Thursday , January 20 2022
Breaking News
Home / ତାଜା ଖବର / ବନ୍ଧୁକ ମୁନରେ ବିଦ୍ୟୁତ କର୍ମଚାରୀଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲୁଟ ଅଭିଯୋଗ

ବନ୍ଧୁକ ମୁନରେ ବିଦ୍ୟୁତ କର୍ମଚାରୀଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲୁଟ ଅଭିଯୋଗ

ସାଲେପୁର, ୨୭/୧୨/୨୦୨୧(ଓଡ଼ିଶା ସମାଚାର)-  କଟକ ଜିଲ୍ଲା ସାଲେପୁର ଥାନା  ଅନ୍ତର୍ଗତ ମହଣ ନିକଟରେ  ବନ୍ଧୁକ ମୁନରେ ଜଣେ ଓପିଟିସିଏଲ କର୍ମଚାରୀଙ୍କ ଠାରୁ ଦୁର୍ବୃତ ଲୁଟି ନେଇଗଲେ ଲକ୍ଷାଧିକ ଟଙ୍କା ।

ମିଳିଥିବା ସୂଚନାନୁସାରେ, ଓପିଟିସିଏଲ କର୍ମଚାରୀ  ଶିବାଶିଷ ସିଂ ଏକ ବାଇକ ଯୋଗେ  ୧ ଲକ୍ଷ ୭୦ହଜାର ଟଙ୍କା ନେଇ ଜପକୂଦ ଓପିଟିସିଏଲ କାର୍ୟ୍ୟାଳୟକୁ ଟଙ୍କା ଜମା କରିବାକୁ ଯାଉଥିଲେ । ମହଣ ନିକଟରେ  ଏକ ପଲସରରେ ଦୁଇଜଣ ଯୁବକ ତାଙ୍କୁ ଅଟକାଇ ବନ୍ଧୁକ ଦେଖାଇ ଭୟଭୀତ କରି   ସବୁତକ ଟଙ୍କା ନେଇ ଫେରାର ହୋଇଯାଇଥିଲେ।

ଏ ନେଇ ଓପିଟିସିଏଲ ପକ୍ଷରୁ  ସାଲେପୁର ଥାନାରେ ଅଭିଯୋଗ କରାଯାଇଛି। ଅଭିଯୋଗ ଆଧାରରେ ଘଟଣା ସ୍ଥଳରେ ପୋଲିସ ପହଁଚି ତଦନ୍ତ କରିଥିବା ବେଳେ  ବୁର୍ବୁତ୍ତମାନଙ୍କର କୌଣସି ପତା ମିଳିପାରି ନାହିଁ । ଓଡ଼ିଶା ସମାଚାର

About admin

Check Also

କଟକର ଏକ ବେଆଇନ୍ ଲିଙ୍ଗ ନିରୂପଣ ଲ୍ୟାବ ଉପରେ କମିଶନରେଟ ପୋଲିସର ଚଢାଉ

କଟକ ସଦର , ୧୭/୦୧/୨୦୨୨(ଓଡିଶା ସମାଚାର /ଵିଷ୍ଣୁ ବେହେରା):କଟକ ମଙ୍ଗଳାବାଗ ଅଞ୍ଚଳର ଏକ ଟେଷ୍ଟିଙ୍ଗ୍ ଲ୍ୟାଵରେ ଦୀର୍ଘ ଦିନ ହେବ …

Leave a Reply

Your email address will not be published. Required fields are marked *