Friday , August 19 2022
Breaking News
Home / ବିଶେଷ / ଭାବ ବିହ୍ଵଳ ପରିବେଶରେ ଶେଷ ହେଲା ନିଶ୍ଚିନ୍ତକୋଇଲି ପଞ୍ଚାୟତ ସମିତି ର ଅନ୍ତିମ ବୈଠକ

ଭାବ ବିହ୍ଵଳ ପରିବେଶରେ ଶେଷ ହେଲା ନିଶ୍ଚିନ୍ତକୋଇଲି ପଞ୍ଚାୟତ ସମିତି ର ଅନ୍ତିମ ବୈଠକ

ନିଶ୍ଚିନ୍ତକୋଇଲି, ୨୭/୧୨/୨୦୨୧(ଓଡିଶା ସମାଚାର /ଅଭୟ ଜେନା )-ରାଜ୍ୟର ବୃହତ୍ତମ ପଞ୍ଚାୟତ ସମିତି ନିଶ୍ଚିନ୍ତକୋଇଲି ର ଅନ୍ତିମ ବୈଠକ ଆଜି ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକ ରେ ମାହାଙ୍ଗା ବିଧାୟକ ତଥା ଆଇନ ମନ୍ତ୍ରୀ ପ୍ରତାପ ଜେନା, କଟକ ସଦର ବିଧାୟକ ତଥା ପ୍ରାକ୍ତନ ମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରା ଯୋଗ ଦେଇ ଉଦବୋଧନ ଦେଇଥିଲେ । ମନ୍ତ୍ରୀ ଶ୍ରୀ ଜେନା କହିଥିଲେ ଯେ ଏହି ବ୍ଲକ ଅଞ୍ଚଳରେ ଅନେକ ଉନୟନ ମୂଳକ କାରାଯାଇ ଥିବା ବେଳେ ବାକିରହିଥିବା କାର୍ୟ୍ୟ ପାଇଁ ଆବଶ୍ୟକ ଅର୍ଥ ଯୋଗାଇଦିଆଯିବ । ଆଜିର ବୈଠକ ରେ ଉପସ୍ଥିତ ଜନପ୍ରତିନିଧି ମାନଙ୍କ ମଧ୍ୟରେ ଏକ ସୌହାଧ୍ୟପୂର୍ଣ୍ଣ ବାତାବରଣ ଦେଖିବାକୁ ମିଳିଥିଲା । ବୈଠକ ରେ ସମସ୍ତ ଜନପ୍ରତିନିଧି ଙ୍କୁ ସମ୍ବର୍ଦ୍ଧିତ କାରାଯାଇ ଥିଲା । ଏହି ବୈଠକ ରେ ପଞ୍ଚାୟତ ସମିତି ଅଧ୍ୟକ୍ଷା ସବିତା ଓଝା ଉଦବୋଧନ ଦେଇ ଜନପ୍ରତିନିଧି ମାନଙ୍କ ସହଯୋଗ ପାଇଁ କୃତଜ୍ଞତା ଜଣାଇ ଥିଲେ । ବୈଠକ ରେ ଜିଲ୍ଲା ପରିଷଦ ସଦସ୍ୟ ସବିତା ସାମଲ, ସୁଭଦ୍ରା ଦାସ, ଗୀତାଞ୍ଜଳି ପଣ୍ଡା, ଜାହିର ଅହମଦ, ଉପାଧ୍ୟକ୍ଷା ସବିତା ମହାନ୍ତି,ବ୍ଲକ ବିଜେଡି ସଭାପତି ରମାକାନ୍ତ ମହାନ୍ତି,ଜୋନ ସଭାପତି ଜ୍ୟୋତି ପ୍ରକାଶ ସ୍ୱାଇଁ, ଅଧ୍ୟକ୍ଷା ଙ୍କ ପ୍ରତିନିଧି ଅଶୋକ ଓଝା, ବି ଡି ଓ କର୍ଣ୍ଣଦେବ ସମାଦାର,ଏ ବି ଡି ଓ ସୁଶାନ୍ତ ରଣା, ନିର୍ବାହୀ ଯନ୍ତ୍ରୀ ସତ୍ୟ ରଞ୍ଜନ ପଣ୍ଡା, ସହକାରୀ ନିର୍ବାହୀ ଯନ୍ତ୍ରୀ ପ୍ରଫୁଲ୍ଲ କୁମାର ସାହୁପ୍ରମୁଖ ଯୋଗ ଦେଇଥିଲେ । ବୈଠକ ପୂର୍ବରୁ ମନ୍ତ୍ରୀ ଓ ବିଧାୟକ ବ୍ଲକ କାର୍ୟ୍ୟାଳୟ ର ନବ ନିର୍ମିତ ଫାଟକ ଓ ନବୀକରଣ କାର୍ୟ୍ୟ ର ଉଦଘାଟନ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ଭାରତ ମାତା ସେବା ଅନୁଷ୍ଠାନ ତରଫରୁ ୩୭୫ ଫୁଟ ର ବିଶାଳ ତ୍ରିରଙ୍ଗା ଯାତ୍ରା

ଭୁବନ ୧୮/୦୮/୨୦୨୨(ଓଡ଼ିଶା ସମାଚାର)- ଆଜାଦୀ କା ଅମୃତ ମହୋତ୍ସବ ଅବସରରେ ଭାରତ ମାତା ସେବା ଅନୁଷ୍ଠାନ ଆନୁକୂଲ୍ୟରେ  ୩୭୫ ଫୁଟ …

Leave a Reply

Your email address will not be published.