Tuesday , August 9 2022
Breaking News
Home / ଶିକ୍ଷା / ଜାନୁୟାରୀ ୩ ରୁ ଖୋଲିବ ପ୍ରଥମରୁ ପଞ୍ଚମ ଶ୍ରେଣୀ

ଜାନୁୟାରୀ ୩ ରୁ ଖୋଲିବ ପ୍ରଥମରୁ ପଞ୍ଚମ ଶ୍ରେଣୀ

ଭୁବନେଶ୍ୱର,୨୮/୧୨/୨୦୨୧ (ଓଡ଼ିଶା ସମାଚାର)-ରାଜ୍ୟରେ ଥିବା ପ୍ରାୟ ୨୭ହଜାର ବିଦ୍ୟାଳୟର ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଜାନୁୟାରୀ ୩ ତାରିଖରୁ ଖୋଲିବା ପାଇଁ ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଯେଉଁ ବିଦ୍ୟାଳୟରେ ଦଶମ ଶ୍ରେଣୀ ନିମନ୍ତେ ୫ ତାରିଖରୁ ୮ ତାରିଖ ପର୍ୟ୍ୟନ୍ତ ସମାଟିଭ୍-୧ ପରୀକ୍ଷା ହେବାର ଅଛି, ସେହି ବିଦ୍ୟାଳୟ ଗୁଡ଼ିକୁ ୧୦ ଜାନୁୟାରୀ ଠାରୁ ଖୋଲିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ମଧ୍ୟାହ୍ନ ଭୋଜନ ନିମିତ୍ତ ଉଦ୍ଦିଷ୍ଟ ମଧ୍ୟାନ୍ତର ବିନା ବିଦ୍ୟାଳୟ ଗୁଡ଼ିକ ପୂର୍ବାହ୍ନ ୯ ଘଟିକା ଠାରୁ ମଧ୍ୟାହ୍ନ ୧୨ଘଟିକା ପର୍ୟ୍ୟନ୍ତ ଖୋଲା ରହିବ। ମଧ୍ୟାହ୍ନ ଭୋଜନ ଯୋଜନା ରେ ଡ୍ରାଇ ରାସନ୍ ଯୋଗାଣ କାର୍ୟ୍ୟକ୍ରମ ଅନ୍ୟ ଆଦେଶ ପ୍ରାପ୍ତ ପର୍ୟ୍ୟନ୍ତ ପୂର୍ବ ପରି ଜାରି ରହିବ। ବିଦ୍ୟାଳୟ ଖୋଲିବା ପାଇଁ ସ୍ଥିରୀକୃତ ଏସଓପି ବିଭାଗ ଦ୍ଵାରା ସୂଚିତ କରାଯିବା ନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି। ଦୀର୍ଘ ୨୧ ମାସ ପରେ ରାଜ୍ୟରେ ପ୍ରାଥମିକ ବିଦ୍ୟାଳୟ ଗୁଡ଼ିକ ଖୋଲିବ। ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ୟ୍ୟନ୍ତ ଛାତ୍ରଛାତ୍ରୀ ବିଦ୍ୟାଳୟକୁ ଯାଇ ଅଫ୍ଲାଇନ୍ରେ ପାଠ ପଢ଼ିବେ। ଏହି ନିଷ୍ପତିକୁ କିଛି ମହଲ ସ୍ୱାଗତ କରିଥିବାବେଳେ ଆଉ କିଛି ମହଲ ଆଉ କିଛି ମାସ ଅର୍ଥାତ ଚଳିତ ସେସନ୍ସ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ମତ ଦେଉଛନ୍ତି । ଓଡ଼ିଶା ସମାଚାର

About admin

Check Also

ଯୁକ୍ତ ୨ କଳା ଓ ଧନ୍ଦାମୂଳକ ପରୀକ୍ଷା ଫଳ ପ୍ରକାଶ ପାଇଲା

ଭୁବନେଶ୍ୱର,୦୮/୦୮/୨୦୨୨(ଓଡ଼ିଶା ସମାଚାର)- ପୂର୍ବ ସୂଚନା ଅନୁଯାୟୀ ଆଜି ଯୁକ୍ତ ୨ କଳା ଓ ଧନ୍ଦାମୂଳକ ପରୀକ୍ଷା ଫଳ ପ୍ରକାଶ ପାଇଛି …

Leave a Reply

Your email address will not be published.