Friday , August 19 2022
Breaking News
Home / ବିଶେଷ / ଓରମାସ୍ ତରଫରୁ ଆୟୋଜିତ ଜାତୀୟ ସ୍ତରୀୟ ଶିଶିର ସରସ ମେଳା ଆରମ୍ଭ

ଓରମାସ୍ ତରଫରୁ ଆୟୋଜିତ ଜାତୀୟ ସ୍ତରୀୟ ଶିଶିର ସରସ ମେଳା ଆରମ୍ଭ

ଭୁବନେଶ୍ୱର , ୨୮/୧୨/୨୦୨୧ (ଓଡ଼ିଶା ସମାଚାର)-ପଂଚାୟତିରାଜ ଓ ପାନୀୟଜଳ ବିଭାଗ ଅଧୀନସ୍ଥ ଓଡିଶା ଗ୍ରାମୀଣ ବିକାଶ ଏବଂ ମାର୍କେଟିଂ ସୋସାଇଟି (ଓରମାସ୍) ତରଫରୁ ଆୟୋଜିତ ଜାତୀୟ ସ୍ତରୀୟ ଶିଶିର ସରସ ମେଳା ଆଜି ଠାରୁ ଆରମ୍ଭ ହୋଇଛି । ପ୍ରତ୍ୟେକ ବର୍ଷ ଆୟୋଜିତ ହେଉଥିବା ଏହି ମେଳା ରାଜ୍ୟ ସରକାରଙ୍କର ଦାରିଦ୍ର୍ୟ ଦୂରୀକରଣ କାର୍ୟ୍ୟକ୍ରମର ଏକ ଅଂଶ ବିଶେଷ ।
ସହରାଚଂଳ ଗ୍ରାହକମାନଙ୍କ ମଧ୍ୟରେ ଗ୍ରାମୀଣ ଉତ୍ପାଦକଙ୍କ ବଜାର ସଂଯୋଗ ସୃଷ୍ଟି କରାଯିବାର ଲକ୍ଷ୍ୟ ଏହା ଦ୍ୱାରା ପୁରଣ ହୋଇଥାଏ ।ଏହି ମେଗା ଇଭେଂଟରେ ପ୍ରାୟ ୨୦ଟି ରାଜ୍ୟ ଅଂଶଗ୍ରହଣ କରୁଛନ୍ତି । ଏହି ଇଭେଂଟ ମିନି ଇଣ୍ଡିଆର ଏକ ଲୁକ୍ ଦେଇଥାଏ ।
ଏହି ମେଳାରେ ୪୦୦ରୁ ଅଧିକ ସ୍ୱୟଂ ସହାୟକ ଗୋଷ୍ଠୀ ଭାଗ ନେଉଥିବା ବେଳେ ୫୦୦ ରୁ ଅଧିକ ଗ୍ରାମୀଣ କାରିଗର ତଥା ବିକ୍ରେତା ଅଂଶଗ୍ରହଣ କରୁଛନ୍ତି । ପ୍ରତ୍ୟେକ ଦିନ ସନ୍ଧ୍ୟାରେ ଏହି ମେଳାରେ ଆୟୋଜିତ ହେବାକୁ ଥିବା ସାଂସ୍କୃତିକ କାର୍ୟ୍ୟକ୍ରମ ଆନ୍ତରାଜ୍ୟ ସାଂସ୍କୃତିକ ପରମ୍ପରା ବିନିମୟର ଏକ ମାଧ୍ୟମ ।
ଏହି ଜାତୀୟ ସ୍ତରୀୟ ଶିଶିର ସରସ ମେଳା ଗୋଟିଏ ପଟେ ଗ୍ରାମୀଣ ମହିଳା ମାନଙ୍କୁ ଆତ୍ମନିର୍ଭରଶୀଳ କରିବା ପାଇଁ ସରକାରଙ୍କ କଲ୍ୟାଣ ମୂଳକ ଯୋଜନାରେ ସାମିଲ ହୋଇ ନିଜ ଉତ୍ପାଦିତ ସାମଗ୍ରୀ ବିକ୍ରିବଟା କରିବା କ୍ଷେତ୍ରରେ ଏହା ହେଉଛି ବିଶେଷ ସୁଯୋଗ । ମୁଁ ଆଶା କରୁଛି ଆମ ରାଜ୍ୟରେ ଗ୍ରାମାଂଚଳର ପ୍ରତ୍ୟେକ ମହିଳା ଏହି ସୁବିଧାର ସୁଯୋଗ ନିଅନ୍ତୁ । ଏହା ସେମାନଙ୍କୁ ଆତ୍ମନିର୍ଭରଶୀଳ କରାଇବା ସହ ନିଜ ପରିବାର, ଗୋଷ୍ଠି ତଥା ରାଜ୍ୟର ଆର୍ଥିକ ବିକାଶ ଦିଗରେ ସହାୟକ ହୋଇପାରିବ ବୋଲି ମୋର ଆଶା । ଏହି ଜାତୀୟ ସ୍ତରୀୟ ମେଳା ଆମ ମାନଙ୍କୁ ରାଜ୍ୟ ବାହାରେ ମଧ୍ୟ ଏକ ସ୍ୱତନ୍ତ୍ର ପରିଚୟ ଆଣିଦେବ ବୋଲି ପଂଚ।ୟତିରାଜ ,ପାନୀୟଜଳ, ଆଇନ ,ଗୃହନିର୍ମାଣ ଓ ନଗରଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି । ଓଡ଼ିଶା ସମାଚାର

About admin

Check Also

ଭାରତ ମାତା ସେବା ଅନୁଷ୍ଠାନ ତରଫରୁ ୩୭୫ ଫୁଟ ର ବିଶାଳ ତ୍ରିରଙ୍ଗା ଯାତ୍ରା

ଭୁବନ ୧୮/୦୮/୨୦୨୨(ଓଡ଼ିଶା ସମାଚାର)- ଆଜାଦୀ କା ଅମୃତ ମହୋତ୍ସବ ଅବସରରେ ଭାରତ ମାତା ସେବା ଅନୁଷ୍ଠାନ ଆନୁକୂଲ୍ୟରେ  ୩୭୫ ଫୁଟ …

Leave a Reply

Your email address will not be published.