Tuesday , August 16 2022
Breaking News
Home / ବିଶେଷ / ଟ୍ରକ ଧକ୍କା ରେ  ଯୁକ୍ତ ଦୁଇ ଛାତ୍ରୀ ମୃତ , ଶବ ରଖି ପରିବାର ଲୋକ ଙ୍କ ରାସ୍ତା ଅବରୋଧ

ଟ୍ରକ ଧକ୍କା ରେ  ଯୁକ୍ତ ଦୁଇ ଛାତ୍ରୀ ମୃତ , ଶବ ରଖି ପରିବାର ଲୋକ ଙ୍କ ରାସ୍ତା ଅବରୋଧ

କଳାହାଣ୍ଡି, ୨୮/୧୨/୨୦୨୧ (ଓଡିଶା ସମାଚାର /ସଂଜୟ ସିଂହ)- କଳାହାଣ୍ଡି ଜିଲ୍ଲା କେସିଙ୍ଗା ଥାନା ଅନ୍ତର୍ଗତ ଉତକେଲା  କଲେଜ ସମ୍ମୁଖ ରେ ଗତ କାଲି ଏକ ଅଭାବନୀୟ ଅଘଟଣ ଘଟିଛି । କେସିଙ୍ଗା ଯାଉଥିବା ଏକ ଟ୍ରକ ଉତକେଲା ଅଞ୍ଚଳର ରୋଶନୀ ସୁନା ନାମକ ଜଣେ ଛାତ୍ରୀ ଛିଡା ହୋଇଥିବା ସମୟରେ  ତାଙ୍କ ଉପରେ ଟ୍ରକ ମାଡି ଯାଇଥିଲା ।ଲୋକେ ତାଙ୍କୁ  ଭବାନୀପାଟଣା ମୁଖ୍ୟ ଚିକିତ୍ସାଲୟ  ନେଇଯାଇଥିଲେ ।  ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।ପରେ ସ୍ଥାନୀୟ ଅଂଚଳ ରେ ଉତ୍ତେଜନା ପ୍ରକାଶ ପାଇଥିଲା ।ଏବଂ ନାବାଳିକା ଜଣକର ମୃତ୍ୟୁ ହେବା ପରେ ଉତକେଲା କଲେଜ ସମ୍ମୁଖ ରେ ସ୍ଥାନୀୟ ଅଚଂଳ ବାସୀ ବରଗଡ ବୋରିଗୁମ୍ମା ଜାତୀୟ ରାଜପଥ ୨୬ କୁ ଅବରୋଧ କରିଥିଲେ ।  ଘଟଣାସ୍ଥଳ ରେ କେସିଙ୍ଗା ପୋଲିସ ପହଞ୍ଚି ଆନ୍ଦୋଳନକାରୀ ମାନଙ୍କୁ  ବୁଝାସୁଝା କରିବା ପରେ ରାସ୍ତାରୋକ ହଟିଥିଲା ।

ଆଜି ଭବାନୀପାଟଣା ଜେଲ ଛକ ଠାରେ ମୃତ ଛାତ୍ରୀ ରୋଶନୀ ସୁନା ଙ୍କ ଶବ କୁ ରାସ୍ତାରେ ରଖି ଜୁନଗଡ ଭବାନୀପାଟଣା ସଂଯୋଗ କରୁଥିବା ରାସ୍ତା କୁ ଅବରୋଧ କରିଛନ୍ତି ।ରୋଶନି ସୁନା ର ପରିବାର ଲୋକ ୨୦ଲକ୍ଷ ଟଙ୍କା ଦାବି କରିଛନ୍ତି। ଏବଂ ଯେତେବେଳ ଯାଏଁ ସମଧାନ ନ ହେବ ସେତେବେଳ ଯାଏଁ ରାସ୍ତାରେ ବସି ରହିବୁବୋଲି କହିଛନ୍ତି । ଏ ପର୍ଯ୍ୟନ୍ତ ପ୍ରଶାସନର ଦେଖା ନାହିଁ। । ରାସ୍ତାରେ ଗାଡ଼ି ମେଟର ଚଳାଚଳରେ ସମସ୍ୟା ଦେଖାଦେଇଛି ।  ଓଡିଶା ସମାଚାର..

About admin

Check Also

ସ୍ବାଧୀନତା ର ଅମୃତମହୋତ୍ସବ ଓ ସ୍ୱାଧୀନତା ଦିବସ  ପାଳିତ

ନିଶ୍ଚିନ୍ତକୋଇଲି , ୧୫/୦୮/୨୦୨୨(ଓଡିଶା ସମାଚାର/ ଅଭୟ ଜେନା )- ଜନାର୍ଦ୍ଦନ ପୁର ଚିତ୍ରୋତ୍ପଳା ସରକାରୀ ଉଚ୍ଚବିଦ୍ୟାଳୟ ପ୍ରାଙ୍ଗଣ ରେ ୭୬ …

Leave a Reply

Your email address will not be published.