁ “ସଂମ୍ପର୍ଣ୍ଣା କବିତା ସମ୍ମାନ”ରେ ସମ୍ମାନିତ କରାଯାଇଥିଲା । ଓଡ଼ିଶା ସମାଚାର

About admin

Check Also

ସ୍ବାଧୀନତା ର ଅମୃତମହୋତ୍ସବ ଓ ସ୍ୱାଧୀନତା ଦିବସ  ପାଳିତ

ନିଶ୍ଚିନ୍ତକୋଇଲି , ୧୫/୦୮/୨୦୨୨(ଓଡିଶା ସମାଚାର/ ଅଭୟ ଜେନା )- ଜନାର୍ଦ୍ଦନ ପୁର ଚିତ୍ରୋତ୍ପଳା ସରକାରୀ ଉଚ୍ଚବିଦ୍ୟାଳୟ ପ୍ରାଙ୍ଗଣ ରେ ୭୬ …

Leave a Reply

Your email address will not be published.