Thursday , January 20 2022
Breaking News
Home / ବିଶେଷ / ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହସ୍ତକ୍ଷେପ ପରେ  ଶିବଶଙ୍କର ଫେରିପାଇଲେ ଓମଫେଡ଼ ବୁଥ୍

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହସ୍ତକ୍ଷେପ ପରେ  ଶିବଶଙ୍କର ଫେରିପାଇଲେ ଓମଫେଡ଼ ବୁଥ୍

ଭୁବନେଶ୍ୱର,୨୭/୧୨/୨୦୨୧ (ଓଡ଼ିଶା ସମାଚାର)- ବିଶିଷ୍ଟ ସମାଜସେବୀ ଶିବଶଙ୍କର ଜେନାଙ୍କ ଓମଫେଡ଼୍ ବୁଥ୍ ଆଚାର୍ଯ୍ୟ ବିହାରସ୍ଥିତ ଆର.ଟି.ଓ. ଅଫିସ୍ ସମ୍ମୁଖରେ ଉଦଘାଟିତ ହୋଇଯାଇଛି । ଏଠାରେ ପ୍ରକାଶଥାଉକି ଦୀର୍ଘ ୪୦ ବର୍ଷରୁ ଉଦ୍ଧ୍ୱର୍ ସମୟ ଧରି ଶିବଶଙ୍କର ବାପା ଆରଟିଓ ଅଫିସ୍ ସମ୍ମୁଖରେ ଚା ଦୋକାନ କରି ନିଜର ଗୁରୁରାଣ ମେଂଟାଉଥିଲେ । ବାପାଙ୍କ ମୃତୁ୍ୟପରେ ଚା ଦୋକାନର ଦାୟିତ୍ୱ ନେଇଥିଲେ ଶିବଶଙ୍କର । ଶିବଶଙ୍କର ଆଜକୁ ୨୦ବର୍ଷ ଧରି ଚା ଦୋକାନ କରି, ସେଥିରୁ ଉପାର୍ଜନ କରୁଥିବା ଅର୍ଥକୁ ସମାଜସେବାରେ ବିନିଯୋଗ କରିବା ସହିତ, ଗରିବ ନିଃସହାୟ ଲୋକଙ୍କ ସେବାରେ ନିୟୋଜିତ କରି ଆସୁଥିଲେ । କିନ୍ତୁ ବଡ଼ ଦୁଃଖ ଓ ପରିତାପର ବିଷୟ ଗତ ଦୁଇବର୍ଷ ତଳେ ବିଏମସି, ବିଡ଼ିଏ, ଜିଏ ଓ ପୋଲିସ୍ ପ୍ରଶାସନର ମିଳିତ ଉଦ୍ୟମରେ ଶିବଶଙ୍କର ଚା ଦୋକାନଟିକୁ ଭାଙ୍ଗି ମାଟିରେ ମିଶାଇ ଦେଇଥିଲେ । ମାଟିରେ ମିଶିଯାଇଥିବା ଚା ଦୋକାନକୁ ଦେଖି ଶିବଶଙ୍କର ଗଭୀର ମର୍ମାହତ ହୋଇପଡ଼ିଥିଲେ । ଏହାପରେ ନିରୁପାୟ ହୋଇ ଶିବଶଙ୍କର ପ୍ରଶାସନିକ ଦ୍ୱାରସ୍ଥ ହୋଇଥିଲେ ମଧ୍ୟ କୌଣସି ସହାୟତା ମିଳିନଥିଲା । ପରେ ସେ ମାନ୍ୟବର ବିଧାୟକ ଅନନ୍ତ ନାରାୟଣ ଜେନାଙ୍କ ସହଯୋଗରେ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଥିଲେ । ମାନ୍ୟବର ମୁଖ୍ୟମନ୍ତ୍ରୀ ଘଟଣାକୁ ବିଚାର କରି ଶିବଶଙ୍କରଙ୍କୁ ତାଙ୍କ ଚା ଦୋକାନକୁ ଫେରାଇ ଦେବା ପାଇଁ ବିଏମସିକୁ କଡ଼ା ନିର୍ଦ୍ଧେଶ ଦେଇଥିଲେ । ମୁଖ୍ୟମନ୍ତ୍ରୀଙ୍କ କଡ଼ା ନିର୍ଦ୍ଧେଶ ପରେ ବିଏମସିର ଅଫିସରମାନେ ଆସି ଶିବଶଙ୍କରଙ୍କୁ ଭେଟି ତାଙ୍କୁ ଦୋକାନ ତିଆରି କରିବା ପାଇଁ ଜାଗା ଚିହ୍ନଟ କରିଥିଲେ । ଚିହ୍ନଟ ପରେ ମାନ୍ୟବର ବିଧାୟକ ଶ୍ରୀ ଅନନ୍ତ ନାରାୟଣ ଜେନା କିଛି ଆର୍ଥିକ ସହାୟତା ପ୍ରଦାନ କରିବା ସହ କିଛି ସହୃଦୟ ବ୍ୟକ୍ତି ମଧ୍ୟ ଶିବଶଙ୍କରକୁ ସହଯୋଗର ହାତ ବଢାଇଥିଲେ । ସେହି ଅନୁଦାନ ଅର୍ଥରେ ଶିବଶଙ୍କର ଆଜି ତାଙ୍କର ଓମଫେଡ଼ ବୁଥ୍ ଟିକୁ ଭୁବନଶ୍ୱେର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନାଙ୍କ କରକମଳରେ ଉଦଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଉଠାଦୋକାନୀ ମହାସଂଘର ରାଜ୍ୟ ସଭାପତି ପ୍ରତାପ କୁମାର ସାହୁ, ଓମଫେଡ଼ର ମାର୍କେଟିଂ ନିର୍ଦ୍ଧେଶକ ଡୁ୍ୟରେଜ ଅହମ୍ମଦ, ସୁପରିଟେଣ୍ଡେଂଟ ମାର୍କେଟିଙ୍ଗ ଶଶିକାନ୍ତ ସ୍ୱାଇଁ, ରୋଡ଼ ଇନଚାର୍ଜ ଅଲେଖ ଚନ୍ଦ୍ର ମଲ୍ଲିକ, ସଦସ୍ୟ ମନୋରଞ୍ଜନ ମିଶ୍ର, ପୂର୍ବତନ କର୍ପୋରେଟର ଶେଖ୍ ନିଜାମୁଦ୍ଧିନ, ବରିଷ୍ଠ ସାମ୍ବାଦିକ ପ୍ରଦୁ୍ୟମ୍ନ ମହାନ୍ତି, ନାରୀନେତ୍ରୀ ଅନୁ ଅପା, ଉତ୍କଳ ୟୁନିଭରସିଟି ବାଣିବିହାର ସଭାପତି ତଥା ବିଜୁ ଜନତା ଦଳର ଯୁବ ସମ୍ପାଦକ ତନ୍ମୟ ସ୍ୱାଇଁ ସମାଜସେବୀ ଆର. ସନ୍ତୋଷ ଦୋରା ଏବଂ ୱାର୍ଡ଼ ନଂ-୨୯ର ୱାର୍ଡ଼କମିଟି ସଦସ୍ୟମାନେ ପ୍ରମୁଖ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

About admin

Check Also

ଗରଦପୁର ଜିଲା ପରିଷଦ ୧୧ନମ୍ବର ରୁ ମଂଜୁବାଳା ଜେନା ଓ ୯ ନମ୍ବର ରୁ ଏଲିନା ସ୍ୱାଇଁ ବିଜେଡ଼ି ପ୍ରାର୍ଥି ଭାବେ ନାମାଙ୍କନ ଦାଖଲ କଲେ

ଗରଦପୁର, ୨୦/୧/୨୦୨୨ (ଓଡ଼ିଶା ସମାଚାର)- ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ର ନାମାଙ୍କନ ମାହୋଲ ଆରମ୍ଭ ହୋଇ ଯାଇଛି । ଶତାଧିକ …

Leave a Reply

Your email address will not be published. Required fields are marked *