Tuesday , August 16 2022
Breaking News
Home / ବିଶେଷ / ଓଡ଼ିଶା ରେଡକ୍ରସ୍ ପରିବାର ପରାମର୍ଶ କେନ୍ଦ୍ର ପକ୍ଷରୁ ପରିବାର ପରାମର୍ଶ ସଂପର୍କିତ ଗୋଷ୍ଠୀ ସଚେତନତା କାର୍ଯ୍ୟକ୍ରମ

ଓଡ଼ିଶା ରେଡକ୍ରସ୍ ପରିବାର ପରାମର୍ଶ କେନ୍ଦ୍ର ପକ୍ଷରୁ ପରିବାର ପରାମର୍ଶ ସଂପର୍କିତ ଗୋଷ୍ଠୀ ସଚେତନତା କାର୍ଯ୍ୟକ୍ରମ

ଭୁବନେଶ୍ୱର , ୨୮/୧୨/୨୦୨୧ (ଓଡ଼ିଶା ସମାଚାର)- ଭାରତୀୟ ରେଡକ୍ରସ ସୋସାଇଟି, ଓଡ଼ିଶା ରାଜ୍ୟ ଶାଖା ସ୍ଥିତ ପରିବାର ପରାମର୍ଶ କେନ୍ଦ୍ର ତରଫରୁ ଦାସପୁର ଗ୍ରାମ, ଚନ୍ଦକା ପରିବାର ପରାମର୍ଶ ସଂମ୍ପର୍କିତ ଗୋଷ୍ଠୀସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି । ଏହି କାର୍ଯ୍ୟକ୍ରମରେ ଦାସପୁର ଗ୍ରାମର ଯୁବତୀ ଏବଂ ମହିଳା ମାନେ ବହୁତ ସଂଖ୍ୟାରେ ଯୋଗ ଦେଇଥିଲେ ।
ଉକ୍ତ କାର୍ଯ୍ୟକ୍ରମକୁ ବିଜୟାଲଷ୍ମୀ କର ପରିବାର ପରାମର୍ଶଦାତ୍ରୀ ସମାଜରେ ଘଟୁଥିବା ପରିବାରର ବିଭିନ୍ନ ସମସ୍ୟା ଓ ତାର ନିରାକରଣ ସଂପର୍କରେ ଅବଗତ କରିଥିଲେ । ରେଡକ୍ରସ ସ୍ଥିତ ପରିବାର ପରାମର୍ଶ କେନ୍ଦ୍ର ସହାୟତାରେ ପାରସ୍ପରିକ ବୁଝାମଣା ମାଧ୍ୟମରେ ପରିବାର ର ସମସ୍ୟାର ସମାଧାନ କରିବା ପାଇଁ ପରାମର୍ଶ ଦେଇଥିଲେ ।
ବିଶେଷ କରି ଉକ୍ତ କାର୍ଯ୍ୟକ୍ରମରେ ମହିଳା ମାନଙ୍କ ଉପରେ ଘଟୁଥିବା ଅନ୍ୟାୟ ,ଅତ୍ୟାଚାର ସହ ଏହାର ନିରାକରଣ ଓ ଏହାପାଇଁ ଉଦିଷ୍ଟଥିବା ଆଇନ ଗତ ଧାରା ଲୋକମାନଙ୍କ ପାଖରେ କିପରି ସହଜରେ ପହଂଚିପାରିବ ସେସଂପର୍କରେ ଶ୍ରୀମତୀ ବିଜୟାଲଷ୍ମୀ କର ଆଲୋଚନା କରିଥିଲେ ।
ଏହି କାର୍ଯ୍ୟକ୍ରମରେ ପରିବାର ପରାମର୍ଶକେନ୍ଦ୍ରର ପରାମର୍ଶଦାତ୍ରୀ ବିଜୟାଲଷ୍ମୀ କର ପରିଚାଳନା କରିଥିଲେ । ଓଡ଼ିଶା ସମାଚାର

About admin

Check Also

ସ୍ବାଧୀନତା ର ଅମୃତମହୋତ୍ସବ ଓ ସ୍ୱାଧୀନତା ଦିବସ  ପାଳିତ

ନିଶ୍ଚିନ୍ତକୋଇଲି , ୧୫/୦୮/୨୦୨୨(ଓଡିଶା ସମାଚାର/ ଅଭୟ ଜେନା )- ଜନାର୍ଦ୍ଦନ ପୁର ଚିତ୍ରୋତ୍ପଳା ସରକାରୀ ଉଚ୍ଚବିଦ୍ୟାଳୟ ପ୍ରାଙ୍ଗଣ ରେ ୭୬ …

Leave a Reply

Your email address will not be published.