Saturday , August 13 2022
Breaking News
Home / ବିଶେଷ / ୨୦ ଜଣ ସନ୍ଦିଗ୍ଧ ବାଂଲାଦେଶୀ ଙ୍କ ସମ୍ପର୍କରେ ତଦନ୍ତ ଜାରି

୨୦ ଜଣ ସନ୍ଦିଗ୍ଧ ବାଂଲାଦେଶୀ ଙ୍କ ସମ୍ପର୍କରେ ତଦନ୍ତ ଜାରି

ପାରାଦୀପ,୨୭/୧୨/୨୦୨୧(ଓଡ଼ିଶା ସମାଚାର)- ପାରାଦୀପ ଉପକୂଳରେ ବଙ୍ଗୋପସାଗରରୁ ୨୦ ଜଣ ସନ୍ଦିଗ୍ଧ ବାଂଲାଦେଶୀଙ୍କୁ ଉଦ୍ଧାର କରାଯାଇଛି। ପାରାଦୀପ ସାମୁଦ୍ରିକ ଥାନା ଅଧିକାରୀଙ୍କ ସୂତ୍ରରୁ ଜଣାଯାଇଛି ଯେ ଏହି ବାଂଲାଦେଶୀମାନେ ସମୁଦ୍ର ମଧ୍ୟରେ ଅଟକି ରହିଥିବାବେଳେ ସେମାନଙ୍କୁ କିଛି ମତ୍ସ୍ୟଜୀବୀ ଉଦ୍ଧାର କରିଥିଲେ। ଏହି ବାଂଲାଦେଶୀଙ୍କୁ ପାରାଦୀପ ମାଛଧରା ଜେଟିକୁ ଅଣାଯିବା ପରେ ସେମାନଙ୍କୁ ଖାଦ୍ୟ ଓ ଡାକ୍ତରୀ ସହାୟତା ଯୋଗାଇ ଦିଆଯାଇଛି। ନେହେରୁ ବଙ୍ଗଳା ମାଛ ଧରା ବନ୍ଦର ମଧରେ ସେମାନଙ୍କୁ ରଖାଯାଇଛି । ମେରାଇନ ପୋଲିସ ଓ ଭାରତୀୟ ତଟରକ୍ଷୀ ବାହିନୀ ଅଧିକ ତଦନ୍ତ କରୁଥିବା ଜଣାପଡିଛି । ଏ ସମ୍ପର୍କରେ ଖବର ମିଳିବା ପରେ ପୁଲିସ ପହଞ୍ଚି ସେମାନଙ୍କୁ ପଚରା ଉଚରା ଆରମ୍ଭ କରିଛି। ବାଂଲାଦେଶୀ ମତ୍ସ୍ୟଜୀବୀମାନଙ୍କ କହିବା ଅନୁଯାୟୀ, ଚଳିତମାସ ୭ ତାରିଖରେ ମାଛ ଧରିବାକୁ ସେମାନେ ସମୁଦ୍ରକୁ ଆସିଥିଲେ। ୧୧ ତାରିଖରେ ହଠାତ୍ ସେମାନଙ୍କ ବୋଟ୍ ର ଇଞ୍ଜିନ୍ ଖରାପ ହୋଇଯାଇଥିଲା। ପରେ ବୋଟ ମାଲିକଙ୍କ ସହିତ ସମ୍ପର୍କ ସ୍ଥାପନ ହୋଇ ପାରି ନଥିଲା। ପାଖରେ ଯାହା ଖାଦ୍ୟ ସାମଗ୍ରୀ ଥିଲା ତାହା ଶେଷ ହୋଇ ଯାଇଥିଲା। ବୋଟ୍ ଟି ଭାସିଭାସି ଆସି ଭାରତୀୟ ସୀମାରେ ପ୍ରବେଶ କରିଥିଲା। ସେମାନେ ୮ ଦିନ ଉପବାସ ରହିବା ପରେ ପାରାଦୀପର ମତ୍ସ୍ୟଜୀବୀମାନେ ସେମାନଙ୍କୁ ଦେଖି ଉଦ୍ଧାର କରିବା ସହିତ ପାରାଦୀପ ମାଛଧରା ବନ୍ଦରକୁ ଆଣିଥିଲେ। ପରେ ନେହରୁ ବଙ୍ଗଳା ମେରାଇନ୍ ଥାନାକୁ ଆଣିବା ପରେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ, ମେରାଇନ ଥାନା ଅଧିକାରୀ, ମତ୍ସ୍ୟ ବିଭାଗ, ଇଣ୍ତିଆନ୍ କୋଷ୍ଟଗାର୍ଡ ଅଧିକାରୀମାନେ ଉଦ୍ଧାର ମତ୍ସ୍ୟଜୀବୀଙ୍କ ସମ୍ପର୍କରେ ତଦନ୍ତ କରୁଛନ୍ତି। ସେମାନେ ବେଆଇନ ଭାବରେ ଭାରତ ମଧ୍ୟକୁ ଅନୁପ୍ରବେଶ କରିବାକୁ ଉଦ୍ୟମ କରୁଥିବା ସନ୍ଦେହ କରାଯାଉଛି। ସେମାନଙ୍କ ନିକଟରୁ ୧୫ଟି ମୋବାଇଲ ଫୋନ ଜବତ କରାଯାଇଛି। ଗୋଟିଏ ମାଛ ଧରା ଵୋଟ ମଧ୍ୟ ଜବତ ହୋଇଛି ।ତଦନ୍ତ ପରେ ପ୍ରକୃତ ତଥା ଜଣାପଡ଼ିବ । ଓଡ଼ିଶାସମାଚାର

About admin

Check Also

ସୁବର୍ଣ୍ଣରେଖା ଓ ଦେଓ ଜଳସେଚନ ପ୍ରକଳ୍ପ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

ମୟୁରଭଞ୍ଜ / ଭୁବନେଶ୍ୱର,୧୨/୦୮/୨୦୨୨(ଓଡ଼ିଶା ସମାଚାର)- ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଦିନିକିଆ ମୟୁରଭଞ୍ଜ ଜିଲ୍ଲା ଗସ୍ତ କରି ସେଠାରେ …

Leave a Reply

Your email address will not be published.